ବ୍ୟୁଟି ଟ୍ରିଟମେଣ୍ଟ ପାଇଁ ପାର୍ଲର ଯାଇଥିଲେ ମହିଳା,ହଠାତ ସେଠାରେ ହେଲା ତାଙ୍କର ମୃତ୍ୟୁ,ଜାଣନ୍ତୁ ପୁରା ଘଟଣା

ଦେଶରେ ଲୋକେ ଯେମିତି ଗୋରା ହେବାପାଇଁ ଟାନିଂ କରିଥାଆନ୍ତି ସେହିପରି କିଛିଲୋକ ଆର୍ଟିଫିସିଆଲି କଳା ହେବାପାଇଁ ଟାନିଂ କରିଥାଆନ୍ତି। ଟାନିଂ କରିବାପାଇଁ ଏକ ଡିଭାଇସରେ ଅଲ୍ଟ୍ରା ଭାଓଲେଟ ରେ ବ୍ୟବହାର ହୋଇଥାଏ।

ଟାନିଂ କରାଯିବା ସମୟରେ ଯାହାର ମୃତ୍ୟୁ ହୋଇଥିଲା ସେହି ମହିଳା ନ୍ୟୁଜିଲାଣ୍ଡର ବୋଲି କୁହାଯାଉଛି। ମାମଲାର ସୂଚନା ମିଳିବାପରେ ପୋଲିସ ଟିମ ସେଠାରେ ପହଞ୍ଚିଥିଲେ। ଟାନିଂ ସେଲୁନ ଭିତରେ ପଶିବାର ଦୁଇଘଣ୍ଟା ପରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ସେହିପରି ମହିଳାଙ୍କ ସ୍ୱାମୀ ଏଥିରେ ସେଲୁନ ବାଲାଙ୍କର ଅବହେଳା ଯୋଗୁଁ ଏହା ହେଲା ବୋଲି ଅଭିଯୋଗ ଆଣିଛନ୍ତି।

ମହିଳାଙ୍କ ନାମ ପ୍ରିୟତା ତାଉବାହାର (30)। ସେ ଏକ ମେଣ୍ଟାଲ ହେଲଥ ୱାର୍କର ଥିଲେ। ମେ 28 ତାରିଖରେ ସେ ୱେଲସ ର ସ୍ୱାନସୀ ଟାନିଂ ସେଲୁନରେ ମୃତ ପାଇଥିଲେ। ଏମିତି କୁହାଯାଉଥିଲା କି, ସେ ହାର୍ଟ ସମସ୍ୟାରେ ଥିଲେ।

ସେ ଏଗାର ମିନିଟ ପାଇଁ ନିଜ ସେସନ ଟାନିଂ ସେଲୁନରେ ବୁକ କରିଥିଲେ। ଏହି ସମୟରେ ତାଙ୍କର ପତି ଇଫାନ ଜୋନ୍ସ ଲଗାତାର ଦୁଇ ମିନିଟ ଧରି ତାଙ୍କୁ ଫୋନ କରିଥିଲେ। କିନ୍ତୁ ତାଙ୍କୁ କୌଣସି ଜବାବ ମିଳିନଥିଲା ପରେ ମହିଳାଙ୍କ ଶାଶୁ ତାଙ୍କୁ ଖୋଜି ଖୋଜି ଏଠାରେ ପହଞ୍ଚିଥିଲେ।

ପତି କଣ କହିଲେ? :-

ପିୟତାଙ୍କ ସ୍ୱାମୀ ଇଫାନ କହିଥିଲେ, ଯେକେହିବି ତାଙ୍କ ପତ୍ନୀ ସହ ଭେଟ ହୋଇଥିବେ ସେ ଜାଣିଥିବେ କି, ସେ କେତେ ମହାନ ଥିଲେ ଓ ସାରା ଜୀବନ ପାଇଁ ସେ ଏହାକୁ ମନେରଖିବେ।

ସେହିପରି nzherald.co.nz ସହିତ କଥାବାର୍ତ୍ତା ସମୟରେ ପିୟତାଙ୍କ ପତି ଇଫାନ କହିଥିଲେ କି, ଏହା ଟାନିଂ ସେଲୁନର ଅବହେଳା କାରଣରୁ ଘଟିଥିଲା। ଏହାପରେ ସେ କହିଥିଲେ, ତାଙ୍କ ସ୍ତ୍ରୀ ଯେଉଁ ରୁମରୁ ମିଳିଥିଲେ ଏହା ସମ୍ମୁଖରେ ରିସେପସନ ଡେସ୍କ ଥିଲା ଓ କେହି କେମିତି ଦେଖିନଥିବେ?

ଏଥିରେ ଟାନିଂ ସେଲୁନ ପରିବାରକୁ ସମବେଦନା ଜଣାଇବା ସହିତ ଯାଞ୍ଚ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି କହିଥିଲା। ସେଲୁନ ର ଷ୍ଟାଫ ଏମା କୋଲର ମାଇଲସଙ୍କ କହିବା କଥା ହେଲା, ତାଙ୍କୁ ଜଣାପଡ଼ିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ଆମ୍ବୁଲାନ୍ସ ସର୍ଭିସ ଦେଇଥିଲେ ପୋଲିସଙ୍କୁ ସୂଚନା:-

ସାଉଥ ୱେଲସ ପୋଲିସ ଡ଼ିଟେକ୍ଟିଭ ଇନ୍ସପେକ୍ଟର ଗାରେଥ ଜୋନ୍ସ କହିଥିଲେ କି, ତାଙ୍କୁ ମେ 28 ତାରିଖ ଚାରି ଘଟିକା ପାଞ୍ଚ ମିନିଟରେ ଏହି ଘଟଣାର ସୂଚନା ମିଳିଥିଲା। ଏହି ସୂଚନା ୱେଲସ ଆମ୍ବୁଲାନ୍ସ ସର୍ଭିସ ଦେଇଥିଲେ। ଯେଉଁଥିରେ କୁହାଯାଇଥିଲା କି, ୱେଲସ ର Fforestfach ରେ ଉପସ୍ଥିତ ଥିବା Carmarthen Road ରେ ଉପସ୍ଥିତ ଥିବା ବ୍ୟବସାୟିକ ପରିସରରେ ମହିଳାଙ୍କ ଶବ ମିଳିଥିଲା।

odia sambada
Comments (0)
Add Comment