ପରୀକ୍ଷା ଦେବାକୁ ଯାଇ ପ୍ରେମିକ ସହ ସାବିତ୍ରୀ ଛୁ’: ଭୋ ଭୋ ହୋଇ କାନ୍ଦୁଛନ୍ତି ସ୍ଵାମୀ….

କଲେଜ ସମୟରେ ପ୍ରେମ କରିବା ଆଉ ପ୍ରତାରଣା ପାଇବା ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ ଆଜିକାଲି ବାହାଘର ପରେ ଧୋକାଦେବା ଏକପ୍ରକାର ଟେଣ୍ଡ ହୋଇଗଲାଣି । ଯଦି ଆପଣ ଭାବୁଥିବେ ଯେ, ବାହାଘର ପରେ ଆପଣଙ୍କ ପତ୍ନୀ ବା ପତି ଆପଣଙ୍କୁ ଧୋକା ଦେବେନି, ତେବେ ତାହା ଭାବିବା ଭୁଲ।ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନ ଦେବବ୍ରତ ଗୋଛୟତଙ୍କ ପୁଅ ରାହୁଲ ସ୍ଥାନୀୟ ବ୍ରାହ୍ମଣିପାଳ ଡକାସାହି ଗ୍ରାମର ବଳରାମ ପଣ୍ଡାଙ୍କ ଝିଅ ହରିପ୍ରିୟାକୁ ୨ ବର୍ଷ ଧରି ଭଲପାଉଥିଲେ ।ଆଉ ତାଙ୍କ ସମ୍ପର୍କ ଅତି ନିବିଡ ମଧ୍ୟ ଥିଲା ।ତେବେ ଉଭୟ ଘରେ କାହାକୁ ନଜଣାଇ ଲୁଚି ପଳାଇଥିଲେ। କିଛି ଦିନର ବ୍ୟବଧାନ ପରେ ପରିବାର ଲୋକେ ପୁଅର ସନ୍ଧାନ ପାଇଥିଲେ।

ତେବେ ପୁଅର ପରିବାର ଲୋକେ ଉଭୟଙ୍କୁ ଧରି ପୁରୀର ନୃସିଂହ ନାଥ ମନ୍ଦିରରେ ବାହାଘର କରି ଘରକୁ ଆଣିଥିଲେ ।ପୁଅ ବୋହୂ ଖୁସିରେ ଦୀର୍ଘ ୬ ମାସ ଧରି ଘରେ ରହିବା ପରେ ହରିପ୍ରିୟା ପାଠ ପଢିବାକୁ ଜିଦ ଧରିଥିଲେ। ପରିବାର ଲୋକଙ୍କ ଅନୁମତି ପରେ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟର +୩ କଳାରେ ହରିପ୍ରିୟାଙ୍କର ଆଡମିସନ କରାଇଥିଲେ ରାହୁଲ ।ସାବିତ୍ରୀ ବ୍ରତ ପରଦିନ ଅର୍ଥାତ ମଙ୍ଗଳବାର ଦିନ ହରିପ୍ରିୟା ନିଜ ସ୍ବାମୀଙ୍କ ସ୍କୁଟିରେ ବସି ପରୀକ୍ଷା ଦେବାକୁ ଯାଇଥିଲେ। ତାଙ୍କୁ ଛାଡି ରାହୁଲ ଟିକେ ବୁଲିବା ପାଇଁ ଯାଇଥିଲେ ମାର୍କେଟକୁ ।ପରୀକ୍ଷା ସରିବା ପରେ ସ୍ତ୍ରୀକୁ ଆଣିବା ପାଇଁ କଲେଜ ପହଂଚିଥିଲେ ରାହୁଲ ।କିନ୍ତୁ ପରୀକ୍ଷା ହଲରୁ ହରିପ୍ରିୟା ବାହାରିବା ସମୟରେ ଏକ ଧଳାରଙ୍ଗର କାର୍ ଆସି କଲେଜ ଗେଟ୍ ସାମ୍ନାକୁ ଆସିଥିଲା ।

ହରିପ୍ରିୟା କାର୍ ଗେଟ ଖୋଲି ସିଧା କାରରେ ବସିଲେ ଆଉ କୁଆଡେ ଚାଲିଗଲେ । ଏସବୁ ଦେଖି ରାହୁଲ ସ୍କୁଟି ଧରି କାରର ପିଛା କରିଥିଲେ, ହେଲେ ଆଖିପିଛୁଳାକେ କାରଟି ପଳେଇଯାଇଥିଲା । ଶେଷରେ ନିରାଶ ହୋଇ ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇଥିଲେ ରାହୁଲ । ପରିବାର ଲୋକେ ଏନେଇ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ପରିବାର ନିଜ ବୋହୂର ଫେରିବା ବାଟକୁ ଅନେଇ ବସିଥିବା ବେଳେ ସ୍ବାମୀ ରାହୁଲ ନିଜ ସ୍ତ୍ରୀର ଫୋଟକୁ ଧରି ପାଗଳ ପରି ବାହୁନୀ ବାହୁନୀ କାନ୍ଦୁଥିବା ଦେଖିବାକୁ ମିଳୁଛି । ଧନ ତୁ ଫେରି ଆସେ…କୁଆଡେ ଚାଲିଗଲୁ ଲୋ ମୋତେ ଛାଡ଼ିକି… ଏପରି କହି କାନ୍ଦି କାନ୍ଦି ଖଟରେ ଗଡ଼ୁଛନ୍ତି ଜଣେ ସତ୍ୟବାନ୍ ।

odia sambada
Comments (0)
Add Comment