ମାଲିକ ଉପରେ ହେଲା ଫାୟାରିଂ, ସେହି ସମୟରେ ଆସିଗଲା କୁକୁର, ମୁଣ୍ଡରେ ଗୋଳି ଖାଇ ମାଲିକର ଜୀବନ ରକ୍ଷା କଲା , କିନ୍ତୁ…

କୁକୁର ବହୁତ ବଫାଦାର ଅଟନ୍ତି। ସେମାନେ ମଣିଷଙ୍କର ବହୁତ ଭଲ ସାଙ୍ଗ ଅଟନ୍ତି। ସେମାନେ ନିଜର ମାଲିକଙ୍କ ପାଇଁ କିଛିବି କରିପାରନ୍ତି। ସେମାନେ ନିଜର ଜୀବନକୁ ନିଜର ମାଲିକଙ୍କ ପାଇଁ ବିପଦରେ ପକାଇଦିଅନ୍ତି। ଯଦି ଆପଣଙ୍କୁ ଏହିକଥା ଉପରେ ସନ୍ଦେହ ଅଛି ତେବେ ଉତ୍ତର ପ୍ରଦେଶର ସୁଲତାନପୁରର ଏହି ମାମଲାକୁ ଦେଖିନିଅନ୍ତୁ। ଗୋଟିଏ କୁକୁର ନିଜର ମାଲିକଙ୍କର ଜୀବନ ରକ୍ଷା କରିବା ପାଇଁ ନିଜେ ଗୋଳିର ଶିକାର ହୋଇଗଲା। ତାପରେ ଯାହା ହେଲା ବାସ୍ତବରେ ତାହା ବହୁତ ଦୁଃଖଦ ଘଟଣା ଥିଲା।

ଏହି ଘଟଣା ସୁଲତାନପୁରର କୋତବାଲି ଦେହାତର ବିକବାଜିତପୁର ଗାଆଁର ଅଟନ୍ତି। ବିଶାଳ ଶ୍ରୀବାସ୍ତବଙ୍କର ଗାଆଁର ବାହାରେ ଏକ ବାଡିରେ ଗୌଶାଳ ଅଛି। ସେ ପଶୁପ୍ରେମୀ ଅଟନ୍ତି ଓ ସେ ସେବାକୁ ନିଜର କର୍ତ୍ତବ୍ୟ ବୋଲି ଭାବନ୍ତି। ସେ ଗାଈଙ୍କର ଦେଖରଖ କରିବା ସହିତ ତାଙ୍କର ଗୋବରକୁ ପ୍ରଡକ୍ଟ ତିଆରି କରି ବିକ୍ରୀ କରନ୍ତି। ତାଙ୍କର ବାଡି ପଛରେ ଏକ ରାମବରନ ପିଜି କଲେଜ ଅଛି। ଏହି କଲେଜର ନିର୍ମାଣ ଆମ୍ବେଦକର ନଗରରେ ରହୁଥିବା ଅନିଲ ବର୍ମା କରିଥିଲେ।

ମାଲିକଙ୍କୁ ରକ୍ଷା କରିବା ପାଇଁ କୁକୁର ଗୋଳି ଖାଇଗଲା:-

ରବିବାର ବିଶାଳ ନିଜର ପଶୁଶାଳା ପାଖରେ ପୁଆଲ ରଖିବା ପାଇଁ ଟିଣରେ ସେଡ ତିଆରି କରୁଥିଲେ। ପ୍ରବନ୍ଧକ ଅନିଲ ସେଠାରେ ଆସିଲେ ଓ ଏହା ଉପରେ ଆପତ୍ତି ଜଣାଇଲେ। ଶୀଘ୍ର ଦୁଇଜଣକ ମଧ୍ୟରେ ଝଗଡା ହୋଇଗଲା। ଏମିତିରେ ଅନିଲ ୧୧୨ ଡାଏଲ କରି ପୋଲିସକୁ ଡାକିଲେ। ପୋଲିସ ଘଟଣା ସ୍ଥଳରେ ଆସି ବିଶାଳର ନିର୍ମାଣ କାର୍ଯ୍ୟକୁ ଅଟକାଇ ଦେଲେ। କିନ୍ତୁ ଯେମିତି ପୋଲିସ ସେଠାରୁ ଗଲେ ସେମାନେ ପୁଣିଥରେ ଝଗଡା ଆରମ୍ଭ ହେବାକୁ ଲାଗିଲା।

