ଆସିଲା ବଡ଼ ଖବର, IBPS ରେ ୮୦୮୧ ପଦ ପାଇଁ ନିଯୁକ୍ତି।ଆସନ୍ତୁ ଜାଣିବା ସମ୍ପୂର୍ଣ ତଥ୍ୟ

ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି। ଆପଣ ସବୁଆଡୁ କୃତଜ୍ଞତା ପାଇବେ। ତୋ ଏବେକା ଦୁନିଆରେ ସରକାରୀ ଚାକିରିଆ ମାନଙ୍କ ପାଇଁ କେତେ ଯେ ସୁବିଧା ସୁଯୋଗ ଉପଲବ୍ଧ ତାହା ମଧ୍ୟ ଆପଣ ମାନେ ଜାଣିଥିବେ ।ସେମିତି ଏକ ସରକାରୀ ଚାକିରୀ ସମ୍ପର୍କିତ କିଛି ତଥ୍ୟ ନେଇ ଆମ ପାଖରେ ଉପଲବ୍ଧ ଅଛି ଚାଲନ୍ତୁ ଦେଖିବା ।IBPS ପକ୍ଷରୁ ଜାରି ହୋଇଥିବା ବିଭିନ୍ନ ପଦ ପାଇଁ ଆବେଦନ ପ୍ରକ୍ରିୟା ଜୁନ ୭ ତାରିଖରୁ ଆରମ୍ଭ ହୋଇଛି ।IBPS ପକ୍ଷରୁ ଆବେଦନର ଶେଷ ତାରିଖ ଜୁନ ୨୭ ତାରିଖ ରଖାଯାଇଛି ।

*IBPS ପାଇଁ ଜରୁରୀ କଥା:-

ବ୍ୟାଙ୍କିଙ୍ଗ କାର୍ମୀକ ଚୟନ ସଂସ୍ଥାନ ବା ଆଇବିପିଏସ ବିଭିନ୍ନ କ୍ଷେତ୍ରରେ ଗ୍ରାମୀଣ ବ୍ୟାଙ୍କ ଗୁଡିକରେ ଖାଲି ଥିବା ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି କରିଛନ୍ତି । ଏହି ଭର୍ତ୍ତି ଅଫିସ ଆସିଷ୍ଟାଣ୍ଟ କ୍ଲର୍କ ତଥା ଅଫିସର ସ୍କେଲ ୧,୨ ଓ ୩ ପାଇଁ ଅଛି । ଏହି ଭର୍ତ୍ତି ପାଇଁ ସେପ୍ଟେମ୍ବର ନୋଟିଫିକେସନ ଗତ ଜୁନ ୬ ତାରିଖରେ ଜାରି କରାଯାଇଛି । ଯେଉଁମାନେ ଏହି ନିଯୁକ୍ତି ପାଇଁ ଆଶାୟୀ ଅଛନ୍ତି ସେମାନେ ଅଧିକାରୀକ ନୋଟିଫିକେସନ ଜରିଆରେ ଅବିପିଏସର ଅଫିସିଆଲ ୱେବସାଇଟକୁ ଯାଇ ପଢି ପାରିବେ । ଏହା ସହ ଆଶାୟୀ ମାନେ ନିଜ ନିଜ ଆବେଦନ ବି କରିପାରିବେ ।

ତେବେ ଜାଣି ରଖନ୍ତୁ ଏନେଇ ଥିବା ବିଶେଷ ତାରିଖ:

– ନୋଟିଫିକେସନ ଜାରି ତାରିଖ- ଜୁନ ୬, ୨୦୨୨

– ଆବେଦନ ପ୍ରକ୍ରିୟା ଆରମ୍ଭର ତାରିଖ- ଜୁନ ୭, ୨୦୨୨

– ଆବେଦନର ଶେଷ ତାରିଖ- ଜୁନ ୨୭, ୨୦୨୨

– ପ୍ରି ଟ୍ରେନିଂ ଟେଷ୍ଟ- ଜୁଲାଇ ୧୮ ତାରିଖରୁ ୨୩ ତାରିଖ, ୨୦୨୨

– ପ୍ରାରମ୍ଭିକ ପରୀକ୍ଷା- ଅଗଷ୍ଟ, ୨୦୨୨

-ପ୍ରାରମ୍ଭିକ ପରୀକ୍ଷାର ଫଳ- ସେପ୍ଟେମ୍ବର, ୨୦୨୨( ସମ୍ଭାବିତ)

