ନରୋ ଭାଇରସ: କରୋନା ଓ ମଙ୍କିପକ୍ସର ବିପଦ ମଧ୍ୟରେ ଭାରତକୁ ଆସିଲା ଏକ ନୂଆ ଭାଇରସ, ଜାଣନ୍ତୁ ଏହାର ଲକ୍ଷଣ ଓ ରକ୍ଷା ପାଇବାର ଉପାୟ

କେରଳରେ ନରୋ ଭାଇରସର ଦୁଇଟି ମାମଲା:-

କରୋନା ଭାଇରସ ଓ ମଙ୍କିପକ୍ସର ବିପଦ ମଧ୍ୟରେ ଭାରତରେ ଏକ ନୂଆ ଭାଇରସ ଦେଖିବାକୁ ମିଳିଛି। କେରଳର ରାଜଧାନୀ ଥିରୁଅନନ୍ତପୁରମରେ ନରୋଭାଇରସର ଦୁଇଟି ମାମଲା ସାମ୍ନାକୁ ଆସିଛି। ନରୋଭାଇରସରେ ସଂକ୍ରମିତ ଦୁଇଟି ପିଲାର ସ୍ଥିତି ସ୍ଥିର ଅଛି ଓ ତାଙ୍କ ଉପରେ ନଜର ରଖାଯାଇଛି। ଏହା ସହିତ ପ୍ରଶାସନ ରକ୍ଷା ପାଇବା ପାଇଁ କାର୍ଯ୍ୟାନୁଷ୍ଠାନ କଡ଼ା କରିଦେଇଛନ୍ତି ଓ ସେମ୍ପଲ ନେଇ ଟେଷ୍ଟିଂ କରାଯାଉଛି।

ବିଂଝିଜମ ମାମଲାରେ ନରୋ ଭାଇରସର ୨ଟି ମାମଲା ଦେଖାଯାଇଛି:-

କେରଳର ସ୍ଵାସ୍ଥ୍ୟ ମନ୍ତ୍ରୀ ବୀନା ଜର୍ଜ କହିଲେ,’କେରଳର ରାଜଧାନୀ ଥିରୁଅନନ୍ତପୁରମର ବିଂଝିଜମ ଅଞ୍ଚଳରେ ନରୋ ଭାଇରସର ୨ଟି ମାମଲା ପୃଷ୍ଟି ହୋଇଛି। ଚିନ୍ତାର କୌଣସି ବିଷୟ ନାହିଁ। ସ୍ବାସ୍ଥ୍ୟ ବିଭାଗ ସ୍ଥିତିର ଆକଳନ କରିଛି। ଏହି ଅଞ୍ଚଳରୁ ସେମ୍ପଲ ନେଇ ଟେଷ୍ଟିଂ ପାଇଁ ଦିଆଯାଇଛି ଓ କାର୍ଯ୍ୟାନୁଷ୍ଠାନ କଡା କରିଦିଆଯାଇଛି।’ ଏହା ସହିତ ସେ କହିଲେକି ସଂକ୍ରମିତ ହୋଇଥିବା ୨ଜଣ ପିଲାଙ୍କର ସ୍ଥିତି ସ୍ଥିର ଅଛି।

ନରୋ ଭାଇରସ କଣ ଓ ଏହା କେମିତି ବ୍ୟାପେ?

ନରୋ ଭାଇରସ ପଶୁଙ୍କ ଜରିଆରେ ମଣିଷଙ୍କ ମଧ୍ୟରେ ବ୍ୟାପିଥାଏ। ଯାହାକି ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟେନାଲ ରୋଗର କାରଣ ଅଟେ। ଏହି ଭାଇରସ ଦୂଷିତ ସ୍ଥାନର ସଂସ୍ପର୍ଶରେ ଓ ଦୂଷିତ ଭୋଜନ ଖାଇବା ଫଳରେ ହୋଇଥାଏ। ଏହା ବ୍ୟତୀତ ଏହା ଏକ ସଂକ୍ରମିତ ବ୍ୟକ୍ତିଙ୍କ ନିକଟରୁ ଅନ୍ୟ ଏକ ବ୍ୟକ୍ତିଙ୍କୁ ମଧ୍ୟ ବ୍ୟାପିପାରେ। ଏତିକି ନୁହେଁ ଜଣେ ବ୍ୟକ୍ତି ଅନେକ ଥର ନରୋ ଭାଇରସରେ ସଂକ୍ରମିତ ହୋଇପାରେ। କାରଣ ଏହି ଭାଇରସର ଅଲଗା ଅଲଗା ପ୍ରକାର ଅଛି।

