ମଲାଇକା ଆରୋରାଙ୍କ ଘରେ ପୋଲିସ,ଚିନ୍ତାରେ ଫ୍ୟାନ୍ସ ,ଜାଣନ୍ତୁ କଣ ପାଇଁ ପୋଲିସ ଆସିକି ଘରେ ?

ବଲିଉଡ ଇଣ୍ଡଷ୍ଟ୍ରିର ହଟ ଆଣ୍ଡ ବୋଲଡ଼ ଆକଟ୍ରେସ ମଲାଇକା ଆରୋରା ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହୁଛନ୍ତି। ସେହିପରି ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କର ସୁନ୍ଦର ଫୋଟ ଓ ଭିଡ଼ିଓ ଭାଇରାଲ ହୋଇ ରହୁଥାଏ। କିନ୍ତୁ ଏବେଏବେ ମଲାଇକା ଆରୋରାଙ୍କ ଘରୁ ଏମିତି କିଛି ଫୋଟ ଓ ଭିଡ଼ିଓ ଭାଇରାଲ ହୋଇ ସାମ୍ନାକୁ ଆସିଛି ଯେଉଁଥିରେ ସେ ପୋଲିସଙ୍କ ସହିତ ନଜର ଆସିଛନ୍ତି। ଆଜ୍ଞା ହଁ, ମଲାଇକା ଆରୋରାଙ୍କ ଘରେ ପୋଲିସ ନଜର ଆସିଛନ୍ତି ଯାହାକୁ ନେଇ ଫ୍ୟାନ୍ସମାନେ ଚିନ୍ତା ଜାହିର କରିଛନ୍ତି କି, କଣପାଇଁ ମଲାଇକା ଆରୋରାଙ୍କ ଘରେ ପୋଲିସ ପହଞ୍ଚିଛନ୍ତି।

ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ମଲାଇକାଙ୍କ ଘରର ଭିଡ଼ିଓ:-

ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିପାରିବେ କି, ମଲାଇକା ଆରୋରା ପୋଲିସକର୍ମୀଙ୍କ ସହିତ ନଜର ଆସୁଛନ୍ତି। ଏହି ଭିଡ଼ିଓରେ ସେ କାଉଚ୍ଚ ଉପରେ ବସିଥିବାର ନଜର ଆସିଛନ୍ତି ଓ ତାଙ୍କ ସାମ୍ନାରେ କିଛି ପୋଲିସବାଲା ମଧ୍ୟ ଛିଡ଼ା ହୋଇଥିବାର ନଜର ଆସିଛନ୍ତି। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁତ ଦ୍ରୁତ ବେଗରେ ଭାଇରାଲ ହେଉଛି ଯାହାକୁ ଦେଖିବାପରେ ଫ୍ୟାନ୍ସ ବହୁତ ଅନୁମାନ ଲଗାଉଛନ୍ତି। ସେହିପରି କିଛି ଫ୍ୟାନ୍ସଙ୍କ କହିବା ହେଲା, ମଲାଇକା କୌଣସି ସମସ୍ୟାରେ ପଡ଼ିନାହାଁନ୍ତି ତ?

ମଲାଇକାଙ୍କୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିବାର କାରଣ ଏହାକି, ଏବେଏବେ ସଲମାନ ଖାନଙ୍କୁ ଜୀବନରୁ ମାରିଦେବାର ଧମକ ମିଳୁଛି। ଏମିତିରେ ମଲାଇକାଙ୍କ ଘରେ ପୋଲିସଙ୍କୁ ଦେଖି ସେମାନେ ହଇରାଣ ହୋଇ ପଡ଼ୁଛନ୍ତି। ଆପଣଙ୍କ ସୂଚନା ପାଇଁ ଆମେ ଜଣାଇଦେଉଛୁ କି, ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ।

ପୋଲିସ ମଲାଇକାଙ୍କ ଘରକୁ ନିମନ୍ତ୍ରଣ କରିବାକୁ ଆସିଛି। ବହୁତ ଜଲଦି ପୋଲିସ ମାନଙ୍କ ଏକ ଇଭେଣ୍ଟରେ ମଲାଇକା ନଜର ଆସିବେ। ଜଣାଇଦେଉଛୁ କି, 48 ବର୍ଷୀୟ ଏହି ଅଭିନେତ୍ରୀ ଏବେଏବେ ତୁର୍କୀ ଯାଇଥିଲେ ଓ ସେଠାରୁ ସେ ସୁନ୍ଦର ଫୋଟ ନିଜ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ। ଏହି ଅଭିନେତ୍ରୀ ବର୍ତ୍ତମାନ ଅର୍ଜୁନ କାପୁରଙ୍କୁ ଡେଟ କରୁଥିବାର ଖବର ମିଳୁଛି।

ବିବାହିତା ଅଟନ୍ତି ମଲାଇକା ଆରୋରା:-

ଜଣାଇଦେଉଛୁ କି, 1998 ମସିହାରେ ଏହି ଅଭିନେତ୍ରୀ ଫେମସ ଅଭିନେତା ଅରବାଜ ଖାନଙ୍କୁ ବିବାହ କରିଥିଲେ। ବିବାହର 19 ବର୍ଷ ପରେ ସେମାନଙ୍କ ସମ୍ପର୍କ ଛିନ୍ନ ହୋଇଥିଲା ଓ ସେମାନେ ଅଲଗା ଅଲଗା ରହିଲେ। ଏହାପରେ ମଲାଇକା ଆରୋରା ଅଭିନେତା ଅର୍ଜୁନ କାପୁରଙ୍କୁ ଡେଟ କରୁଛନ୍ତି। 2019 ମସିହାରେ ସେମାନେ ନିଜ ସମ୍ପର୍କର ଖୁଲାସା କରିଥିଲେ।

ମଲାଇକା ଆରୋରାଙ୍କୁ ନେଇ ଅର୍ଜୁନ କାପୁର କହିଥିଲେ କି, “ମଲାଇକା ତାଙ୍କୁ ନିଜ ଉପରେ ବିଶ୍ବାସ କରିବା ଶିଖାଇଥିଲେ, ଏହା ସେହି ସମୟ ଥିଲା ଯେଉଁ ସମୟରେ ଜୀବନ ମୋ ପରୀକ୍ଷା ନେଉଥିଲା”। ଅର୍ଜୁନଙ୍କୁ ନେଇ ମଲାଇକା କହିଥିଲେ କି, ଏହି ଦୁନିଆରେ ସେହି ଲୋକ ପାଇବା ବହୁତ କଷ୍ଟ ଅଟେ ଯିଏକି ତୁମକୁ ଭଲ ଭାବରେ ବୁଝିଥାଏ, ଅର୍ଜୁନ ମୋତେ ବହୁତ ଭଲ ଭାବରେ ବୁଝିଛନ୍ତି। ଏହାସହ ସେ ମୋତେ ବହୁତ ହସାଏ ଓ ମୋତେ ଭିତରୁ ଓ ବାହାରୁ ସମ୍ପୂର୍ଣ୍ଣ ଭାବରେ ବୁଝିଛି। ଏହି କାରଣ ପାଇଁ ମୋ ମନରେ ଅର୍ଜୁନ ପାଇଁ ରାସ୍ତା ତିଆରି ହୋଇଛି।

odia sambada
Comments (0)
Add Comment