ଟି-୨୦ରେ ମାତ୍ର ୮ ରନ୍‌ କରି ଅଲଆଉଟ୍‌ ହେଲା ଟିମ୍‌, କେବଳ ୭ଟି ବଲ୍‌ରେ ମ୍ୟାଚ ଜିତିଲା ବିପକ୍ଷ ଦଳ

ସମସ୍ତେ ସାଧାରଣ ଭାବେ ପିଲାବେଳେ ଅନେକ ଖେଳ ଖେଳିଥିବେ |ଖେଳିବା ମଧ୍ୟ ଆମ ଜୀବନର ମୁଖ୍ୟ ଅଂଶ ଅଟେ |ଖେଳିବା ମଧ୍ୟ ଆମ ଶରୀର ପ୍ରତି ଅତ୍ୟନ୍ତ ହିତକର ଅଟେ |ଆମେ ସମସ୍ତେ କେହି ନା କେହି ଖେଳାଳିଙ୍କୁ ପସନ୍ଦ କରୁ ଏବଂ ପ୍ରାୟତଃ ତାଙ୍କରି ପରି ହେବାକୁ ଇଚ୍ଛା କରୁ ।କ୍ରିକେଟର ଏକ ଅଲଗା ହିଁ ଖାସିୟତ୍ ରହିଛି ଆମ ଦେଶରେ, ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ ବୁଢା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ନାମ ଶୁଣିଲେ ଏକ ପ୍ରକାରର ଜୋସ୍ କୁ ଆସି ଯାଆ£ନ୍ତି । କ୍ରିକେଟ ସିଜିନ୍ ସମୟରେ କ୍ରିକେଟ କୁ ନେଇ ଅନେକ ପ୍ରକାରର ବେଟ୍ ମଧ୍ୟ ଲାଗିଯାଏ ।

ଆମ ଦେଶରେ କ୍ରିକେଟ ଖେଳ ଆରମ୍ଭରୁ ହିଁ କ୍ରିକେଟ ଖେଳାଳି ମାନେ ନିଜ ନିଜର ଭଲ ଭଲ ପ୍ରଦର୍ଶନ କରି ଦେଶ ବାସୀଙ୍କର ମନ ଜିତି ଆସିଛନ୍ତି । ତେବେ କେମିତି ଗୋଟିଏ ଟିମ୍‌ର ୧୧ ଜଣ ଖେଳାଳି ମାତ୍ର ୮ ରନ୍‌ କରି ଅଲଆଉଟ ହୋଇଗଲେ? କିନ୍ତୁ ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଏମିତି ଏକ ଘଟଣା ଘଟିଛି। ୟୁଏଇ ଏବଂ ନେପାଳ ମଧ୍ୟରେ ଚାଲିଥିବା ମ୍ୟାଚ୍‌ ସମୟରେ ଏହା ଦେଖିବାକୁ ମିଳିଛି। ନେପାଳ ମହିଳା ଟିମ୍‌ ପ୍ରଥମେ ଖେଳି ୮.୧ ଓଭରରେ ୮ ରନ କରି ଅଲଆଉଟ୍‌ ହୋଇଯାଇଥିଲା। ଏହାପରେ ୟୁଏଇ ୭ଟି ବଲ୍‌ରେ ମ୍ୟାଚ୍ ଜିତି ଯାଇଥିଲା।

ଏହି ମ୍ୟାଚ୍‌ରେ ୟୁଏଇର ଦ୍ରୁତ ବୋଲର ମହିକା ଗୌର ଜବରଦସ୍ତ ବୋଲିଂ କରିଛନ୍ତି। ମାତ୍ର ୨ ରନ୍‌ ଦେଇ ନେପାଳର ୫ ଜଣ ବ୍ୟାଟରଙ୍କୁ ଆଉଟ୍ କରିଥଲେ।ତେବେ ମାଲେସିୟାର ବାଙ୍ଗିରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ନେପାଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲା।ଟିମ୍‌କୁ ଦ୍ୱିତୀୟ ଓଭରରେ ପ୍ରଥମ ଝଟକା ମିଳିଥିଲା। ଟିମ୍‌ ୩ୟ ଓଭରରେ ୩ଟି ଓ୍ଵିକେଟ ଯାଇଥିଲା। ମାତ୍ର ୨ ରନରେ ୪ଟି ଓ୍ଵିକେଟ ନେପାଳ ଟିମ୍‌ର ଯାଇଥିଲା।ୟୁଏଇ ପକ୍ଷରୁ ମହିକା ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ଇନ୍ଦୁଜା ନନ୍ଦକୁମାର ୩ଟି ଓ ସମାଇରା ଡି ଗୋଟିଏ ବଲ ପକାଇ ଗୋଟିଏ ୱିକେଟ ନେଇଛନ୍ତି।ତେବେ ଏହା ଟିମର ଦ୍ୱିତୀୟ ବିଜୟ।ପୂର୍ବରୁ ୟୁଏଇ ଟିମ୍‌ ୩ ଜୁନରେ ଭୂଟାନ ବିପକ୍ଷରେ ଖେଳି ୧୬୦ ରନରେ ମ୍ୟାଚ୍ ଜିତିଥିଲା। କ୍ୟାପଟେନ ତୀର୍ଥା ୯୪ ରନ୍‌ କରିଥିଲେ।ଏହି ମ୍ୟାଚରେ ୟୁଏଇ ୨୦୨ ରନ୍‌ କରିଥିଲା।

odia sambada
Comments (0)
Add Comment