ମା’ ହେଲେ ଓଲିଉଡ ଅଭିନେତ୍ରୀ ଝିଲିକ, ଜନ୍ମ ଦେଲେ ଯାଁଆଳା ପିଲା

ଆପଣ ମାନେ ସମସ୍ତେ ଓଲିଉଡ ର ଫେମସ ତଥା ବଙ୍ଗୀୟ ଅଭିନେତ୍ରୀ ଝିଲିକ ଙ୍କୁ ନିଶ୍ଚୟ ଜାଣିଥିବେ ସେ ଖୁବ ସୁନ୍ଦର ଅଭିନୟ କରନ୍ତି ଓ ତାଙ୍କର ଏହି ସୁନ୍ଦର ଅଭିନୟ ପାଇଁ ଖୁବ କମ ଦିନରେ ବହୁତ ସଫଳତା ହାସଲ କରିପାରିଛନ୍ତି | ଝିଲିକ ବହୁତ ଗୁଡିଏ ଚଳଚିତ୍ର ରେ ଅଭିନୟ କରିଛନ୍ତି |ଓଲିଉଡ ର ଜଣେ ସଫଳ ନାୟିକା ଭାବରେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଙ୍କୁ କିଏ ଅବା ନ ଜାଣେ। ତାଙ୍କର ଲୋକପ୍ରିୟତା ଓଡ଼ିଶାରେ ଖୁବ୍ ଅଧିକ।ତାଙ୍କ ଅଭିନୟରେ ସେ ଓଡିଶା ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ |

ବାବୁଶାନ ଓ ତାଙ୍କ ଯୋଡି ଏକ ସମୟରେ ଓଡିଶାର ଦର୍ଶକ ମାନଙ୍କୁ ହଲ ଆଡକୁ ଟାଣି ନେଉଥିଲା |ତେବେ ଆଜି ଆମେ ଏକ ବଡ ଆଖୁସି ଖବର ନେଇ ଆସିଛୁ । ସେହି ଖୁସି ଖବର ଟି ହେଲା ମା ହେଲେ ଓଲିଉଡ ଅଭିନେତ୍ରୀ ଝିଲିକ । ଝିଲିକ ନିଜ ଜନ୍ମ ଦିନରେ ଦୁଇଟି ଯାଁଳା ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି ।ବେଙ୍ଗଲି ଝିଅରୁ ଓଡିଆ ବୋହୁ ବନିଥିବା ଝିଲିକଙ୍କର ଆଜି ହେଉଛି ଜନ୍ମ ଦିନ । ଏହି ଜନ୍ମଦିନ ଖୁସି ଆଜି ତାଙ୍କର ଦୁଇ ଗୁଣା ହୋଇ ଯାଇଛି । କାରଣ ଆଜି ସେ ନିଜ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଅର୍ଥାତ ମା’ ଝିଅଙ୍କ ଜନ୍ମ ଦିନ ଗୋଟିଏ ଅଟେ ।

ଭୁବନେଶ୍ବର ର ଏକ ଘରୋଇ ହସ୍ପିଟଲ ରେ ସେ ଦୁଇଟି ଜନ୍ମଜ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।ତେବେ ଝିଲିକ ଓ ଶିଶୁ କନ୍ୟା ସୁସ୍ଥ ଅଛନ୍ତି । 2020 ମସିହାରେ ଚିଲିକା ର ଏକ ରେସର୍ଟ ରେ ଝିଲିକ ଙ୍କର ବିବାହ ହୋଇଥିଲା । ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇଙ୍କୁ ସେ ବିବାହ କରିଥିଲେ ଅଭିନେତ୍ରୀ ଝିଲିକ ଭଟାଚାର୍ଯ୍ଯ । ଝିଲିକ ଜଣେ ବଙ୍ଗାଳି ଝିଅ ହୋଇଥିଲେ ବି ସେ ଓଡିଆ ବୋହୁ ହେବା ପରେ ଖୁବ ଭଲ ଓଡିଆ ଘର ର ପରମ୍ପରାକୁ ଆପଣେଇ ନେଇଛନ୍ତି ।ଯେଉଁଥି ପାଇଁ ସେ ଶାଶୁ ଘରେ ସମସ୍ତଙ୍କର ପ୍ରିୟ ଅଟନ୍ତି ।

ସେ ଓଲିଉଡ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ସେ ଓଲିଉଡ କୁ ଢେର ସାରା ସୁପରହିଟ ସିନେମା ଦେଇଛନ୍ତି । ବିବାହର 2 ବର୍ଷ ପରେ ନିଜ ଜନ୍ମ ଦିନରେ ଫ୍ୟାନ୍ସ ଙ୍କୁ ଦେଇଛନ୍ତି ବଡ ଖୁସିର ଖବର । ଏବେ ଘଡାଇ ପରିବାର ଖୁସିରେ ନାଚି ଉଠିଛି । ଘଡାଇ ପରିବାର ଏବେ ଏହି ଖୁସିର ମାହୋଲ କୁ ସେଲିବ୍ରେସନ କରୁଛନ୍ତି ।ବିବାହର 2 ବର୍ଷ ପରେ ସେ ଆଜି ମାତୃତ୍ଵ ଲାଭ କରିଛନ୍ତି । ଆଜି ଝିଲିକ ଙ୍କ ଜନ୍ମ ଦିନ ଓ ଟ୍ଵିନ୍ସ ଶିଶୁ କନ୍ୟାକୁ ଜନ୍ମ ଦେଇ ଥିବାରୁ ତାଙ୍କୁ ବିଭିନ୍ନ ମାହୋଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି ।

odiasambada
Comments (0)
Add Comment