ଭାରତ ବନାମ ଦକ୍ଷିଣ ଆଫ୍ରିକା: ପ୍ରଥମ T20 ମ୍ୟାଚରେ ଏହି ଦୁଇଟି କାରଣରୁ ହାରିଲା ଭାରତ। ବିଶ୍ୱ ରେକର୍ଡ଼ ବନାଇବାରେ ଅଳ୍ପକେ ବର୍ତ୍ତିଲା ଟିମ ଇଣ୍ଡିଆ

ଦକ୍ଷିଣ ଆଫ୍ରିକା ଟିମ ଧମାକାଦାର ଅନ୍ଦାଜରେ ପ୍ରଥମ T20 ମ୍ୟାଚରେ ଭାରତକୁ 7 ଉଇକେଟରେ ହରାଇ ଦେଇଛି। ଏହି ପରାଜୟରେ ସବୁଠାରୁ ବଡ଼ ଏହି ଦୁଇଟି କାରଣ ରହିଥିଲା। ଯେଉଁ କାରଣରୁ ଭାରତୀୟ ଟିମକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଲା। ଏହି ପରାଜୟ ଯୋଗୁଁ ଭାରତୀୟ ଟିମ ଏକ ବଡ଼ ବିଶ୍ୱ ରେକର୍ଡ଼ରୁ ବର୍ତ୍ତିଗଲା।

ଭାରତୀୟ ବୋଲର୍ସ ମାନେ କଲେ ଖରାପ ବୋଲିଂ:-

ଭାରତୀୟ ଟିମ ମିଡ଼ିଲ ଓଭର୍ସରେ ବହୁତ ଖରାପ ବୋଲିଂ କଲେ। ଅନୁଭବୀ ଭୁବନେଶ୍ୱର କୁମାର 4 ଓଭରରେ 43 ରନ ବ୍ୟୟ କଲେ। ଆଭେସ ଖାନ ମଧ୍ୟ 4 ଓଭରରେ 35 ରନ ଓ ହର୍ଷଲ ପଟେଲ ମଧ୍ୟ 4 ଓଭରରେ 43 ରନ ଦେଇଥିଲେ। ଏହି ବୋଲର୍ସଙ୍କ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଖୁବ ରନ ବନାଇଲେ।

ପନ୍ତଙ୍କ ଅଧିନାୟକତା ମାରିଲା ଫେଲ:-

ପ୍ରଥମଥର କରି ଭାରତୀୟ ଦଳର ଅଧିନାୟକ ପଦ ଦାୟିତ୍ୱ ସମ୍ଭାଳିଥିବା ପନ୍ତଙ୍କ ଅଧିନାୟକତା ସମ୍ପୂର୍ଣ୍ଣ ଭାବରେ ଫେଲ ମାରିଗଲା। ସେ ବୋଲିଂ ୟୁନିଟିକୁ ସଠିକ ଭାବାରବ ପରିଚାଳନା କରି ପାରିଲେନାହିଁ। ଆଇପିଏଲରେ ଅଧିକ ଉଇକେଟ ନେଇଥିବା ଚହଲଙ୍କୁ ସେ ମାତ୍ର ଦୁଇଟି ଓଭର ଦେଇଥିଲେ।

ଭାଙ୍ଗିଗଲା ପନ୍ତଙ୍କ ସ୍ବପ୍ନ:-

ଟିମ ଇଣ୍ଡିଆ T20 ବିଶ୍ୱକପ ପରେ ରୋହିତ ଶର୍ମାଙ୍କ ଅଧିନାୟକତାରେ ଲଗାତାର 12ଟି T20 ମ୍ୟାଚରେ ବିଜୟୀ ହୋଇଥିଲା ଓ ଯଦି ଆଉ ଗୋଟିଏ ମ୍ୟାଚ ଜିତିଥାନ୍ତା ତାହେଲେ ଭାରତ ବିଶ୍ୱ ରେକର୍ଡ଼ ବନାଇ ଦେଇଥାନ୍ତା କିନ୍ତୁ ପନ୍ତଙ୍କ ଅଧିନାୟକତାରେ ଏହା ହୋଇପାରିଲାନାହିଁ। ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପକ୍ଷରୁ ସର୍ବାଧିକ ରନ ଇଶାନ କିଶାନ କରିଥିଲେ। ସେ ମୋଟ 75 ରନର ପାଳି ଖେଳିଥିଲେ।

odia sambada
Comments (0)
Add Comment