କେନ୍ଦ୍ର ସରକାର ଓ ରାଜ୍ୟ ସରକାର ନିଜ ତରଫରୁ କୌଣସି ନା କୌଣସି ଲାଭକାରୀ ଓ କଲ୍ୟାଣକାରୀ ଯୋଜନା ଚଳାଇଥାନ୍ତି। ଏହି ଯୋଜନାର ଉଦ୍ଦେଶ୍ୟ ଏହାକି ଯେ, ଏହାକୁ ଗରିବ ଲୋକଙ୍କ ପାଖରେ ପହଞ୍ଚାଇବା। ଏଥିରେ ବିଭିନ୍ନ ପ୍ରକାରର ଯୋଜନା ରହିଥାଏ, ଏମାନଙ୍କ ମଧ୍ୟରୁ ଏମିତି ଏକ ଯୋଜନା ହେଉଛି ସିଲେଇ ମେସିନ ଯୋଜନା। ଏହି ଯୋଜନା ଅନ୍ତର୍ଗତ ସରକାର ପ୍ରତ୍ୟେକ ରାଜ୍ୟରୁ 50 ହଜାର ମହିଳାଙ୍କୁ ସିଲେଇ ମେସିନ ପ୍ରଦାନ କରିବେ। ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ସରକାର ଫ୍ରି ସିଲେଇ ମେସିନ ଯୋଜନା ନେଇ ଆସିଛନ୍ତି। ଯଦି ଆପଣ ଜଣେ ମହିଳା ଅଟନ୍ତି ତାହେଲେ ଆପଣଙ୍କୁ ମଧ୍ୟ ସରକାରଙ୍କ ଏହି ଯୋଜନାରେ ଫ୍ରି ସିଲେଇ ମେସିନ ମିଳିପାରେ। ଆସନ୍ତୁ ଜାଣିବା କେମିତି ଆପଣଙ୍କୁ ଏହି ଯୋଜନା ବିଷୟରେ ଜଣାପଡ଼ିବ।
କାହାକୁ ଏହାର ଲାଭ ମିଳିବ:-
ଗରିବ ଓ ଶ୍ରମିକ ମହିଳାଙ୍କୁ ଆତ୍ମନିର୍ଭର ବନାଇ ଓ ତାଙ୍କୁ ରୋଜଗାରର ଅବସର ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ଯୋଜନା ଆରମ୍ଭ ହୋଇଥିଲା। ଏହାର ଲାଭ ବିଷୟରେ କହିବାକୁ ଗଲେ ଶହରୀ ଓ ଗ୍ରାମୀଣ ଉଭୟ ସ୍ଥାନର ମହିଳା ଏହି ଯୋଜନାର ଲାଭ ଉଠାଇ ପାରିବେ।
ଏହି ଦସ୍ତାବିଜ ଗୁଡ଼ିକର ରହିବ ଆବଶ୍ୟକ:-
– ଆଧାରକାର୍ଡ
– ଜନ୍ମ ପ୍ରମାଣପତ୍ର
– ଆୟ ପ୍ରମାଣପତ୍ର
– ପାସପୋର୍ଟ ସାଇଜ ଫୋଟ
– ଆକ୍ଟିଭ ମୋବାଇଲ ନମ୍ବର
– ବିକଳାଙ୍ଗ ଓ ବିଧବା ହେବାଦ୍ୱାରା ସମ୍ବନ୍ଧିତ ପ୍ରମାଣପତ୍ର
ଆବଶ୍ୟକତା:-
– ମହିଳାଙ୍କ ବୟସ 20 ରୁ 40 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
– ଶ୍ରମିକ ମହିଳାଙ୍କ ପତିଙ୍କ ଆୟ 12 ହଜାର ଟଙ୍କାରୁ ଅତ୍ୟଧିକ ହୋଇନଥିବା ଆବଶ୍ୟକ।
– ମହିଳା ମାନେ ଆର୍ଥିକ1 ରୂପରେ ଦୁର୍ବଳ ହୋଇଥିବା ଉଚିତ।
ଏମିତି ଆପଣ ଆବେଦନ କରିପାରିବେ:-
– ଆପଣଙ୍କୁ ଏହାର ଅଧିକାରୀ ୱେବସାଇଟ https://www.india.gov.in କୁ ଯିବାକୁ ହେବ।
– ଏହାପରେ ଫ୍ରି ସିଲେଇ ମେସିନ ପାଇଁ ଆବେଦନ ପତ୍ର ଡାଉନଲୋଡ଼ କରିବାକୁ ହେବ।
– ଏବେ ଫର୍ମ ଭିତରେ ନିଜର ଡ଼ିଟେଲସ ଭରନ୍ତୁ।
– ଏହାପରେ ନିଜର ସମସ୍ତ ଦସ୍ତାବିଜ ଓ ଫୋଟ ଏଥିରେ ଲଗାଇ ଦିଅନ୍ତୁ।
– ଏହାପରେ ଦିଆଯାଇଥିବା କାର୍ଯ୍ୟାଳୟକୁ ଯାଇ ଆପଣଙ୍କୁ ଫର୍ମ ସବମିଟ କରାଇବାକୁ ହେବ।
– ଏଠାରେ ସତ୍ୟାପନ ପରେ ଆପଣଙ୍କୁ ଫ୍ରିରେ ସିଲେଇ ମେସିନ ଜାରି ହୋଇଯିବ।