– ପିଓ ପାଇଁ ମୁଖ୍ୟ ପରୀକ୍ଷା- ସେପ୍ଟେମ୍ବର ( ସମ୍ଭାବିତ)

– କ୍ଲାର୍କ ପାଇଁ ମୁଖ୍ୟ ପରୀକ୍ଷା- ଅକ୍ଟୋବର( ସମ୍ଭାବିତ)

-ଅଫିସର ଗ୍ରେଡ଼ ୨ ଓ ୩ ପାଇଁ ପରୀକ୍ଷା- ସେପ୍ଟେମ୍ବର ( ସମ୍ଭାବିତ)

*ଶିକ୍ଷାଗତ ଯୋଗ୍ୟତା ଓ ଆୟୁ ସୀମା:

ଆଇବିପିଏସ ପକ୍ଷରୁ ଆଧିକାରୀକ ନୋଟିଫିକେସନରେ ଭର୍ତ୍ତି ପାଇଁ ଭିନ୍ନ ଭିନ୍ନ ଶୈକ୍ଷଣିକ ଯୋଗ୍ୟତା ଓ ଆୟୁସୀମା ନେଇ ପଚରା ଯାଇଛି ।

*ପଦବୀ ସଂଖ୍ୟା:-

ଏଥିରେ ସର୍ବମୋଟ ୪୩ଟି ବ୍ୟାଙ୍କ ଭାଗ ନେବାକୁ ଯାଉଛନ୍ତି । ଆବେଦନ କରିବା ପାଇଁ ଆଶାୟୀ ମାନେ ୮୫୦ ଟଙ୍କା ଆବେଦନ ଶୁଳ୍କ ଭାବେ ଭରିପାରିବେ । SC,ST ତଥା ଦିବ୍ୟାଙ୍ଗ ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୧୭୫ ଟଙ୍କା ରଖାଯାଇଛି ।

*ମୋଟ ପଦବୀ ସଂଖ୍ୟା:

ଆଇବିପିଏସ ପକ୍ଷରୁ ନିଯୁକ୍ତି ପାଇଁ ଜାରି ହୋଇଥିବା ମୋଟ ପଦବୀ ସଂଖ୍ୟା ହେଉଛି ୮୦୮୧ ।

କାର୍ଯ୍ୟାଳୟ ସହାୟକ ପଦବୀ ସଂଖ୍ୟା- ୪୪୮୩

ଅଫିସିଆଲ ସ୍କେଲ ୧ ପାଇଁ ପଦବୀ ସଂଖ୍ୟା- ୨୬୭୬

ସାମାନ୍ୟ ବ୍ୟାଙ୍କିଗ ଅଫିସର ସ୍କେଲ ୨ ପାଇଁ ପଦବୀ ସଂଖ୍ୟା- ୭୪୫

ଆଇଟି ଅଧିକାରୀ ସ୍କେଲ ୨ ପାଇଁ ପଦବୀ ସଂଖ୍ୟା- ୫୭

ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସ୍କେଲ ୨ ପାଇଁ ପଦବୀ ସଂଖ୍ୟା-୧୯

ବିଧି ଅଧିକାରୀ ୨ ପାଇଁ ପଦବୀ ସଂଖ୍ୟା-୧୮

ଟ୍ରେଜେରି ଅଫିସର- ୧୦

ମାର୍କେଟିଙ୍ଗ ଅଫିସର- ୦୬

କୃଷି ଅଧିକାରୀ ପାଇଁ- ୧୨

ଅଧିକାରୀ ସ୍କେଲ ୩

ପାଇଁ ପଦ ସଂଖ୍ୟା-୮୦

odia sambada
Comments (0)
Add Comment