Flipkart Big Bachat Dhamaal : ୪୦୦ ଟଙ୍କାରୁ ବି କମ୍‌ ଦାମ୍‌ରେ କିଣନ୍ତୁ ଏହି ୪ଟି ସ୍ମାର୍ଟଫୋନ,ଜାଣନ୍ତୁ କେମିତି ଉଠାଇବେ ଫାଇଦା !

ବର୍ତ୍ତମାନ ସମୟ ରେ ମୋବାଇଲ ଫୋନ ର ଆବଶ୍ୟକତା ଅନେକ । ଏହା ମଣିଷ ର ଏକ ଅଙ୍ଗ ପାଲଟି ଯାଇଛି । ସାମ୍ପ୍ରତିକ ଯୁଗ ବିଜ୍ଞାନ ର ଯୁଗ । ବିଜ୍ଞାନ ବଳରେ ମଣିଷ ଆଜି ପ୍ରଗତି ର ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରୁଛି । ନିଜ ଆବଶ୍ୟକତା ର ପରିପୂର୍ଣ ପାଇଁ ମାନବ ବିଜ୍ଞାନ ଉପରେ ନିର୍ଭରଶୀଳ । ଗମନା ଗମନ, କୃଷି , ସ୍ବାସ୍ଥ୍ୟ , ଶିଳ୍ପ ପ୍ରଭୃତି ବିବିଧ କ୍ଷେତ୍ର ରେ ନୂଆ ନୂଆ ଉଦ୍ଭାବନ ମନୁଷ୍ୟ ର କାରଣ ପାଇଁ ନିମିତ୍ତ ଉଦ୍ଦିଷ୍ଟ । ଏହିପରି ଦୈନନ୍ଦିନ ଜୀବନ ରେ ମାନବ ଜୀବନ ର ଆବଶ୍ୟକତା ଓ ନିତ୍ୟ ବ୍ୟବହାର ବସ୍ତୁ ମୋବାଇଲ ଫୋନ୍ ।

ଅନଲାଇନ୍ ଦ୍ଵାରା ମନୁଷ୍ୟ ସମାଜ ର ଅନେକ ଅସୁବିଧା , ସୁବିଧା ରେ ପରିଣତ ହୋଇଛି । ବର୍ତ୍ତମାନ୍ ଅନଲାଇନ୍ ରେ ଖାଇବା ଜିନିଷ ଠୁ ଆରମ୍ଭ କରି ଘର ସାଜସଜ୍ଜା ଭଳି ସମସ୍ତ କିଛି ମିଳୁଛି । ସେଠାରେ ଅନେକ ପ୍ରକାର ସୁବିଧା ମଧ୍ୟ ରହୁଚି , ଯେପରି ସେଠାରୁ ପଇସା ଇଙ୍କୋମ ଭଳି । ଭଲ ଭଲ ମୋବାଇଲ ଓ ଭଲ ତଥା ନୂତନ ନୂତନ ବ୍ରାଣ୍ଡ ରେ ଆସବାବପତ୍ର ମଧ୍ୟ କିଣି ହେବ । ତେବେ ବେଳେ ବେଳେ ଫ୍ଲିଫକାର୍ଟ କମ୍ପାନୀ ସେଲ ଦେଇଥାଏ ଗ୍ରାହକ ଙ୍କୁ ଆକୃଷ୍ଟ କରିବା ପାଇଁ । ଆଜିଠାରୁ ଅର୍ଥାତ୍‌ ଜୁନ୍‌ ୩ରୁ ‘ବିଗ୍‌ ବଚତ୍‌ ଧମାଲ’ ସେଲ୍‌ ଆରମ୍ଭ ହୋଇଛି।ଜୁନ୍‌ ୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେଲ୍‌ରେ ଆପଣ ୪୦୦ ଟଙ୍କାରୁ ବି କମ୍‌ ଦାମ୍‌ରେ ଭଲ ଫିଚର୍ସର ସ୍ମାର୍ଟଫୋନ କିଣି ପାରିବେ।

*ସାମ୍‌ସଙ୍ଗ ଗାଲାକ୍ସି F22:

