ସରକାରଙ୍କ ବଡ ଅଫର : ଆପଣ ମଧ୍ୟ ଉଠାନ୍ତୁ ୧୦ ଲକ୍ଷ ଟଙ୍କାର ଫାଇଦା,ଏମିତି ଭାବରେ ଆବେଦନ କରନ୍ତୁ !

ବିଗତ ଦୁଇବର୍ଷରେ କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଉଦ୍ୟୋଗପତି ଯାଏଁ ସମସ୍ତେ କ୍ଷତି ସହିଛନ୍ତି ଓ ଏହାକୁ ଭରଣା କରିବାପାଇଁ ସେମାନେ ସମ୍ପୂର୍ଣ୍ଣ ପ୍ରଚେଷ୍ଟା ମଧ୍ୟ କରିବାରେ ଲାଗି ପଡ଼ିଛନ୍ତି। କରୋନାରେ ଲକଡାଉନ ହେବା କାରଣରୁ ଲକ୍ଷାଧିକ ଲୋକ ରୋଜଗାର ହରାଇଲେ ଓ ଆର୍ଥିକ ସଙ୍କଟ ଉପୁଜି ଯାଇଥିଲା।

ଯଦି ଆପଣଙ୍କ ପାଖରେ ଚାକିରୀ ନାହିଁ ତାହେଲେ ମଧ୍ୟ ଆପଣ ଭଲ ରୋଜଗାର କମାଇପାରିବେ। ଏହିଦିନରେ ସରକାର ବେରୋଜଗାରଙ୍କ ସହାୟତା ପାଇଁ ବଡ଼ ପଦକ୍ଷେପ ଉଠାଇଛନ୍ତି ଯାହାର ଫାଇଦା ଆପଣ ମଧ୍ୟ ନେଇପାରିବେ। କେନ୍ଦ୍ର ସରକାର ଏକ ଏମିତି ଯୋଜନା ଆରମ୍ଭ କରିଛନ୍ତି ଯେଉଁଥିରେ ଲୋକଙ୍କୁ ଫାଇଦା ମିଳୁଛି। ସରକାରଙ୍କ ସହାୟତା କ୍ରମରେ ଆପଣ ନିଜର କୌଣସି ବିଜନେସ ଆରମ୍ଭ କରିପାରିବେ ଓ ଏଥିପାଇଁ ସରକାର ଆପଣଙ୍କୁ ଲୋନ ସୁବିଧା ଦେଇଥାନ୍ତି।

ପିଏମ ଯୋଜନା ଅନ୍ତର୍ଗତ ଲୋନ ମିଳୁଛି। ଏହା ପଛରେ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ସେ ବେରୋଜଗାରଙ୍କୁ ସାହାର୍ଯ୍ୟ କରିବେ, ଯେଉଁଥିରେ ସେମାନେ ନିଜର କାରବାର ଆରମ୍ଭ କରିପାରିବେ। ଲୋନ ନେବାପାଇଁ ଆପଣଙ୍କୁ କୌଣସି ପ୍ରକାରର ପ୍ରୋସେସିଂ ଚାର୍ଜ ମଧ୍ୟ ଦେବାକୁ ପଡିନଥାଏ। ଏହି ପ୍ରଧାନମନ୍ତ୍ରୀ ଲୋନ ଯୋଜନାରେ ଆପଣଙ୍କୁ ତିନି ପ୍ରକାରର ଲୋନ ଦିଆଯାଇଥାଏ: ଶିଶୁ ଲୋନ, କିଶୋର ଲୋନ, ତରୁଣ ଲୋନ।

ୱେବସାଇଟରେ ଏହିପରି ଭାବରେ ଆବେଦନ କରନ୍ତୁ:-

କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଆପଣ 50 ହଜାର ଟଙ୍କାରୁ ଆରମ୍ଭ କରି 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ନେଇପାରିବେ। ଏହି ଲୋନ ନେବାପାଇଁ ଆପଣଙ୍କୁ ମୁଦ୍ରା କାର୍ଡ଼ ଦରକାର ହେବ। ଏହି ମୁଦ୍ରା କାର୍ଡ଼ ଜରିଆରେ ଆପଣ ନିଜ ବିଜନେସ ସମ୍ପର୍କିତ ଉପକରଣ କିଣିପାରିବେ। ଏଥିରେ ଶିଶୁ ଲୋନ ପାଇଁ 50,000, କିଶୋର ଲୋନ ପାଇଁ 50,000 ରୁ 5 ଲକ୍ଷ ଓ ତରୁଣ ଲୋନ ପାଇଁ 10 ଲକ୍ଷ ଟଙ୍କା ଲୋନ ନେଇପାରିବେ। ଯଦି ଆପଣ ଏହି ଲୋନ ନେବାକୁ ଚାହାଁନ୍ତି ତାହେଲେ ପିଏମ ମୁଦ୍ରା ଯୋଜନା ଅଧିକାରୀ ୱେବସାଇଟକୁ ଯାଇ ଆବେଦନ କରିପାରିବେ।

ଜରୁରୀ କଥା:-

କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଲୋନ ନେବାପାଇଁ ଆପଣଙ୍କ ପାଖରେ ଆଧାରକାର୍ଡ, ପାନକାର୍ଡ଼, ସ୍ଥାୟୀ ପତ୍ର ଓ ଆପଣଙ୍କ ବିଜନେସର ସମ୍ପୂର୍ଣ୍ଣ ପତା ଓ ପ୍ରୁଫ ରହିବା ଆବଶ୍ୟକ।

ଏହାସହ ତିନିବର୍ଷର ବାଲାନ୍ସ ସିଟ, ଇଙ୍କମ ଟ୍ୟାକ୍ସ ରିଟର୍ଣ୍ଣ ଓ ସେଲ୍ଫ ଟ୍ୟାକ୍ସ ରିଟର୍ଣ୍ଣ କପି, ପାସପୋର୍ଟ ସାଇଜ ଫୋଟ ରହିବା ଜରୁରୀ ଅଟେ। ପିଏମ ମୁଦ୍ରା ଯୋଜନାରେ ଆପ୍ଲାଏ କରିବାପାଇଁ ସର୍ବପ୍ରଥମେ ଆପଣଙ୍କୁ ଏହାର ଅଧିକାରୀ ୱେବସାଇଟକୁ ଯିବାପାଇଁ ହେବ।

odia sambada
Comments (0)
Add Comment