୧୦ମ୍‌ ପାସ୍‌ କରିଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ,ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

ବନ୍ଧୁଗଣ ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି। ଆପଣ ସବୁଆଡୁ କୃତଜ୍ଞତା ପାଇବେ। ତୋ ଏବେକା ଦୁନିଆରେ ସରକାରୀ ଚାକିରିଆ ମାନଙ୍କ ପାଇଁ କେତେ ଯେ ସୁବିଧା ସୁଯୋଗ ଉପଲବ୍ଧ ତାହା ମଧ୍ୟ ଆପଣ ମାନେ ଜାଣିଥିବେ ।ସେମିତି ଏକ ସରକାରୀ ଚାକିରୀ ସମ୍ପର୍କିତ କିଛି ତଥ୍ୟ ନେଇ ଆମ ପାଖରେ ଉପଲବ୍ଧ ଅଛି ଚାଲନ୍ତୁ ଦେଖିବା ।ରକ୍ଷା ମନ୍ତ୍ରଣାଳୟ ଅଧିନରେ ଅଧିନରେ ୩୬ଟି ଫିଲ୍ଡଏମ୍ୟୁନିସନ ଡିପୋରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞାପନ ଜାରି କରାଯାଇଛି।

*ପଦବୀ ବିବରଣୀ : ୩୮୩

ମେଟେରିଆଲ ଆସିଷ୍ଟାଣ୍ଟ

ଲୋୟର ଡିଭିଜନ କ୍ଲର୍କ

ଫାୟରମ୍ୟାନ

ଟ୍ରେଡସମ୍ୟାନ୍‌ ମେଟ

ଏମଟିଏସ୍‌(ଗାର୍ଡେନର)

ଏମଟିଏସ (ମେସେଞ୍ଜର)

ଡ୍ରାଫ୍ଟସମ୍ୟାନ୍‌

*ଆବେଦନ ପ୍ରଣାଳୀ :-

ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଆପ୍ଲିକେସନ ଫର୍ମ ଜରିଆରେ ଆବେଦନ କରିପାରିବେ। ତେଣୁ ଆପଣ ଭାରତୀୟ ସେନାର ଅଫିସିଆଲ ୱେବସାଇଟ୍‌ indianarmy.nic.in କୁ ଯାଇ ଡାଉନଲୋଡ କରିପାରିବେ। ପଦବୀ ଅନୁସାରେ ନିର୍ଦ୍ଧାରିତ ଆପ୍ଲିକେସନ ଫର୍ମ ଡାଉନଲୋଡ କରିବାକୁ ହେବ। ଫର୍ମ ଭରିବା ପରେ ଜରୁରୀ ଡକ୍ୟୁମେଣ୍ଟ ସହିତ ୩୬ ଫିଲ୍ଡ ଏମ୍ୟୁନିସନ ଡିପୋ, ପିନ-୯୦୦୪୮୪ସି/ଓ୫୬ ଏପିଓକୁ ଯାଇ ସାଧାରଣ ଡାକ ଜରିଆରେ ପଠାଇବାକୁ ହେବ।

*ଶିକ୍ଷାଗତ ଯୋଗ୍ୟତା :-

ମେଟିରିଆଲ ଆସିଷ୍ଟାଣ୍ଟ : ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ଗ୍ରାଜୁଏସନ ଏବଂ ମେଟିରିଆଲ ମ୍ୟାନେଜମେଣ୍ଟ ଡିପ୍ଲୋମା କିମ୍ବା ଟ୍ରେଡରେ ଇଂଜିନିୟରିଂ ଡିପ୍ଲୋମା କରିଥିବା ଜରୁରୀ।

ଲୋୟର ଡିଭିଜନ କ୍ଲର୍କ : କୌଣସି ମାନ୍ୟତାପ୍ରାପ୍ତବୋର୍ଡରୁ ୧୨ଶ ପାସ୍‌।

ଫାୟରମ୍ୟାନ/ଟ୍ରେଡସମ୍ୟାନ ମେଟ୍‌ : ୧୦ମ ପାସ୍‌ ।

ଏମଟିଏସ୍‌ (ଗାର୍ଡେନର)/ମେସେଞ୍ଜର: ୧୦ମ ପାସ୍‌।

ଡ୍ରାଫସମ୍ୟାନ : କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ ଏବଂ ଡ୍ରାଫ୍ଟମ୍ୟାନସିପରେ ଦୁଇବର୍ଷର ଡିପ୍ଲୋମର ସାର୍ଟିଫିକେଟ ରହିଥିବା ଜରୁରୀ।

*ବୟସସୀମା :-

ଭାରତୀୟ ସେବାରେ ସମସ୍ତ ପଦବୀ ପାଇଁ ସର୍ବନିମ୍ନ ବୟସ ୧୮ରୁ ୨୫ ବର୍ଷ ରହିଛି।

odia sambada
Comments (0)
Add Comment