କଣ ଅଟେ ନରୋ ଭାଇରସର ଲକ୍ଷଣ?:-

ନରୋ ଭାଇରସ କୌଣସି ବ୍ୟକ୍ତିଙ୍କର ପେଟରେ ଆକ୍ରମଣ କରିପାରେ। ଓ ପେଟରେ ପହଞ୍ଚିବା ସହିତ ପେଟ ଭିତରେ ଫୁଲିଯାଏ। ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ସାଧାରଣ ଭାବରେ ଦସ୍ତ, ବାନ୍ତି, ପେଟ ବଥା ଓ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟେନାଲ ପରି ଲକ୍ଷଣ ଦେଖିବାକୁ ମିଳେ। ଏହା ବ୍ୟତୀତ ସଂକ୍ରମିତ ରୋଗୀ ନିକଟରେ ଜ୍ୱର, ମୁଣ୍ଡ ବଥା ଓ ଶରୀରରେ ବଥା ମଧ୍ୟ ଦେଖିବାକୁ ମିଳେ। ସାଧାରଣ ଭାବରେ ଏହି ଭାଇରସ ସମସ୍ତ ଲୋକଙ୍କୁ ନିଜ କବଳରେ ନେଇପାରିବ। କିନ୍ତୁ ପିଲା, ବୃଦ୍ଧ ଓ ପୂର୍ବରୁ କୌଣସି ରୋଗରେ ପୀଡିତ ବ୍ୟକ୍ତିଙ୍କ ନିକଟରେ ଅଧିକ ଗମ୍ଭୀର ହୋଇପାରେ। ଭାଇରସର ସମ୍ପର୍କରେ ଆସିବା ପରେ ୧୨ ରୁ ୪୮ ଘଣ୍ଟା ପରେ ଏହାର ଲକ୍ଷଣ ବିକଶିତ ହୁଏ, ଠିକ ସମୟରେ ଚିକିତ୍ସା ଆରମ୍ଭ କରିଦେଲେ ସଂକ୍ରମିତ ବ୍ୟକ୍ତି ୩ଦିନ ମଧ୍ୟରେ ଠିକ ହୋଇପାରନ୍ତି।

ନରୋ ଭାଇରସରୁ ରକ୍ଷା ପାଇବାର ଉପାୟ:-

ଆରମ୍ଭ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ନରୋ ଭାଇରସ ଅଧିକ ମାରାତ୍ମକ ହୋଇନାହିଁ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଚିକିତ୍ସା ପାଇଁ କୌଣସି ଉପଲବ୍ଧ ହୋଇନାହିଁ। ସେଥିପାଇଁ ନିଜକୁ ଏଥିରୁ ରକ୍ଷା କରିବା ତାହା ଏକ ବଡ଼ ଉପାୟ ଅଟେ। ସଂକ୍ରମିତ ରୋଗୀକୁ ଡାକ୍ତର ବହୁତ ପାଣି ଓ ତରଳ ପଦାର୍ଥ ନେବାକୁ ପରାମର୍ଶ ଦେଇଛନ୍ତି। ଏହାର ବିପଦ ପ୍ରତ୍ୟେକ ଦିନ ପଶୁମାନଙ୍କ ସଂପର୍କରେ ଆସୁଥିବା ଲୋକଙ୍କ ନିକଟରେ ସବୁଠାରୁ ଅଧିକ ରହିଛି। ଏମିତି ଲୋକଙ୍କ ଠାରୁ ସାବଧାନ ହୋଇ ରହିବାର ଅଛି। ଡାକ୍ତର ନରୋ ଭାଇରସରୁ ରକ୍ଷା ପାଇବା ପାଇଁ ସାବୁନ ଓ ନଖ ଉଷୁମ ଗରମ ପାଣିରେ ହାତକୁ ଭଲ ଭାବରେ ଧୋଇବା ପାଇଁ ପରାମର୍ଶ ଦେଇଛନ୍ତି। ଏହା ବ୍ୟତୀତ ସତେଜ ଖାଇବା ଓ ଯଦି ଅସୁସ୍ଥ ମନେ କରୁଛନ୍ତି ତେବେ ଘରେ ରୁହନ୍ତୁ। ନରୋ ଭାଇରସର ସାନିଟାଇଇରରେ ମରେ ନାହିଁ। ସେଥିପାଇଁ ସାନିଟାଇଇରରେ ହାତ ପରିଷ୍କାର କରିବାର କୌଣସି ଲାଭ ହେବନାହିଁ।

odia sambada
Comments (0)
Add Comment