ଦେଖନ୍ତୁ ଭିଡ଼ିଓ : ‘ଛମକ ଛଲୋ’ ଗୀତରେ ବାର ଡ଼୍ୟାନ୍ସରଙ୍କ ସହିତ ଏମିତି ନାଚିଲେ ଇନ୍ସପେକ୍ଟର, ଭୁଲିଗଲେ ସବୁ ମାନମର୍ଯ୍ୟାଦା ! ଶେଷରେ SP ଙ୍କ ଦ୍ଵାରା ହେଲେ ସସପେଣ୍ଡ

ଉତ୍ତରପ୍ରଦେଶର ପ୍ରତାପଗଢରୁ ଏକ ଭିଡ଼ିଓ ଭାଇରାଲ ହୋଇ ସାମ୍ନାକୁ ଆସିଛି। ଯେଉଁଠାରେ ଇନ୍ସପେକ୍ଟର ରାଜେଶ କୁମାର ଯାଦବ ବାର ଝିଅ ମାନଙ୍କ ସହିତ ‘ଛମାକ ଛଲୋ ଜରା ଧିରେ ଚଲୋ’ ଗୀତରେ ଡ଼୍ୟାନ୍ସ କରିଥିବାର ନଜର ଆସିଛନ୍ତି। ଇନ୍ସପେକ୍ଟର ଜଣକ ବାର ଡ଼୍ୟାନ୍ସରଙ୍କୁ ଧରି ଡ଼୍ୟାନ୍ସ କରିଥିଲେ। ଭିଡ଼ିଓ ଭାଇରାଲ ହେବାପରେ ଏସପି ପ୍ରତାପଗଢ ତାଙ୍କୁ ସସପେଣ୍ଡ କରିଦେଇଥିଲେ। ଏହି ମାମଲାର ଯାଞ୍ଚ ସିଓ ଲାଲଗଞ୍ଜ କରୁଛନ୍ତି।

ପୋଲିସ ଅଧୀକ୍ଷକ ବତାଇଥିଲେ କି, ବିନା ଅନୁମତି କ୍ରମରେ ସାଙ୍ଗୀପୁର ଥାନାର ଇନ୍ସପେକ୍ଟର ଗାଜିପୁରରେ ହେଉଥିବା ଏକ ତିଳକ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ଚାଲି ଯାଇଥିଲେ। ଏଥିରେ ଦାୟିତ୍ୱହୀନ ଇନ୍ସପେକ୍ଟରଙ୍କୁ ତୁରନ୍ତ ନିଲମ୍ବିତ କରି ଦିଆଯାଇଥିଲା।

ସେହିପରି ପୋଲିସ ଅଧିକାରୀଙ୍କ କହିବାହେଲା ଇନ୍ସପେକ୍ଟରଙ୍କ ଏହି ହରକତ ଯୋଗୁଁ ପୋଲିସ ବିଭାଗର ଛବି ଖରାପ ହୋଇଯାଇଛି। ଭିଡ଼ିଓ ଭାଇରାଲ ଏକ ଖରାପ ସନ୍ଦେଶ ପହଞ୍ଚିଥିଲା। ପୋଲିସକୁ ନିଜର ବରଦି ଗାରିମା ଓ ସମ୍ମାନ ବଜାୟ ରଖିବାକୁ ହେବ। ଏହି ମାମଲାକୁ ଗମ୍ଭୀରତାର ସହିତ ନିଆଯାଇଛି ଯାହାଦ୍ୱାରା ଆଗକୁ ଯେମିତି ଏମିତି ହରକତ ନହୁଏ।

ଆପଣଙ୍କୁ ଜଣାଇଦେଉଛୁ କି, 2 ମାସ ପୂର୍ବରୁ ଠିକ ଏମିତି ଏକ ମାମଲା ସାମ୍ନାକୁ ଆସିଥିଲା। କାନପୁର ମହାରାଜପୁର ଥାନାର ନାରାୟଣପୁର ଗ୍ରାମରେ ମାର୍ଚ୍ଚ 11 ତାରିଖରେ ଗ୍ରାମ ପ୍ରଧାନ ପୁଅର ଜନ୍ମଦିନ ଥିଲା। ଏହି ସଭାକୁ ଏକ ଭବ୍ୟ ଭାବରେ ଆୟୋଜନ କରାଯାଇଥିଲା। ବାର ର ବାଳାମାନେ ମଧ୍ୟ ଏଠାକୁ ଡ଼୍ୟାନ୍ସ କରିବାକୁ ଆସିଥିଲେ। କାର୍ଯ୍ୟକ୍ରମରେ ବହୁତ ଅଶ୍ଳୀଳ ଡ଼୍ୟାନ୍ସ ହେଲା। ଗାଁ ପ୍ରଧାନ ପାର୍ଟିରେ ସୁନହଲା ଅଞ୍ଚଳର ଇଂଚାର୍ଜ ପବନ ଦୁବେଙ୍କୁ ମଧ୍ୟ ଆମନ୍ତ୍ରିତ କରିଥିଲେ। ରାତିରେ ଯେତେବେଳେ ବାଳା ମାନେ ଡ଼୍ୟାନ୍ସ କରିବା ଆରମ୍ଭ କରିଥିଲେ, ଇଂଚାର୍ଜ ନିଜକୁ କଣ୍ଟ୍ରୋଲ କରିନପାରି ତାଙ୍କ ସହିତ ଡ଼୍ୟାନ୍ସ କରିଥିଲେ।

ବାର ବାଳାମାନେ ଡ଼୍ୟାନ୍ସ କରି ଇନ୍ସପେକ୍ଟର ପବନ ଦୁବେନ୍କ4 ସାମ୍ନାରେ ପହଞ୍ଚିଗଲେ। ଏହି ସମୟରେ ଇନ୍ସପେକ୍ଟର ଚାରିଜଣ ବାଳାଙ୍କ ସହିତ ଘେରି ହୋଇଯାଇଥିଲେ।

ଏହାର ଭିଡ଼ିଓ ଭାଇରାଲ ହେବାପରେ ଏସପି ଅଜିତ ସିଂହା ତୁରନ୍ତ ପବନ ଦୁବେଙ୍କୁ ଲାଇନ ହାଜିର କରିଦେଲେ। ଏସପି ଅଜିତ ସିଂହାଙ୍କ କହିବା ହେଲା ଇନ୍ସପେକ୍ଟର ପ୍ରଥମେ ବାର ଭିତରେ ନିଜର ସମସ୍ତ ନିୟମାବଳୀ ଉଲ୍ଲଙ୍ଘନ କରିଥିଲେ।

odiasambada
Comments (0)
Add Comment