୫୬ବର୍ଷୀୟ ସଲମାନ ଖାନଙ୍କ ପାଖରେ ନାହିଁ ୬ ପ୍ୟାକ ଏବସର ଶରୀର !

ସଲମାନ ଖାନଙ୍କର ୫୬ ବର୍ଷ ହୋଇଯାଇଛି। କିନ୍ତୁ ବର୍ତ୍ତମାନ ମଧ୍ୟ ଫିଲ୍ମରେ ମୁଖ୍ୟ ଅଭିନେତା ଭାବରେ କାମ କରୁଛନ୍ତି। ପୂର୍ବ ସମୟରେ ଏତେ ବଡ ଅଭିନେତାଙ୍କୁ ବାପା କିମ୍ବା ବଡ ଭାଇର ରୋଲ ମିଳୁଥିଲା। କିନ୍ତୁ ସଲମାନ ନିଜର ବୃଦ୍ଧାବସ୍ଥାକୁ ଲୁଚାଇ ବର୍ତ୍ତମାନ ମଧ୍ୟ ଯୁବ ଅଭିନେତାଙ୍କର ରୋଲ ପ୍ଲେ କରନ୍ତି। ତାଙ୍କର ଏମିତି କରିବାରେ ସବୁଠାରୁ ବଡ଼ ହାତ ପ୍ରଶଂସକଙ୍କର ଅଟେ। ସଲମାନଙ୍କର ଫେନ ଫୋଲୋଇଂ ବହୁତ ଭଲ ଅଟେ। ତାଙ୍କର ଫିଲ୍ମ ବକ୍ସ ଅଫିସରେ ବହୁତ ଭଲ ଆୟ କରେ।

କଣ ଭିଏଫଏକ୍ସରେ ନକଲି ୬ ପ୍ୟାକ ଏପ୍ସ ତିଆରି କରନ୍ତି ସଲମାନ?

ସଲମାନଙ୍କର ଅଧିକାଂଶ ଫିଲ୍ମରେ ମାରପିଟରେ ପରିପୂର୍ଣ ଥାଏ। ଏଥିରେ ଏକ୍ସନର ସିନ କରି ପ୍ରଶଂସକଙ୍କର ହୃଦୟ ଜିତନ୍ତି। ସଲମାନଙ୍କୁ ଯୁବ ବୟସରେ ସାର୍ଟଲେସ ହେବାର ସଉକ ଥିଲା। ସେ ଜିମରେ ଯାଇ ବହୁତ ପରିଶ୍ରମ କରନ୍ତି। ଭଲ ବଡ଼ି ତିଆରି କରନ୍ତି। କିନ୍ତୁ ବୟସ ବଢିବା ସହିତ ତାଙ୍କର ଚାର୍ମ ମଧ୍ୟ କମ ହୋଇଯାଏ। ଏମିତିରେ ଅନେକ ଲୋକଙ୍କର ଦାବି ହେଉଛିକି ବୟସର ଏହି ପ୍ରଭାବରେ ସଲମାନ ନିଜର ସିକ୍ସ ପ୍ୟାକ ଏବସ ଦେଖାଇବା ପାଇଁ ଡିଜିଟାଲ ଉପାୟର ସାହାରା ନିଅନ୍ତି। ଅର୍ଥାତ ତାଙ୍କର ଶରୀର ନକଲି ଅଟେ।

ସୋସିଆଲ ମିଡ଼ିଆରେ ସଲମାନଙ୍କ ନକଲି ବଡ଼ି ଦାବି କରୁଥିବା ଏକ ଭିଡିଓ ଭାଇରାଲ ହେଉଅଛି। ଏଥିରେ ଦେଖାଯାଇଛିକି କେମିତି ଦବଙ୍ଗ ଖାନ ଅନ ସ୍କ୍ରିନରେ ନିଜକୁ ଫିଟ ଓ ୟଙ୍ଗ ଦେଖାଇବା ପାଇଁ କମ୍ୟୁଟର କୌଶଳର ବ୍ଯବହାରର ସାହାରା ନେଇଛନ୍ତି। ଏହି କଥା ଥରେ କମାଲ ଆର ଖାନ ଅର୍ଥାତ କେଆରକେ କହିଥିଲେ। ସେ ଏକ ଭିଡିଓରେ ଦାବି କରିଥିଲେକି ସଲମାନ ଜିଲୋଟିନ ସୁଟ କିମ୍ବା ପୁଣି ଭିଏଫଏକ୍ସ ସାହାଯ୍ୟରେ ୬ ଭିଏଫଏକ୍ସ ଦେଖାନ୍ତି।

