ସାପମାନଙ୍କ ମଧ୍ୟରେ ସବୁଠାରୁ ବିପଦଜନ୍ନକ ଯଦି କେହି ତେବେ ସେ ହେଉଛି କିଙ୍ଗ କୋବ୍ରା, କିଙ୍ଗ କୋବ୍ରାର ନାମ ଶୁଣିବା ମାତ୍ରେ ଲୋକଙ୍କର ସ୍ଥିତି ଖରାପ ହୋଇଯାଏ। ସୋସିଆଲ ମିଡ଼ିଆରେ ପ୍ରାୟତଃ କିଙ୍ଗ କୋବ୍ରାର ବିପଦପୂର୍ଣ୍ଣ ଭିଡିଓ ଦେଖିବାକୁ ମିଳେ। ଅନେକ ଥର କିଙ୍ଗ କୋବ୍ରାର ଭିଡିଓ ଭାଇରାଲ ହୋଇଯାଏ। ଏମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଅଛି। ଯେଉଁଥିରେ କିଙ୍ଗ କୋବ୍ରା ଓ ଏକ ନେଉଳ ମଧ୍ୟରେ ଜବରଦସ୍ତ ଫାଇଟ ହେଉଅଛି। ଭାଇଆରାଲ ଭିଡ଼ିଓରେ ଦେଖାଯାଉଛିକି କେମିତି କିଙ୍ଗ କୋବ୍ରା ସଡ଼କ ଉପରେ ଫେଣା ଟେକି ବସିଛି। ଠିକ ସେହି ସମୟରେ ଏକ ନେଉଳ ସାମ୍ନାକୁ ଆସିଲା, ଯାହାପରେ ଦୁଇଜଣଙ୍କ ମଧ୍ୟରେ ଜବରଦସ୍ତ ଫାଇଟ ହେଉଅଛି।
ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେକି ଏକ କିଙ୍ଗ କୋବ୍ରା ସଡ଼କ ମଝିରେ ଫେଣା ଟେକି ବସିଛି, ବହୁତ ଦୂରରେ ଲୋକଙ୍କର ଭିଡ ହୋଇଛି। ଯେଉଁମାନେ କିଙ୍ଗ କୋବ୍ରାକୁ ଦେଖୁଛନ୍ତି। ଅଚାନକ କିଙ୍ଗ କୋବ୍ରା ସାମ୍ନାରେ ଏକ ନେଉଳ ଯାଉଥିଲା। ପ୍ରଥମେ କୋବ୍ରା ସେହି ନେଉଳକୁ ଦେଖିଲା, ପୁଣି ଅଚାନକ ନିଜର ଫେଣା ଉଠାଇ ନେଉଳ ଉପରକୁ ଆକ୍ରମଣ କରିଦେଲା। ପୁଣି ନେଉଳ ମଧ୍ୟ ରାଗରେ ସାପକୁ ଆକ୍ରମଣ କରିଦିଏ। ପୁଣି ନେଉଳ ମଧ୍ୟ ରାଗରେ ସାପ ସହିତ ଲାଗିଲା ଓ ଦୁଇଜଣଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଗଲା। ନେଉଳ ଓ ସାପ ଦୁଇଜଣଙ୍କ ମଧ୍ୟରେ ବହୁତ ଲଢେଇ ହେଲା। ପୁଣି ନେଉଳ ସଡ଼କ କଡରେ ଆସି ପହଞ୍ଚିଲା, ତା ପଛେ ପଛେ ସାପ ମଧ୍ୟ ଆସିଗଲା। ଶେଷରେ ନେଉଳ ସାପକୁ ନିଜ ମୁହଁରେ ଚାପି ଦୂର ଜଙ୍ଗଲ ଆଡ଼କୁ ନେଇଗଲା।
ଦେଖନ୍ତୁ ଭିଡିଓ:-
କିଙ୍ଗ କୋବ୍ରା ଓ ନେଉଳ ମଧ୍ୟରେ ଏମିତି ଜବରଦସ୍ତ ଲଢେଇ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏହି ଭିଦିଓକୁ ଇନଷ୍ଟାଗ୍ରାମରେ anchorharishnagaraju ନାମକ ପେଜରେ ସେୟାର କରାଯାଇଛି। ଭିଡିଓକୁ ପାଖାପାଖି ୩ହଜାର ଥର ଦେଖାଯାଇସାରିଛି। ଲୋକ ଏହି ଭିଦିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାନ୍ତି। ଭିଡିଓ ଏତେ ବିପଦପୂର୍ଣ୍ଣ ଥିଲାକି ଲୋମ ଟାଙ୍କୁରୀ ହୋଇଯିବ। କଣ ଆପଣ ନେଉଳ ଓ ସାପ ମଧ୍ୟରେ ଏମିତି କେବେ ବିପଦପୂର୍ଣ୍ଣ ଲଢେଇ ଦେଖିଛନ୍ତି?