୧୪ ବର୍ଷୀୟ ପିଲାଟି ନିଜର ସୈତାନ ବୁଦ୍ଧିଦ୍ଵାରା ସହର ଲୋକଙ୍କୁ କରିଦେଲା ନାକେଦମ,ବାଧ୍ୟ ହୋଇ ୩ ବର୍ଷ ପାଇଁ ପିଲାଟିକୁ ସହରରୁ କରିଦିଆଗଲା ବାହାର !

ପିଲାଟି ଯେତେବେଳେ ଦୁଷ୍ଟାମୀ କରିଥାଏ ସେତେବେଳେ ଶିକ୍ଷକ ତାଙ୍କୁ ଦଣ୍ଡ ଦେବାପାଇଁ କ୍ଲାସରୁ ବାହାର କରି ଦେଇଥାନ୍ତି। ସେହିପରି ମାତା-ପିତା ମଧ୍ୟ ନିଜ ପିଲାକୁ ଦଣ୍ଡ ଦେବାପାଇଁ କେତେଥର ଘରୁ ମଧ୍ୟ କିଛି ସମୟ ବାହାରକୁ ବାହାର କରିଦେଇଥାନ୍ତି। କଣ ଆପଣ କୋର୍ଟ ଦ୍ୱାରା କୌଣସି ପିଲାଟିକୁ ଏମିତି ଆଦେଶ ଦେଇଥିବାର ଶୁଣିଛନ୍ତି କି? ଏବେଏବେ ଇଂଲଣ୍ଡର ଏକ 14 ବର୍ଷୀୟ ପିଲାଟି ସହିତ ଏମିତି କିଛି ହୋଇଛି। ପିଲାଟିର ସଇତାନୀ ଏତେ ବଢ଼ିଗଲା ଯେ, ଶେଷରେ ସହରରୁ ପିଲାଟିକୁ ବାହାର କରିବାକୁ ପଡ଼ିଲା।

ଲୋକମାନେ ବାରମ୍ବାର ପିଲାଟି ନାମରେ କରୁଥିଲେ ଅଭିଯୋଗ:-

ୱରସେଷ୍ଟରଶାୟାର, କିଡରାମିନିଷ୍ଟରର ଏକ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ମେଟ୍ରୋ ୱେବସାଇଟ ରିପୋର୍ଟ ଅନୁସାରେ 14 ବର୍ଷୀୟ କିଲନ ଇଭାନ୍ସଙ୍କୁ ଦଣ୍ଡ ଆଧାରରେ ବାହାର କରାଯାଇଛି। ଆପଣ ଭାବୁଥିବେ ଛୋଟ ପିଲାଟି ଏମିତି କଣ ଭୁଲ କରିଦେଲା ଯେ, ତା’ସହିତ ଏମିତି କାମ କରାଗଲା। ଆସନ୍ତୁ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ବିସ୍ତାର ରୂପରେ ସମ୍ପୂର୍ଣ୍ଣ ମାମଲା କଣ ଜଣାଇବୁ।

ପିଲାଟି ଉପରେ କୋର୍ଟ ଲଗାଇଲା ଦଣ୍ଡ:-

ରିପୋର୍ଟ ମୁତାବିକ, ପିଲାଟି ଉପରେ ଆଣ୍ଟି ସୋସିଆଲ ବ୍ୟବହାରର ଆରୋପ ଲଗାଯାଇଥିଲା। ଲୋକମାନେ ବହୁତବାର ପୋଲିସ ସାମ୍ନାରେ ଏହା ଦର୍ଶାଇଥିଲେ କି, ପିଲାଟି ତାଙ୍କୁ ଡ଼ରାଉଛି, ଧମକାଉଛି ଓ ସୋସିଆଲ ମିଡ଼ିଆରେ ଆବ୍ୟୁସ ମଧ୍ୟ କରୁଛି। ଏହାସହ ପିଲାଟି ଲୋକାଲ ବ୍ୟବସାୟୀ ଓ ଜନତାଙ୍କୁ ବହୁତ ଅସୁବିଧାରେ ପକାଉଛି। ୱେଷ୍ଟ ମର୍ସିଆ ପୋଲିସକୁ ଯେତେବେଳେ ପିଲାଟି ନାମରେ ବହୁତ ଅଭିଯୋଗ ଶୁଣିବାକୁ ମିଳିଲା ସେତେବେଳେ ପୋଲିସ ପିଲାଟିକୁ ଗିରଫ କରିବ ବୋଲି ଚିନ୍ତା କରିଥିଲା। ପିଲାଟି ଉପରେ କ୍ରିମିନାଲ ବିହେବିୟର ଅର୍ଡର ମାମଲା ଦର୍ଜ କରାଗଲା।

ଜେଲ ଯିବାକୁ ପଡ଼ିପାରେ:-

ଏହାସହ ପିଲାଟି 2025 ପର୍ଯ୍ୟନ୍ତ ସେହି ଅଞ୍ଚଳକୁ ଆଉ ପ୍ରବେଶ କରି ପାରିବନାହିଁ। ୱରସେଷ୍ଟାର ମାଜିଷ୍ଟ୍ରେଟ କୋର୍ଟ ତାଙ୍କ ଉପରେ ଏହି କଥାର ଆରୋପ ଲଗାଇଦେଲେ କି, ପିଲାଟି ପରିବାର ବ୍ୟତୀତ 3 ରୁ ଅଧିକ ଲୋକଙ୍କ ସହିତ ଜନତାଙ୍କ ମଧ୍ୟରେ ବୁଲି ପାରିବନାହିଁ। ଏବେ ଯଦି ପିଲାଟି ଏହି ପ୍ରତିବନ୍ଧକକୁ ପାଳନ କରିବନାହିଁ ତାହେଲେ ଜରିମାନା ସହିତ ଭାରି ଧନରାଶି ଦେବା ସହିତ ଜେଲ ମଧ୍ୟ ଯିବାକୁ ପଡ଼ିପାରେ। ପୋଲିସଙ୍କ ଏକ ପ୍ରବକ୍ତା ମେଟ୍ରୋ ୱେବସାଇଟ କଥା କହି କହିଥିଲେ କି, ସେ ଆଶା କରୁଛନ୍ତି ପିଲାଟି ଉପରେ ଏହାର ପ୍ରଭାବ ପଡ଼ିବ ଓ ସେ ପରିବର୍ତ୍ତନ ହେବ।

odia sambada
Comments (0)
Add Comment