ଝିଅ ବିଦା ବେଳେ ପ୍ରେମିକ ହାଜର ,ବର କନିଆଁଙ୍କ ଗାଡିକୁ ମଝି ରାସ୍ତାରେ ଅଟକାଇ ପ୍ରେମିକ ହଙ୍ଗାମା କଲା ପ୍ରେମିକ,ଜାଣନ୍ତୁ ପୁରା ଘଟଣା

ଆଜିର ଦୁନିଆରେ କେହି ପ୍ରେମ କରୁ ନାହାଁନ୍ତି ବୋଲି କହିହେବ ନାହିଁ, କାରଣ ୧୦୦ ଭାଗରୁ ୯୯ ଭାଗ ଲୋକ ମାନେ ପ୍ରେମ କରୁଛନ୍ତି କିଏ ପ୍ରେମରେ ସଫଳ ହୁଅନ୍ତି ଆଉ କିଏ ପ୍ରେମରେ ସଫଳ ହୁଅନ୍ତି ନାହିଁ। ପ୍ରେମ କଲେ, ସାଙ୍ଗ ହୋଇ ଆଇସକ୍ରୀମ ଖୁଆ ଖୁଇ ହେଲେ, ସାଙ୍ଗରେ କେତେ କୁଆଡେ ବୁଲିଲେ। ନିଜର କରିବି କହି ଧୋକା ଦେଇଚାଲିଲା, ମିଠା ମିଠା କଥା କହି ଟଙ୍କା ଲୁଟି ଚାଲୁଥିଲା। ପ୍ରିୟତମା ପ୍ରେମିକାର ସବୁ ଡିମାଣ୍ଡ ବି ପୂରା କରୁଥିଲା ପ୍ରେମିକ। କିନ୍ତୁ ଠକିଦେଲା ପ୍ରେମିକା, ବିବାହ କରିଦେଲା ଆଉ ଜଣଙ୍କୁ। ଆଉ ଯେତେବେଳେ ପ୍ରେମିକ କାନରେ ଏକଥା ପଡିଲା ସେ କଣ ଆଉ ଥୟ ଧରେ। ବାସ୍‌ ସିଧା ଗଲା ବିଦା ହୋଇ ଯାଉଥିବା ବର କନିଆଁଙ୍କ ଗାଡିକୁ ମଝି ରାସ୍ତାରେ ଅଟକାଇଲା ପ୍ରେମିକ।

କୁହାଯାଏ, ଯାହାକୁ ଥରେ ପ୍ରେମ ନିଶା ଚଢ଼ିଯାଏ ତାହା ସହଜରେ ଛାଡ଼େ ନାହିଁ, ଏହି ଯୁବକ ଜଣକ ନିଜର ପ୍ରେମରେ ପାଗଳ ହୋଇ ଯାଇଥିଲେ ଆଉ ନିଜର ପ୍ରେମିକା ଆଉ କାହାକୁ ବାହା ହୋଇ ଯାଉଥିବା ବେଳେ ସିଧା ବିଚ୍ ରାସ୍ତାରେ ଅଟକାଇଲେ ତାଙ୍କ ଗାଡି ଆଉ ମାଗିଲେ ଜବାବ୍। ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧୀନ ବରାଙ୍ଗ ଗାଁର ନିସାକର ବାରିକଙ୍କ ପୁଅ ହେଉଛନ୍ତି ଦିନବନ୍ଧୁ। ସେ ବାସୁଦେବପୁର ଥାନା ଲୁଙ୍ଗା ପଞ୍ଚାୟତର ବାରିକ ସାହି ଗାଁର ସୁଶାନ୍ତ ବାରିକଙ୍କ ଝିଅ ପୁଷ୍ପଲତା ବାରିକଙ୍କୁ ଭଲ ପାଉଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ୮ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା।ଦିନବନ୍ଧୁ ମଧ୍ୟ ପୁଷ୍ପଲତାଙ୍କ ପରିବାର ଲୋକଙ୍କ ସହ କଥା ହେଉଥିଲେ। ଏପରି କି ଦୁହିଁଙ୍କ ବିବାହ କରିବାକୁ ପୁଷ୍ପଲତାଙ୍କ ବାପା ସୁଶାନ୍ତ କଥା ଦେଇଥିଲେ।

ଏକଥାକୁ ଦିନବନ୍ଧୁ ମଧ୍ୟ ବିଶ୍ୱାସ କରି ନେଇଥିଲେ। ଏଥିପାଇଁ ଝିଅର ବାପା ତାଙ୍କୁ ଯେତେବେଳେ ବି ଟଙ୍କା ମାଗୁଥିଲେ ସେ ସଙ୍ଗେ ସଙ୍ଗେ ତାଙ୍କୁ ଦେଇ ଦେଉଥିଲେ ଆଉ କେବେବି ମନା ମଧ୍ୟ କରୁନଥିଲେ। ପୁଅର ପରିବାର ଓ ଝିଅ ପରିବାର ଫୋନ ଯୋଗୋ କଥାବାର୍ତ୍ତା କରୁଥିଲେ ସବୁକିଛି ଠିକ୍ ଠାକ୍ ଥିଲା ,କିନ୍ତୁ ଗତକାଲିରାତିରେ ହଠାତ ପୁଅ ଶୁଣିବାକୁ ପାଇଲା ଯେ ଝିଅର ଅଲଗା ଯାଗାରେ ବାହାଘରେ ହେବାକୁ ଯାଉଛି ପିରହାଟ ଥାନା ଦୌଲତପୁର ଅଞ୍ଚଳର।ଦିନବନ୍ଧୁ ଫୋନରେ ଝିଅ ଆଉ ଝିଅର ବାପାଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କେହି ଫୋନ ଉଠାଇନଥିଲେ ।

ଏହାପରେ ପୁଅ ସାବରଙ୍ଗ ଥାନାରେ ଗତକାଲି ବିଳମ୍ବିତ ରାତିରେ ଅଭିଯୋଗ କରିଥିଲେ। ଆଜି ସକାଳୁ ବାହାଘର ସାରି ଫେରୁଥିବା ବେଳେ ପ୍ରେମିକ ଦିନବଂଧୁ ବାରିକ୍ ଇଛାପୁର ଠାରେ ବର ଗାଡ଼ି କୁ ଅଟକାଇଥିଲେ।ଘଟଣା ସ୍ଥଳରେ ଉତେଜନା ଦେଖାଦେଇଥିଲା ,ସାବରଙ୍ଗ ପୋଲିସ ପହଞ୍ଚି ସମସ୍ତ ଙ୍କ ଥାନାକୁ ଆଣିଥିଲା,ଥାନାରେ ତିନି ପକ୍ଷ ପହଞ୍ଚିବା ପରେ ବର ଓ କନିଆଁକୁ ଛାଡ଼ିଦେଇଥିଲା ପୋଲିସ। ପୋଲିସ ଝିଅର ବାପା ସୁଶାନ୍ତ ବାରିକ୍ ଓ ପୁଅ ଦିନବନ୍ଧୁ ବାରିକ ଦୁଇ ଜଣଙ୍କୁ ଅଟକ ରଖିଛି।

odia sambada
Comments (0)
Add Comment