ପୁଣି ଉପରମୁଁହା କୋରନା ମହାମାରୀ : ମହାରାଷ୍ଟ୍ରରେ ଲାଗୁହେଲା କଟକଣା, ୫ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଚିଠି ।

ଗତ ଅଢ଼େଇ ବର୍ଷ ହେଲାଣି କରୋନା ମହାମାରୀ ସାରା ପୃଥିବୀରେ ନିଜ କାୟା ବିସ୍ତାର କରିବାରେ ଲାଗିଥିଲା ହେଲେ କିଛି ଦିନ ହେବ ଏହାର ପ୍ରଭାବ କମ୍ ଥିଲା ଆଉ ଲୋକମାନେ ଟିକେ ସାଧାରଣ ଜୀବନଯାପନ କରୁଥିଲେ। ହେଲେ ୩ ମାସର ଆଶ୍ୱସ୍ତି ପରେ ପୁଣି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଗତ କିଛି ସପ୍ତାହ ପୂର୍ବରୁ ଦୈନିକ ସଂକ୍ରମଣ ମାମଲା ହଜାର ତଳକୁ ରହୁଥିଲା । ତେବେ ଶୁକ୍ରବାର ୪ହଜାରୁ ଅଧିକ ଓ ଶନିବାର ୪ହଜାର ପାଖରେ ପହଁଞ୍ଚିଛି ଦୈନିକ ସଂକ୍ରମଣ।

ଏଥିସହ ମହାମାରୀ ଦିନକରେ ୨୬ଜଣଙ୍କ ଜୀବନ ନେଇଛି । ସେପଟେ ପଜିଟିଭି ରେଟ ବୃଦ୍ଧି ଚିନ୍ତାକୁ ଦ୍ୱିଗୁଣିତ କରିଛି । କରୋନା ମାମଲା ଦ୍ରୁତ ବୃଦ୍ଧି ପରେ କେନ୍ଦ୍ର ସରକାର ୫ ରାଜ୍ୟକୁ ଚିଠି ଲେଖି ସଜାଗ ଓ ସତର୍କ ରହିବାକୁ କହିଛନ୍ତି। ତାମିଲନାଡୁ, କେରଳ, ତେଲେଙ୍ଗାନା, କର୍ଣ୍ଣାଟକ. ମହାରାଷ୍ଟ୍ର ରାଜ୍ୟ ସରକାରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଷ ଭୁଷଣ ଚିଠି ଲେଖିଛନ୍ତି । ସଂକ୍ରମଣ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି। ଦେଶରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ୭୦ ପ୍ରତିଶତ ସଂକ୍ରମିତ କେବଳ ଏହି ୫ ରାଜ୍ୟରୁ ଚିହ୍ନଟ ହେଉଛନ୍ତି ।

ତେବେ ମହାରାଷ୍ଟ୍ରରେ ୨୪ ଘଂଟାରେ ୧୧୩୪ ସଂକ୍ରମିତ ଚିହ୍ନଟ ଓ ୨ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ ୧୨୭୮ ଜଣ ସଂକ୍ରମିତ ଚିହ୍ନଟ ଓ ୨୦ଜଣଙ୍କ ମୃତ୍ୟୁ ହୋଇଛି ।ସେହିପରି କର୍ଣ୍ଣାଟକରେ ୨୫୯ ଜଣ ଓ ଦିଲ୍ଲୀରେ ୩୪୫ ଆକ୍ରାନ୍ତ ହୋଇଛନ୍ତି । ମହାରାଷ୍ଟ୍ର ଓ କେରଳରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି।ସଂକ୍ରମଣ ବୃଦ୍ଧିକୁ ଦେଖି ମହାରାଷ୍ଟ୍ର ସରକାର ଶନିବାରଠୁ ରାଜ୍ୟରେ ପୁଣି କଟକଣା ଲାଗ କରିଛନ୍ତି । ଜନଗହଳି ସ୍ଥାନରେ ମାସ୍କ ପରିଧାନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।

odiasambada
Comments (0)
Add Comment