ସାମ୍‌ସଙ୍ଗର ଏହି ସ୍ମାର୍ଟଫୋନ ଦାମ୍‌ ରହିଛି ୧୪,୯୯୯ ଟଙ୍କା। କିନ୍ତୁ ଏହାକୁ ୧୧,୯୯୯ ଟଙ୍କାରେ ବିକ୍ରି କରାଯାଉଛି। ଫ୍ଲିପ୍‌କାର୍ଟ ଏକ୍ସିସ୍‌ ବ୍ୟାଙ୍କ କ୍ରେଡିଟ୍‌ କାର୍ଡରୁ ଆପଣ ୬୦୦ ଟଙ୍କା ସେଭିଂ କରି ପାରିବେ ଏବଂ ଏକ୍ସଚେଞ୍ଜ ଅଫର୍‌ରୁ ଆପଣଙ୍କୁ ୧୧,୨୫୦ ଟଙ୍କା ପର୍ଯ୍ୟନ୍ତ ଛାଡ୍‌ ମିଳି ପାରିବ। ସାମ୍‌ସଙ୍ଗ ସ୍ମାର୍ଟଫୋନକୁ ଆପଣ ୧୪୯ ଟଙ୍କାରେ ଘରକୁ ଆଣି ପାରିବେ।

*Redmi 10:

4GB RAM ଏବଂ 64GB ଷ୍ଟୋରେଜ୍‌ ବାଲା Redmi 10ର ଦାମ୍‌ ରହିଛି ୧୪,୯୯୯ ଟଙ୍କା। କିନ୍ତୁ ଫ୍ଲିପ୍‌କାର୍ଟରେ ଏହାକୁ ୧୦,୪୯୯ ଟଙ୍କାରେ ବିକ୍ରି କରାଯାଉଛି। ICICI Bankର କ୍ରେଡିଟ୍‌ କାର୍ଡ ୟୁଜର୍ସଙ୍କୁ ୫୦୦ ଟଙ୍କାର ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ ମିଳୁଛି। ଏକ୍ସଚେଞ୍ଜ ଅଫରର ପୂରା ଲାଭ ମିଳିଲେ ଆପଣ ୯,୭୫୦ ଟଙ୍କା ପର୍ଯ୍ୟନ୍ତ ସେଭିଂ କରି ପାରିବେ। Redmi 10କୁ ୨୪୯ ଟଙ୍କାରେ କିଣି ପାରିବେ।

*OPPO A16:

୧୫,୯୯୦ ଟଙ୍କାର ଏହି ଓପୋ ସ୍ମାର୍ଟଫୋନକୁ ୧୨,୯୯୦ ଟଙ୍କାରେ ବିକ୍ରି କରାଯାଉଛି। ଫ୍ଲିପ୍‌କାର୍ଟ ଏକ୍ସିସ୍‌ ବ୍ୟାଙ୍କ କ୍ରେଡିଟ୍‌ କାର୍ଡ ୟୁଜରମାନଙ୍କୁ ୬୫୦ ଟଙ୍କାର ରିହାତି ମିଳୁଛି। ଏକ୍ସଚେଞ୍ଜ ଅଫରର ପୂରା ଫାଇଦା ମିଳିଲେ ଆପଣଙ୍କୁ ୧୨ ହଜାର ଟଙ୍କା ଡିସ୍‌କାଉଣ୍ଟ ମିଳିବ। ଏହି ଅଫର୍ସ ସହିତ ଆପଣ OPPO A16କୁ ମାତ୍ର ୩୪୦ ଟଙ୍କାରେ କିଣି ପାରିବେ।

*Poco C31:

ପୋକୋର ଟ୍ରିପଲ କ୍ୟାମେରା ସେଟ୍‌ଅପ ବାଲା ସ୍ମାର୍ଟଫୋନର ଦାମ୍‌ ୧୧,୯୯୯ ଟଙ୍କା ରହିଛି।ଏହାକୁ ୯,୯୯୯ ଟଙ୍କାରେ ବିକ୍ରି କରାଯାଉଛି। ଆପଣ ପୁରୁଣା ଫୋନ୍‌ ବଦଳରେ ଏହାକୁ କିଣି ୯,୨୫୦ ଟଙ୍କା ସେଭିଂ କରି ପାରିବେ। ଆପଣଙ୍କ ପାଇଁ ଏହି ଫୋନର ଦାମ୍‌ ୨୪୯ ଟଙ୍କା ହୋଇ ପାରେ।

odia sambada
Comments (0)
Add Comment