20 ଦିନ ପୂର୍ବର ଲଭ୍ ମ୍ୟାରେଜ, ସ୍ତ୍ରୀ ସହ ହେଲା ଝଗଡା, ତାପରେ ଯୁବକ ହାରିଦେଲେ ନିଜ ଜୀବନ, ଜାଣନ୍ତୁ ପୁରା ମାମଲା

ମାତ୍ର 20 ଦିନ ପୂର୍ବରୁ ଲଭ ମ୍ୟାରେଜ କରିଥିବା ଜଣେ ଯୁବକଙ୍କର ଆତ୍ମହତ୍ୟା କରିବାର ଗୋଟିଏ ମାମଲା ସାରା ସହରକୁ ଆଶ୍ଚର୍ଯ୍ୟ କରିଦେଇଛି । ଇଟାବାର ଉସରାହାର ଅଞ୍ଚଳରେ ହୋଇଥିବା ଏହି ଘଟଣା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ଯେ ପ୍ରକୃତରେ ଏପରି କଣ୍ ହେଲା, ଯେଉଁଥିପାଇଁ ଯୁବକ ଆତ୍ମହତ୍ୟା କରିଦେଲେ । ବର୍ତ୍ତମାନ ମାମଲାର ଯାଞ୍ଚ କରାଯାଉଛି । ସୂଚନା ଅନୁଯାୟୀ, ଆତ୍ମହତ୍ୟା କରିବା ପୂର୍ବରୁ ଯୁବକଙ୍କର ସ୍ତ୍ରୀ ସହିତ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ପୋଲିସ ବର୍ତ୍ତମାନ ଯୁବକଙ୍କର ଶବକୁ କବଜାକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ସେହିପରି ସ୍ଥାନୀୟ ପୋଲିସ ମାମଲା ରୁଜ୍ଜୁ କରି ଯାଞ୍ଚ୍ ଆରମ୍ଭ କରିଦେଇଛି ।

ପରିବାର ବିରୋଧରେ କରିଥିଲେ ବିବାହ :-

ସୂଚନା ଅନୁଯାୟୀ ଉଦୟପୁର କଲା ନିବାସୀ ବିକ୍ରମ ସିଂହ ଯାଦବ 20 ଦିନ ପୂର୍ବରୁ ପରିବାର ବିରୋଧରେ ଯାଇ ନିଜେ ପସନ୍ଦ କରୁଥିବା ଯୁବତୀଙ୍କ ସହିତ ଲଭ୍ ମ୍ୟାରେଜ କରିଥିଲେ । ବିକ୍ରମଙ୍କ ବିବାହ ମେ 12 ତାରିଖରେ ମଥୁରାରେ ହୋଇଥିଲା । ତାଙ୍କ ସ୍ତ୍ରୀର ବଡ ଭଉଣୀର ବିବାହ ବିକ୍ରମଙ୍କ ଭାଇ ସହିତ ହୋଇଛି । ବିକ୍ରମଙ୍କ ବାପା ଶିବରାମ ସିଂହ କହିଛନ୍ତି ଯେ ମଙ୍ଗଳବାର ରାତିରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହେଲା ଏବଂ ଏହାପରେ ବିକ୍ରମ ଖାଇସାରି ନିଜ ରୁମକୁ ଶୋଇବାପାଇଁ ଚାଲିଗଲା । ଏହାପରେ ସକାଳେ ତାର ଶବ ରୁମରେ ଝୁଲୁଥିବା ଅବସ୍ଥାରେ ମିଳିଲା । ଏହାପରେ ପୋଲିସକୁ ସୂଚନା ଦିଆଗଲା ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିକ୍ରମଙ୍କ ଶବକୁ ଫାଶରୁ ତଳକୁ ଓହ୍ଲାଇ ଦିଆଗଲା ଏବଂ ତାପରେ ପୋଷ୍ଟମର୍ଟମ ପାଇଁ ପଠାଇ ଦେଲା । ତେବେ ବର୍ତ୍ତମାନ ସୁଦ୍ଧା ଏହି କଥା ସ୍ପଷ୍ଟ ହୋଇପାରୁ ନାହିଁ ଯେ ବିକ୍ରମ୍ ଆତ୍ମହତ୍ୟା ଭଳି ପଦକ୍ଷେପ କାହିଁକି ନେଲେ । ସେହିପରି ପରିବାର ଲୋକଙ୍କୁ ମଧ୍ୟ ଏ ସମ୍ପର୍କରେ କିଛି ବି ଜଣା ନାହିଁ । ପୋଲିସ ବର୍ତ୍ତମାନ ସବୁକିଛି ଦୃଷ୍ଟିରେ ରଖି ଯାଞ୍ଚ କରୁଛି ।

ପୋଲିସ ବିକ୍ରମଙ୍କ ସମ୍ପର୍କୀୟଙ୍କ ସହିତ ତାଙ୍କ ଫୋନ୍ ଡିଟେଲ ମଧ୍ୟ ଦେଖୁଛି । ଏହା ଜାଣିବାକୁ ଚେଷ୍ଟା କରାଯାଉଛି ଯେ ପାରିବାରିକ ଝଗଡା କାରଣରୁ ବିକ୍ରମ ନିଜର ଜୀବନ ଦେଇଦେଲେ କିମ୍ବା ଏହା ପଛରେ ଆଉ କିଛି କାରଣ ଅଛି । ସେହିପରି ମାମଲାରେ ବର୍ତ୍ତମାନ ସୁଦ୍ଧା ପରିବାର ଲୋକେ କାହା ବିରୋଧରେ କୌଣସି ପ୍ରକାରର ମାମଲା ରୁଜ୍ଜୁ କରିନାହାନ୍ତି । ପୋଲିସ ଏହି ମାମଲାରେ ପଡ଼ୋଶୀମାନଙ୍କୁ ଏବଂ ବିକ୍ରମଙ୍କ ସାଙ୍ଗସାଥୀମାନଙ୍କୁ ମଧ୍ୟ ପଚରାଉଚରା କରୁଛି ।

odiasambada
Comments (0)
Add Comment