ପ୍ରଥମ ଟି-୨୦ରେ ଏହି ୫ଟି ତଥ୍ୟ ହେଲା ପ୍ରଥମ ଥର, ଚଉକା ଛକାର ବର୍ଷାରେ ଭାଷିଲା ଅନେକ ରେକର୍ଡ

ପ୍ରଥମ ଟି-୨୦ରେ ଏହି ୫ ଟି ଘଟଣା ହେଲା ପ୍ରଥମ ଥର ଚଉକା

ଛକାର ବର୍ଷାରେ ଭାଷିଲା ଅନେକ ରେକର୍ଡ:-

ପାଖାପାଖି ଦେଢ଼ ବର୍ଷ ପରେ ଦିଲ୍ଲୀରେ ହେଉଥିବା ଏକ ଅନ୍ତରାଷ୍ଟ୍ରୀୟ ମ୍ୟାଚକୁ ଦେଖିବା ପାଇଁ ଷ୍ଟାଡିୟମ୍ ଯାଇଥିବା ଦର୍ଶକମାନଙ୍କୁ ଭାରତୀୟ ଦଳର ଖେଳାଳୀମାନେ ଚଉକା ଛକାରେ ରୋମାଞ୍ଚିତ କରାଇଦେଲେ,କିନ୍ତୁ ବୋଲରମାନେ ନିଜ ଭୂମିକା ଠିକ ସେ ନିଭେଇ ପାରିଲେ ନାହିଁ। କୋରୋନ ପରେ ପ୍ରଥମ ଥର ବିନା କୌଣସି ବାୟୋ ବବଲରେ ଭାରତରେ ଖେଳା ଯାଉଥିବା ଅନ୍ତରାଷ୍ଟ୍ରୀୟ ମୁକାବିଲାରେ ଭାରତ ତରଫରୁ କେହି ଷ୍ଟାର୍ ଖେଳାଳୀ ନଥିଲେ, କିନ୍ତୁ ଏହା ସତ୍ତ୍ଵେ ମଧ୍ୟ ଜବରଦସ୍ତ ରୋମାଞ୍ଚ ଦେଖିବାକୁ ମିଳିଥିଲା। ସାଉଥ୍ ଆଫ୍ରିକା ଟି-୨୦ ରେ ନିଜର ସବୁଠାରୁ ବଡ଼ ଟାର୍ଗେଟକୁ ମଧ୍ୟ ଜିତି ନେଲା।

ରିଷଭ ପନ୍ତ ଥିଲେ ଦ୍ଵିତୀୟ ସବୁଠାରୁ ଯୁବ କ୍ୟାପଟେନ:-

ରିଷଭ ପନ୍ତ ହେଲେ ଭାରତର ଦ୍ଵିତୀୟ ସବୁଠାରୁ ଯୁବ କ୍ୟାପଟେନ। ୨୪ ବର୍ଷ ୨୪୮ ଦିନ ବୟସରେ ସେ ଟିମ ଇଣ୍ଡିଆର କ୍ୟାପଟେନସିପ କରିଲେ। ରେକର୍ଡରେ ୨୩ ବର୍ଷ ୧୯୭ ଦିନ ବୟସରେ କ୍ୟାପଟେନ ସିପ କରିଥିବା ରାଇନାଙ୍କ ନାମ ଲେଖା ଅଛି।

ଭାରତର ସାଉଥ ଆଫ୍ରିକା ବିପକ୍ଷ ରେ ସବୁଠାରୁ ବଡ଼ ସ୍କୋର:-

୨୧୧/୪ … ଏହା ଭାରତର ଟି-୨୦ ରେ ସାଉଥ ଆଫ୍ରିକା ବିପକ୍ଷରେ ସବୁଠାରୁ ଅଧିକ ସ୍କୋର ଥିଲା। ଏହା ସତ୍ତ୍ଵେ ମଧ୍ୟ ସାଉଥ୍ ଆଫ୍ରିକା ଜିତିଗଲା। ଗତ ବେଷ୍ଟ ସ୍କୋର ୨୦୧୮ ରେ ୨୦୩/୫ ଥିଲା।

ରାଶିର ହଜାରେ ରନ୍ ପୁରା:

ଭାରତ ବିପକ୍ଷ ରେ ରାଶି ବେନ ଡର ଦୁସେନ ୪୬ ବଲରେ ୭୫ ରନ୍ କରିଲେ। ଏହା ଦ୍ବାରା ସେ ଟି-୨୦ ଅନ୍ତରାଷ୍ଟ୍ରୀୟରେ ହଜାରେ ରନ ମଧ୍ୟ ସମ୍ପୂର୍ଣ୍ଣ କରିଲେ।

ବେନ ପର୍ନେଲଙ୍କ ୫ ବର୍ଷ ପରେ ପ୍ରତ୍ୟାବର୍ତ୍ତନ:-

ସାଉଥ୍ ଆଫ୍ରିକାର ପେସର ବେନ ପର୍ନେଲ ପାଖା ପାଖି ୫ ବର୍ଷ ପରେ ଟି-୨୦ ମ୍ୟାଚକୁ ଫେରିଛନ୍ତି। ସେ ଗତ ଥର ୨୦୧୭ ରେ ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ଯାଇଥିଲେ।ଏହି ପ୍ରକାର ସାଉଥ୍ ଆଫ୍ରିକା ପାଇଁ ଦୁଇଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମଧ୍ୟରେ ଅଧିକ ବ୍ୟବଧାନ ପରେ ଆସି ପ୍ରଥମ ସ୍ଥାନରେ ଅଛନ୍ତି।

ହାର୍ଦ୍ଦିକ ସମ୍ପୂର୍ଣ୍ଣ କରିଲେ ଛକାର ଶତକ:-

ମୁକାବିଲାରେ ୩ଟି ଛକା ପିଟିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଅନ୍ତରାଷ୍ଟ୍ରୀୟରେ ନିଜ ଛକାର ଶତକ ମଧ୍ୟ ପୁରା କରିଛନ୍ତି।

odia sambada
Comments (0)
Add Comment