ଦେଖନ୍ତୁ ଭିଡିଓ: ସାଇକେଲରେ ଯାଉଥିଲେ ବୃଦ୍ଧ, ଅଚାନକ ଷଣ୍ଢ ଉଠାଇ କଚାଡି ଦେଲା, ଭିଡିଓ ଦେଖିଲେ ଆପଣଙ୍କର ଲୋମଟାଙ୍କୁରୀ ଉଠିବ

ପଶୁମାନଙ୍କ ଭିଡିଓ ଇଣ୍ଟରନେଟରେ ଭରି ହୋଇ ରହିଛି। ଏଥି ମଧ୍ୟରୁ ଅଧିକାଂଶ ଭିଡିଓ କ୍ୟୁଟ ଓ ମଜାଦାର ଅଟେ। କିନ୍ତୁ କିଛି ଭିଡିଓ ଏମିତି ଥାଏ ଯାହାକୁ ଦେଖିଲା ପରେ ଆମେ ଆଚମ୍ଭିତ ହୋଇଯାଉ। ଏହିପରି ଏକ ଭିଡିଓ ଆଜିକାଲି ସୋସିଆଲ ମିଡ଼ିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟିଏ ଷଣ୍ଢ ଜଣେ ବ୍ୟକ୍ତି ଉପରେ ଏମିତି ଆକ୍ରମଣ କରିଛି ଯାହାକୁ ଦେଖିଲା ପରେ ଆପଣଙ୍କର ହୋସ ଉଡିଯିବ।

ଷଣ୍ଢ ଉପରେ କେହି ଜଣେ ପାଣି ଢାଳିଲେ:-

ଭିଡିଓରେ ଆପଣ ଦେଖି ପାରୁଥିବେକି ରାସ୍ତାରେ ଗୋଟିଏ ଷଣ୍ଢ ଛିଡ଼ା ହେଇଛି ଓ ତା ଉପରେ ପାଣି ପଡୁଛି। ଏହା ପରେ ଷଣ୍ଢ ସେଠାରୁ ଅନ୍ୟ ଏକ ଦିଗକୁ ଯିବାର ଲାଗିଛି। ଅନ୍ୟ ଆଡକୁ ଯିବା ସମୟରେ ସେ ହଠାତ୍ ଦୌଡ଼ିବାକୁ ଲାଗିଲା।

ମୋଟର ଚାଳକ ଓ ସାଇକଲ ଚାଳକଙ୍କୁ ଗୋଡେଇବାକୁ ଲାଗିଲା ଷଣ୍ଢ, ପ୍ରକୃତରେ ସେପଟେ ଜଣେ ମୋଟର ସାଇକଲ ଓ ସାଇକଲରେ ଯାଉଥିଲେ, ଯାହା ଉପରେ ଆକ୍ରମଣ କରିବାକୁ ଷଣ୍ଢଟି ଦୌଡୁଥିଲା।ମୋଟର ସାଇକେଲ ଚଳାଉଥିବା ଲୋକଟି ଶୀଘ୍ର ସେଠାରୁ ପଲେଇଗଲା କିନ୍ତୁ ସାଇକଲ ଚଳାଉଥିବା ବୃଦ୍ଧ ବ୍ୟକ୍ତି ଜଣକ ପଛରେ ରହିଗଲେ। ସେ ସାଇକଲକୁ ଜୋର ସେ ଚଲେଇବାର ଚେଷ୍ଟା କରୁଥିଲେ କିନ୍ତୁ ଟଳମଳ ହୋଇଯାଇଥିଲେ ଓ ସାଇକଲର ବେଗ ଧୀରେ ହେଇଯାଇଥିଲା ଏବଂ ସେତେବେଳକୁ ଷଣ୍ଢ ତାଙ୍କ ପାଖରେ ପହଁଚିଗଲା।

ଭିଡିଓ ଦେଖନ୍ତୁ:-

ବୃଦ୍ଧ ଜଣକ ଷଣ୍ଢ କବଳରେ ଆସିଗଲେ:-

ଭିଡିଓରେ ଆପଣ ଦେଖିପାରୁଥିବେକି ବୃଦ୍ଧ ବ୍ୟକ୍ତି ପାଖରେ ପହଞ୍ଚିବା ମାତ୍ରେ ହିଁ ଷଣ୍ଢ ତାକୁ ସାଇକେଲ ସହ ନିଜ ଶିଙ୍ଗରେ ଉଠେଇଲା ଓ ପବନରେ ତଳକୁ କଚାଡିଦେଲା। ତାପରେ ସାଇକଲ କିଛି ଦୂରରେ ଯାଇ ପଡ଼ିଲା ଓ ବୃଦ୍ଧଜଣକ ଷଣ୍ଢ ପାଖରେ ହିଁ ପଡିଗଲେ। ସେ ବୃଦ୍ଧ ଜଣଙ୍କୁ ଏତେ ଜୋର ସେ କଚଡ଼ିଲା କି ତଳେ ପଡ଼ିବା ମାତ୍ରେ ହିଁ ସେ ବେହୋସ ହେଇଗଲେ। ଏହି ଘଟଣାଟି ହୃଦୟସ୍ପର୍ଶ ଦୃଶ୍ୟ ଅଟେ।

ଭିଡିଓ ଆନିମାଲ୍ସ ପାୱାର ନାମକ ଆଇଡିରୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଏହା ତୀବ୍ର ମାତ୍ରାରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୨୫ ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି।

odia sambada
Comments (0)
Add Comment