ଯେତେବେଳେ ସଲମାନ ଏଥିରେ ପ୍ରଶ୍ନ କରାଯାଇଥିଲାକି ସେ କହିଲେକି ମୋର ଏବସ ବହୁତ ବଡ ଅଟେ। ସେଥିପାଇଁ ଯେତେବେଳେ ସାର୍ଟ ପିନ୍ଧେ ସେତେବେଳେ ଏହା ପେଟ ଭଳି ଦେଖାଯାଏ। ଯେତେବେଳେ ସଲମାନ ସାର୍ଟଲେସ ହୁଅନ୍ତି ସେତେବେଳେ ତାଙ୍କର ମସଲ ଅପଲିଙ୍ଗ ଲାଗେ। ସାର୍ଟ କିମ୍ବା କୌଣସି କପଡା ପିନ୍ଧିବା ପରେ ତାହା ବଡ ପେଟ ଭଳି ଦେଖାଯାଏ। ସଲମାନଙ୍କର ଏମିତି ଅନେକ ଫୋଟ ଭାଇରାଲ ହେଉଅଛି ଯେଉଁଥିରେ ସେ ବିନା ମେକଅପରେ ବୁଢାଙ୍କ ପରି ଦେଖାଯାଆନ୍ତି। ତାଙ୍କର ଧଳା ଚୁଟି ଓ ମଥାର ଦାଗ ପରିଷ୍କାର ଭାବରେ ଦେଖାଯାଏ।

ଏହି ଷ୍ଟାର ମଧ୍ୟ ଡିଜିଟାଲ ଉପାୟର ସାହାରା ନିଅନ୍ତି:-

କେବଳ ସଲମାନ ଖାନ ନୁହେଁ ବରଂ ଇଣ୍ଡଷ୍ଟ୍ରିରେ ଅନେକ ଏମିତି ଅଭିନେତା ଅଛନ୍ତି ଯେଉଁମାନେ ନିଜର ଅଧା ବୟସକୁ ଲୁଚାଇବା ପାଇଁ ଭିଏଫଏକ୍ସର ସାହାରା ନିଅନ୍ତି। ଏଥିରେ ଗୋବିନ୍ଦା ଓ ଅକ୍ଷୟ କୁମାର ମଧ୍ୟ ସାମିଲ ଅଛନ୍ତି। ଗୋବିନ୍ଦା ଫିଲ୍ମ ‘ହ୍ୟାପି ଏଣ୍ଡିଂ’ ରେ ଏମିତି ସିନ କରିଥିଲେ ଯେଉଁଥିରେ ଡିଜିଟାଲ ଉପାୟର ସାହାରା ନେଇ ୬ ପ୍ୟାକ ଦେଖାଯାଇଥିଲା। କିନ୍ତୁ ପ୍ରଶଂସକ ତାଙ୍କର ଏହି ନକଲି ପ୍ୟାକକୁ ଜାଣି ପାରିଥିଲେ।

ଅକ୍ଷୟ କୁମାରଙ୍କ କଥା କହିଲେ ସେ ଫିଲ୍ମ ‘ବସ’ ର କ୍ଲାଇମେଟ ସିନରେ ନିଜର ଶରୀରକୁ ବିଶାଳ ଦେଖାଇବା ପାଇଁ ଭିଏଫଏକ୍ସର ସାହାରା ନେଇଥିଲେ। ଏହି ସିନ ସେତେବେଳେ ଆସେ ଯେତେବେଳେ ଅକ୍ଷୟ ନିଜର ସାର୍ଟ ଫାଡ଼ି ଖଳନାୟକ ବିଲେନ ରୋନିତ ରୟଙ୍କ ସହିତ ଲଢେଇ କରନ୍ତି। ଏହି ଭିଏଫଏକ୍ସ ଏତେ ଖରାପ ଥିଲାକି ଦର୍ଶକ ଏହାକୁ ଜାଣି ପାରିଥିଲେ।

odia sambada
Comments (0)
Add Comment