ଯୁବରାଜଙ୍କ ପରେ ଆଉ ଜଣେ ଭାରତୀୟ କ୍ରିକେଟର ୬ ବଲରେ ମାରିଲେ ୬ ଛକା,ଦେଖନ୍ତୁ ଭିଡ଼ିଓ !

କ୍ରିକେଟ ଜଗତରେ ପୁଣିଥରେ ଫ୍ୟାନ୍ସଙ୍କୁ 6ଟି ବଲରେ 6ଟି ଛକାର ମଜା ଉଠାଇବାକୁ ପଡ଼ିଛି। ଏହି ବଡ଼ ଉପଲବ୍ଧି ପୁଣିଥରେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ ହାସଲ କରିଛନ୍ତି। ଏହି ପ୍ଲେୟାରଙ୍କ ନାମ କୃଷ୍ନା ପାଣ୍ଡେ ଅଟେ। ଯିଏକି ଗୋଟିଏ ଓଭରରେ ଛଅଟି ଛକା ମାରିଛନ୍ତି। ଏହି ରୋମାଞ୍ଚ ପୁଦୁଚେରୀ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଥିଲା।

ପୁଦୁଚେରୀ T10 ଟୁର୍ଣ୍ଣାମେଣ୍ଟରେ ପାଟ୍ରିୟାଟ୍ସ ଟିମ ପାଇଁ ଖେଳି କୃଷ୍ନା ପାଣ୍ଡେ ଏହି ବଡ଼ ଉପଲବ୍ଧି ହାସିଲ କରିଛନ୍ତି। ସେ ରୟାଲସ ଟିମର ଦ୍ରୁତ ବୋଲର ନିତେଶ ଠାକୁରଙ୍କୁ ଛଅ ବଲରେ ଛଅଟି ଛକା ମାରିଥିଲେ। ଏହି ଇନିଂସ ବାଵଜୁଦ ତାଙ୍କ ଟିମ 4 ରନରେ ହାରି ଯାଇଥିଲା।

କୃଷ୍ନା ପାଣ୍ଡେ ମାରିଲେ ଗୋଟିଏ ଓଭରରେ ଛଅଟି ଛକା :-

ପାଟ୍ରିୟାଟ୍ସ ଟିମ 10 ଓଭରରେ 158 ରନର ବିଜୟ ଲକ୍ଷ୍ୟକୁ ହାସିଲ କରିବାପାଇଁ ମଇଦାନକୁ ଓହ୍ଲାଇଥିଲେ। ଦଳ ପ୍ରଥମ 5 ଓଭରରେ 5ଟି ଉଇକେଟ ହରାଇ 41 ରନ କରିଥିଲା। ଷଷ୍ଠ ଓଭରର ସାମ୍ନା କରିବାକୁ କୃଷ୍ନା ପାଣ୍ଡେ କ୍ରିଜରେ ଷ୍ଟ୍ରାଇକରେ ଥିଲେ ଓ ସେ ନିତେଶଙ୍କ ଓଭରରେ ଗୋଟିଏ ପରେ ଗୋଟିଏ ଛଅଟି ଛକା ମାରିଲେ।

ମ୍ୟାଚରେ ଟସ ଜିତି ପ୍ରଥମେ ରୟାଲସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଓ 10 ଓଭରରେ ଦଳ ନିର୍ଦ୍ଧାରିତ 3 ଉଇକେଟ ହରାଇ 157 ରନ କରିଥିଲା। ଦଳ ପକ୍ଷରୁ ଆର ରଘୁପତି 30 ବଲରେ 84 ରନର ପାଳି ଖେଳିଥିଲେ। ଜବାବରେ ପାଟ୍ରିୟାଟ୍ସ 10 ଓଭରରେ 153 ରନ ହିଁ କରିପାରିଥିଲା। କୃଷ୍ନା ପାଣ୍ଡେ 19 ବଲରେ 83 ରନର ପାଳି ଖେଳିଥିଲେ। ସେ ନିଜ ପାଳିରେ 12 ରି ଛକା ସହିତ 436.84 ଷ୍ଟ୍ରାଇକରେଟ ରେ ବ୍ୟାଟିଂ କରିଥିଲେ।

ଇଣ୍ଟରନାଶନାଲ କ୍ରିକେଟରେ ଏହି ଖେଳାଳି ମାରିଛନ୍ତି ଛଅ ବଲରେ ଛଅ ଛକା:-

ଇଣ୍ଟରନାଶନାଲ କ୍ରିକେଟରେ କେବଳ ଯୁବରାଜ ସିଂହ, ହର୍ଷଲ ଗିବ୍ସ ଓ କାଇରନ ପୋଲାର୍ଡ଼ ଏକ ଓଭରରେ ଛଅଟି ଛକା ମାରିଛନ୍ତି। ଯୁବରାଜ ସିଂହ T-20 ବିଶ୍ବକପ 2007 ରେ ଇଂଲଣ୍ଡର ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ଏହି କାରନାମା ହାସିଲ କରିଥିଲେ।

odia sambada
Comments (0)
Add Comment