ଯୌତୁକ ପାଇଁ ପ୍ରଥମେ ନିଜ ବୋହୂକୁ ପିଟିଲେ,ଆଉ ତା ପରେ ବୋହୂର କ୍ରେଡିଟ କାର୍ଡ଼ରୁ ଦେଢ଼ ଲକ୍ଷ ଟଙ୍କା ଉଠାଇ ହୋଇଗଲେ ଫେରାର ! ପର୍ସନାଲ ଲୋନ୍ ବି ନେଇଗଲେ

ଘରର ଲକ୍ଷ୍ମୀ ନାମରେ ଲକ୍ଷାଧିକ ଟଙ୍କାର ଲୋନ ନେଇ ଇନ୍ଦୋରରୁ ଉତ୍ତରପ୍ରଦେଶ ପଳାୟନ କଲେ ଶଶୁର ଘର ଲୋକେ, ପ୍ରଥମେ ଶଶୁର ଘରେ ଲୋକେ ବୋହୂ ନାମରେ 5 ଲକ୍ଷ ଟଙ୍କାର ପର୍ସନାଲ ଲୋନ ନେଲେ ଓ ପରେ ତାଙ୍କ କ୍ରେଡିଟ କାର୍ଡ଼ରୁ ଦେଢଲକ୍ଷ ଟଙ୍କା ଉଠାଇ ଇନ୍ଦୋରରୁ ଫେରାର ହୋଇଗଲେ।

ଥାନା ପ୍ରଭାରୀ ଜ୍ୟୋତି ଶର୍ମା ବତାଇଥିଲେ କି, ଇନ୍ଦୋରରେ ରହୁଥିବା ପିଡ଼ିତା ଅଞ୍ଜଳୀ (୩୦) ଙ୍କର ବିବାହ ରବିନ୍ଦ୍ର ସିଂହ (୩୦)ଙ୍କ ସହିତ ପିପରିଆ ହୋସଙ୍ଗାବାଦ ଠାରେ ଫେବୃଆରୀ ୧୯ ତାରିଖ ୨୦୧୯ ମସିହାରେ ହୋଇଥିଲା। ମହିଳା ଜଣକ କହିଥିଲେ, ବିବାହ ସମୟରେ ତାଙ୍କ ମାତା-ପିତା ଘର କରଣା ସମସ୍ତ ଜିନିଷ ଓ 25 ଗ୍ରାମ ସୁନା ଓ ଚାନ୍ଦି ଗହଣା ସହିତ ଏକ ବଲେନୋ କାର ଦେଇଥିଲେ। ବିବାହର ଛଅ ମାସ ପର୍ଯ୍ୟନ୍ତ ସବୁକିଛି ଠିକଠାକ ଚାଲିଥିଲା କିନ୍ତୁ ପରେ ସ୍ୱାମୀ ରବୀନ୍ଦ୍ର ସିଂହ, ଦିଅର ସିଦେଶ ସିଂହ, ନଣନ୍ଦ ଜୁହି ସିଂହ ଓ କାଜଲ ସିଂହ, ଶାଶୁ ଗୀତା ସିଂହ ଟିକକ କଥାରେ ବୋହୂ ଅଞ୍ଜଳୀକୁ ମାଡ଼ ମାରିବା ଆରମ୍ଭ କରିଥିଲେ। ଏଥିରେ ଅସହ୍ୟ ହୋଇ ବୋହୂ ପୋଲିସର ସହାୟତା ନେଇଥିଲେ।

ଶଶୁର ଘରେ ଲୋକେ ୟୁପି ପଳାଇଲେ:-

ପିଡ଼ିତା ଅଞ୍ଜଳୀ ପୋଲିସକୁ କହିଲେ, ତାଙ୍କ ସ୍ବାମୀ ରବୀନ୍ଦ୍ର ସିଂହ ଇନ୍ଦୋରରେ ଶେୟର ମାର୍କେଟ କାମ କରୁଛନ୍ତି। ଯେଉଁଥିରେ କ୍ଷତି ସହିବାପରେ ପରିବାରର ଖର୍ଚ୍ଚ ଚଲାଇବା ଅସମ୍ଭବ ହୋଇଗଲା। ବହୁତ ଦିନ ପର୍ଯ୍ୟନ୍ତ ଘରେ ଟଙ୍କାକୁ ନେଇ ବିବାଦ ଚାଲିଲା। ଅଞ୍ଜଳୀକୁ ବହୁତ ଥର ତାଙ୍କ ବାପଘରୁ ଟଙ୍କା ଆଣିବାପାଇଁ ଚାପ ପକାଗଲା। କିନ୍ତୁ ଟଙ୍କା ନଆଣିବା ଦ୍ୱାରା ରବୀନ୍ଦ୍ରଙ୍କ ଦ୍ଵାରା ବହୁତ ନୁର୍ଶଂସ ଭାବରେ ଅଞ୍ଜଳୀଙ୍କୁ ମାଡ଼ ମରାଗଲା। ଅଞ୍ଜଳୀଙ୍କ ପରିବାର ଲୋକେ ତାଙ୍କୁ ବୁଝାଇଥିଲେ କିନ୍ତୁ ରବୀନ୍ଦ୍ର ବାରମ୍ବାର ମାଡ଼ ମାରୁଥିଲା। ଏହାପରେ ଅଞ୍ଜଳୀଙ୍କ କ୍ରେଡିଟ କାର୍ଡ଼ରୁ ଦେଢ଼ ଲକ୍ଷ ଟଙ୍କା ଉଠାଇ ପରିବାର ଉତ୍ତରପ୍ରଦେଶ ଫେରାର ହୋଇଗଲେ।

ଦୀପାବଳିରେ ମଧ୍ୟ ମାରପିଟ କରିଥିଲେ:-

ଅଞ୍ଜଳୀ ପୋଲିସକୁ କହିଥିଲେ କି, ନଭେମ୍ବର 2021 ରେ ଦୀପାବଳି ଦିନ ରାତିରେ ଲକ୍ଷ୍ମୀ ପୂଜା କରାଯିବା ପରେ ପରିବାର ଲୋକେ ତାଙ୍କୁ 10 ଲକ୍ଷ ଟଙ୍କା ଆଣିବାକୁ ଦାବି କଲେ। ପରିବାର ଲୋକଙ୍କ ମନା କରିବାପରେ ଅଞ୍ଜଳୀକୁ ସେଦିନ ରାତିରେ ମାଡ଼ ମାରିବାପରେ ଘରୁ ବାହାର କରି ଦିଆଯାଇଥିଲା। ଅଞ୍ଜଳୀଙ୍କ ଘର ଲୋକେ ଶଶୁର ଘର ଲୋକଙ୍କୁ ବୁଝାଇଥିଲେ କିନ୍ତୁ ସେମାନେ 10 ଲକ୍ଷ ଟଙ୍କା ଦେବାକୁ ବାଧ୍ୟ କରିଥିଲେ। ଯାହାଦ୍ୱାରା ବାଧ୍ୟ ହୋଇ ଅଞ୍ଜଳୀ ପୋଲିସକୁ ଏହାର ଖବର ଦେଇଥିଲେ।

odia sambada
Comments (0)
Add Comment