ଏହି ବିବାଦ ଏତେ ଅଧିକ ବଢ଼ିଗଲାକି ଅନିଲ ରାଗରେ ନିଜର ଲାଇସେନ୍ସ ପିଷ୍ଟଲ ବାହାର କରି ବିଶାଳ ଉପରକୁ ଫାୟରିଂ କରିଲେ। ସେହି ସମୟରେ ତାଙ୍କ କଡରେ ଛିଡା ହୋଇଥିବା କୁକୁର ମଝିରେ ଆସିଗଲା। ସେ ତାର ମାଲିକ ଉପରକୁ ଚଳା ଯାଇଥିବା ଗୁଳିକୁ ନିଜେ ଖାଇଗଲା। ମାଲିକକୁ ସାମାନ୍ୟ ଆଘାତ ମଧ୍ୟ ଆସିଲା ନାହିଁ। ଏହି ଘଟଣା ପରେ ଆଖପାଖରେ ଥିବା ଲୋକ ଅନିଲର ପିଛା କରିଲେ କିନ୍ତୁ ଅନିଲ ସେଠାରୁ ଖସି ପଳାଇଗଲା।

ଚିକିତ୍ସା ସମୟରେ ହୋଇଗଲା କୁକୁର ମୃତ୍ୟୁ:-
ବିଶାଳ ସଙ୍ଗେ ସଙ୍ଗେ ତାଙ୍କର ଜୀବନକୁ ରକ୍ଷା କରିଥିବା ବଫାଦାର କୁକୁରକୁ ଗୋଲାଘାଟ ସ୍ଥିତ ଜିଲ୍ଲା ପଶୁ ଚିକିତ୍ସାଳୟକୁ ନେଇଗଲେ। ସେଠାରେ ଡାକ୍ତର ଆହତ କୁକୁରର ଚିକିତ୍ସା ସଙ୍ଗେ ସଙ୍ଗେ ଆରମ୍ଭ କରିଦେଲେ। ଗୋଳି ଲାଗିବା କାରଣରୁ ରକ୍ତ ଅଧିକ ବହି ସାରିଥିଲା। ସେଥିପାଇଁ ସେ ସେଠାରେ ମୃତ୍ୟୁ ବରଣ କରିଲା। ଏହି ଘଟଣା ପରେ ଅନିଲଙ୍କ ବିରୁଦ୍ଧରେ ପୋଲିସ ନିକଟରେ ଏକ ଅଭିଯୋଗ ରୁଜ୍ଜୁ କରାଗଲା।

ଅଞ୍ଚଳର ଅଧିକାରୀ ସତୀଶ ଚନ୍ଦ୍ର ଶୁକ୍ଲଙ୍କ ଅନୁସାରେ ଏହି ମାମଲାକୁ ନେଇ ଏକ ଏଫଆଇଆର ରୁଜ୍ଜୁ କରାଯାଇଛି। ତଥ୍ୟକୁ ଏକଜୁଟ କରି ବିଧିକ କାର୍ଯ୍ୟନୁଷ୍ଠାନ କରାଯାଉଛି। ସ୍ଥାନୀୟ ଲୋକଙ୍କର ରାଗ ମଧ୍ୟ ବଢ଼ୁଅଛି। ସେମାନେ ଆରୋପୀଙ୍କୁ ବହୁତ ଶୀଘ୍ର ଜେଲ ପଛରେ ଦେଖିବା ପାଇଁ ଚାହୁଁଛନ୍ତି। ଏହି ଘଟଣା ପରେ ପ୍ରତ୍ୟେକ କୁକୁରର ବଫାଦାରି ଉପରେ ମିସାଲ ଦେଉଛନ୍ତି।

odia sambada
Comments (0)
Add Comment