ଆମ୍ବ ତୋଳିବା ବାହାନାରେ ଛଅଜଣ ଛୋଟ ପିଲାଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିଲା ଏହି ନରରୂପୀ ରାକ୍ଷସ,ଜାଣନ୍ତୁ ପୁରା ଘଟଣା

ନାଗପୁରରେ ଏକ ମାସରେ ଛଅ ପିଲାଙ୍କ ସହିତ କଥିତ ରୂପରେ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିବାର ମାମଲା ସାମ୍ନାକୁ ଆସିଛି। ପୋଲିସ ଏହି ମାମଲାକୁ ରୁଜ୍ଜୁ କରି ଯାଞ୍ଚ ଆରମ୍ଭ କରିଦେଇଛି।

ସିତାବର୍ଡି ପୋଲିସ ଥାନାର ଜଣେ ଅଧିକାରୀ କହିଲେକି ୨୮ ବର୍ଷର ଜଣେ ବ୍ୟକ୍ତି ମୟୂର ମୋଦକ ମହାରାଜବାଗ ଅଞ୍ଚଳରେ ପିଲଙ୍କୁ ଆମ୍ବ ତୋଳିବା ବାହାନାରେ ନିଜ ସହିତ ଏକ ସୁନସାନ ସ୍ଥାନକୁ ନେଇଗଲେ ଓ ପୁଣି ତାଙ୍କର ଯୌନ ଶୋଷଣ କରୁଥାଏ।

ପୋଲିସ ଅଧିକାରୀ କହିଲେକି ମୋଦକ ଉପରେ ଆଇପିସିର ଧାରା ୩୭୭(ଅପ୍ରାକୃତିକ ଯୌନ ସମ୍ବନ୍ଧ) ଓ ଯୌନ ଅପରାଧ ଫଳରେ ପିଲାଙ୍କର ସଂରକ୍ଷଣ(ପକ୍ସୋ) ଅଧିନିୟମର ଅନ୍ୟ ପ୍ରାବଧାନ ଅନ୍ତର୍ଗତ ମାମଲା ରୁଜ୍ଜୁ କରାଯାଇଛି।

ଝୁଗିୟୋରେ ରହୁଥିବା ପିଲାଙ୍କୁ କରେ ଟାର୍ଗେଟ:-

ପୋଲିସ ଅଧିକାରୀ କହିଲେକି ନାଇକ ନଗରର ଝୁଗିୟୋରେ ସେହି ପିଲାମାନଙ୍କ ସହ ସାଙ୍ଗ କରିଥାଏ ଯେଉଁମାନଙ୍କର ମାତା-ପିତା କାମ ପାଇଁ ବାହାରକୁ ଯାଆନ୍ତି। ପୋଲିସ କହିଲାକି ମାମଲାର ଉଜାଗର ହେବା ପରେ ଆରୋପି ମୋଦକ ଫେରାର ହୋଇଯାଇଛି। ପୋଲିସ ତାକୁ ଖୋଜୁଅଛି।

ଏହି ଘଟଣା ସୋମବାର ଦିନ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଏକ ୯ ବର୍ଷର ପିଲା ନିଜର କଥା କହିଲା। କେବଳ ଏତିକି ନୁହେଁ ଏଥିରେ ଅନ୍ୟ ପୀଡ଼ିତାଙ୍କ ନାମ ମଧ୍ୟ କହିଲେ। ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି।

ବେଙ୍ଗାଲୁରୁରେ ମଧ୍ୟ ସାମ୍ନାକୁ ଆସିଲା ଏମିତି ଏକ ମାମଲା କର୍ଣ୍ଣାଟକ ହାଇକୋର୍ଟ ପତ୍ନୀଙ୍କୁ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିବା ପାଇଁ ବାଧ୍ୟ କରିବାରୁ ଆରୋପୀ ସ୍ବାମୀ ବିରୁଦ୍ଧରେ ରୁଜ୍ଜୁ ହୋଇଥିବା ଏକ ମାମଲାକୁ ଖାରିଜ କରିଦେଲା। ଏହା ବ୍ୟତୀତ, ଅଦାଲତ ସୋସିଆଲ ମିଡିଆରେ ମହିଳାଙ୍କର ଅଶ୍ଳୀଳ ଫୋଟକୁ କଥିତ ରୂପରେ ପୋଷ୍ଟକୁ ନେଇ ତାଙ୍କର ସ୍ବାମୀଙ୍କ ବିରୁଦ୍ଧରେ ଯାଞ୍ଚର ଅନୁରୋଧକୁ ମଧ୍ୟ ସ୍ୱୀକାର କରିନେଲେ।

ଏହି ଯୋଡିଙ୍କର ମୁଲାକାତ ଆଇଆଇଟି ମୁମ୍ବାଇରେ ପିଏଚଡି କରୁଥିବା ସମୟରେ ହୋଇଥିଲା। ୨୦୧୫ ମସିହାରେ ସେମାନେ ବିବାହ କରିଲେ। ମହିଳାଙ୍କ ଆରୋପ ହେଉଛିକି ଆରମ୍ଭରୁ ତାଙ୍କର ସ୍ବାମୀ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିବା ପାଇଁ ତାଙ୍କୁ ପ୍ରତାଡ଼ିତ କରୁଥିଲେ।

odia sambada
Comments (0)
Add Comment