ସାମ୍ନାକୁ ଆସିଲା ଆଉ ଏକ ଅମାନବିକ କାର୍ଯ୍ୟ : ନାତିଟିଏ ପାଇଁ ଦୁଇଜଣ ଯୁବକକୁ ଡ଼କାଇ ନିଜ ବୋହୂକୁ ବଳାତ୍କାର କରାଇଲା ଶାଶୁ

ଉତ୍ତରପ୍ରଦେଶ ର ବାନ୍ଦା ଜିଲ୍ଲାରେ ଜଣେ ମହିଳା ନାତି ପାଇବା ଆଶାରେ ନିଜ ବୋହୂର ରେପ କରାଇ ଦେଇଛନ୍ତି। ଆରୋପ ଏହାକି ଯେ, ବହୁତ ସମୟ ଧରି ବୋହୂର କୌଣସି ସନ୍ତାନ ଜାତ ନହେବାରୁ ଶାଶୁ ବୋହୂର ରୁମ ଭିତରକୁ ଦିଅରକୁ ପଠାଇ ଦୁଷ୍କର୍ମ କରିବାକୁ କହିଥିଲା। ଘଟଣାର ସୂଚନା ପାଇ ପୋଲିସ ଏହାର ତଥ୍ୟାବଳୀ ସଂଗ୍ରହ କରିଥିଲା। ଏହି ମାମଲାରେ ପୋଲିସ ତିନିଜଣଙ୍କ ବିପକ୍ଷରେ କେସ ଦର୍ଜ କରି ମାମଲାର ଯାଞ୍ଚ କରୁଛି।

ପୋଲିସ ମୁତାବିକ, ବାନ୍ଦାରେ ଜଣେ ଯୁବକଙ୍କ ବହୁବର୍ଷ ବିବାହ ପରେ ମଧ୍ୟ କୌଣସି ସନ୍ତାନ ହେଉନଥିଲେ। ସନ୍ତାନ ପାଇବା ଆଶାରେ ଯୁବକର ମାଆ ବୋହୂର ରୁମ ଭିତରକୁ ଦୁଇଜଣ ଦିଅରଙ୍କୁ ପଠାଇ ରେପ କରାଇଥିଲେ। ମହିଳା ଜଣକ ଏହାର ସୂଚନା ପୋଲିସକୁ ଦେଇଥିଲେ। ପୋଲିସ ଘଟଣାର ଯାଞ୍ଚ କରି ଆରୋପୀଙ୍କ ଉପରେ କେସ ଦର୍ଜ କରିଛି।

DSP ସିଟି ରାକେଶ କୁମାର ସିଂହ ସହରର କୋତାବଳୀ କ୍ଷେତ୍ରର ଏକ ଅଞ୍ଚଳରେ ଜଣେ ମହିଳା ପୋଲିସକୁ ଅଭିଯୋଗ କରିଥିଲେ କି, ତାଙ୍କ ପତିଙ୍କ ଦୁର୍ବଳତା କାରଣରୁ ଶାଶୁ ଦିନକ ପରେ ଦିନେ ଦୁଇଜଣ ଯୁବକଙ୍କୁ ପଠାଇ ତାଙ୍କ ସହ ରେପ କରାଇଲେ। ଏହି ମାମଲାର ଯାଞ୍ଚ ପରେ ଜଣାପଡ଼ିଲା କି, ଶାଶୁ ନାତି ଆଶାରେ ନିଜର ବୋହୂ ସହିତ ଏମିତି ଖରାପ କାମ କରାଇଥିଲା। ଏହି ମାମଲାରେ କେସ ଦର୍ଜ ହୋଇ କାର୍ଯ୍ୟବାହୀ କରାଯାଉଛି।

odia sambada
Comments (0)
Add Comment