ଆପଣ ଏମିତି ଗୃହ ପ୍ରବେଶ କେବେ ଦେଖିନଥିବେ, ବୋହୂ ପରିବର୍ତ୍ତେ ଶାଶୁଙ୍କ ପାଦରୁ ଆରମ୍ଭ ହେଲା ଗୃହ ପ୍ରବେଶ। ଭାଙ୍ଗିଲେ ସମାଜର ସବୁ ରୀତିନୀତି

ବିବାହ ପରେ ନୂଆ କନ୍ୟାର ଗୃହ ପ୍ରବେଶ ଆପଣ ମାନେ ସମସ୍ତେ କେବେ ନା କେବେ ଦେଖିଥିବେ। ଏଥିରେ କନ୍ୟା ସର୍ବପ୍ରଥମେ କଳସରେ ଭରି ରହିଥିବା ଚାଉଳକୁ ପାଦରେ ପକାଇଥାଏ। ଏହାପରେ ଅଳତା ଥିବା ପାତ୍ରରେ ନିଜର ପାଦ ବୁଡ଼ାଇ ଘର ଭିତରକୁ ପ୍ରବେଶ କରିଥାଆନ୍ତି। କିନ୍ତୁ କଣ ଆପଣ କେବେ ଦେଖିଛନ୍ତି କି, ବୋହୂ ନିଜ ଶାଶୁଙ୍କ ଗୃହ ପ୍ରବେଶ କରାଇବାର? ଏହିପରି ଏକ ଭାବୁକ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଶାଶୁଙ୍କ ଗୃହ ପ୍ରବେଶ କରାଇଲେ ବୋହୂ:-

ଏହି ଭାଇରାଲ ଭିଡ଼ିଓରେ ସାମାଜିକ ପରମ୍ପରା ଠାରୁ କିଛି ଅଲଗା କରାଯାଇଛି। ଭିଡ଼ିଓରେ ଦେଖାଯାଉଛି ଜଣେ ବୃଦ୍ଧ ମହିଳା ଲିଫ୍ଟ ଜରିଆରେ ନୂଆ ଘରକୁ ପ୍ରବେଶ କରୁଛନ୍ତି। ଏହି ସମୟରେ ବୋହୂ ନିଜ ଶାଶୁଙ୍କ ଆରତୀ ଉତାରିବାକୁ ଛିଡ଼ା ହୋଇଛନ୍ତି। ଏତିକି ମଧ୍ୟ ନୁହେଁ ସେ ଶାଶୁଙ୍କ ପାଦ ଚିହ୍ନ ମଧ୍ୟ ନୂଆ ଘରେ ଛପାଇ ଥାଆନ୍ତି।

ପ୍ରଥମେ ଏମିତି ସ୍ୱାଗତ ଦେଖି ଶାଶୁ ମନା କରୁଛନ୍ତି ଓ ଲାଜ କରୁଛନ୍ତି କିନ୍ତୁ ପରେ ବୋହୂ କୌଣସି ପ୍ରକାରରେ ତାଙ୍କୁ ମନାଇ ଦେଉଛନ୍ତି। ନିଜ ବୋହୂ ଦ୍ୱାରା ଏମିତି ସ୍ୱାଗତ ଦେଖି ମାଆଙ୍କ ଆଖି ଭରି ଯାଉଛି। ସେ ବହୁତ ଭାବୁକ ହୋଇଯାଉଛନ୍ତି। ଏହି ଭିଡ଼ିଓକୁ ଆଇପିଏସ ଅଧିକାରୀ ବିନୀତ ଜୟଶ୍ବାଳ ନିଜ ଟ୍ୱିଟରରେ ଶେୟର କରିଛନ୍ତି।

ଏହାଦେଖି ଆଇପିଏସ ମଧ୍ୟ ଇଂପ୍ରେସ ହୋଇଗଲେ:-

ଆଇପିଏଲ ଅଧିକାରୀ ଭିଡ଼ିଓର କ୍ୟାପ୍ସନରେ ଲେଖିଥିଲେ, ଆପଣ ବୋହୂର ଗୃହ ପ୍ରବେଶ ଦେଖିଥିବେ କିନ୍ତୁ ଶାଶୁଙ୍କ ଗୃହ ପ୍ରବେଶ ଭିଡ଼ିଓ ଦେଖନ୍ତୁ, ଯାହାକୁ ଆପଣ କେବେବି ଦେଖିନଥିବେ। ଏହି ଭିଡ଼ିଓକୁ ଆପଣ ଜରୁର ଦେଖନ୍ତୁ।

ଏହି ଭିଡ଼ିଓକୁ ଦେଖି ଲୋକେ ବହୁତ ଖୁସି ହେଉଛନ୍ତି। ବହୁତ ଭଲ କମେଣ୍ଟ ବି ଦେଉଛନ୍ତି। ଜଣେ ଲେଖିଥିଲେ, ମଣିଷ ଏମିତି ହେବା ଉଚିତ। ପୁଣି ଆଉଜଣେ ୟୁଜର୍ସ ଲେଖିଥିଲେ, ହୃଦୟକୁ ଛୁଇଁଥିବା ଏହି ନୈସର୍ଗିକ ଭିଡ଼ିଓ। ସଂସ୍କାର ବଡ଼ ଓ ଗୁରୁଜନଙ୍କ ଠାରୁ ଆମକୁ ପ୍ରାପ୍ତ ହୋଇଥାଏ। ପିଲାଟିର ସମ୍ପୂର୍ଣ୍ଣ ଜୀବନକୁ ଜୀବନ୍ତ, ଖୁସିଦାୟକ ଓ ଆତ୍ମିକ ବଳ ପ୍ରଦାନ ପାଇଁ ସଂସ୍କାର ନିତାନ୍ତ ଆବଶ୍ୟକ।

ଏହାପରେ ଆଉଜଣେ ୟୁଜର୍ସ ଲେଖିଛନ୍ତି କି, ଆଜି ଆପଣ ତାହା କରିଛନ୍ତି ଯାହାକି କେହିବି କେବେ ବିଶ୍ବାସ କରିନାହାଁନ୍ତି। ଆପଣ ଆମକୁ ବି ଏହି ଭିଡ଼ିଓରୁ ବହୁତ କିଛି ଶିଖାଇ ଦେଇଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଭଗବାନ ସର୍ବଦା ଆପଣଙ୍କୁ ଖୁସି ରଖିବେ। ଆଉଜଣେ ୟୁଜର୍ସ ଲେଖିଥିଲେ, ବହୁତ ବଢ଼ିଆ। ଏହା ହେଉଛି ଭଲ ସଂସ୍କାରର ଫଳ ସ୍ୱରୂପ। ଭଗବାନ ଏମିତି ପରିବାରକୁ ସର୍ବଦା ଖୁସିରେ ରଖନ୍ତୁ।

odia sambada
Comments (0)
Add Comment