ହାର୍ଟ ଆଟାକ ଆସିବା ପୂର୍ବରୁ ଶରୀରରେ ଦେଖାଯାଏ ଏହି ଲକ୍ଷଣ, ଗାୟକ କେକେଙ୍କର ମଧ୍ଯ ଏହି ରୋଗରେ ଗଲା ଜୀବନ

ହାର୍ଟ ଆଟାକ:-

ହାର୍ଟ ଆଟାକ ଏକ ଏମିତି ରୋଗ ଅଟେ, ଯେଉଁଥିରେ ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କର ଜୀବନ ଯାଉଛି। ଅନେକ ରିପୋର୍ଟରେ ଦାବି କରାଯାଇଛିକି ଗାୟକ କେକେଙ୍କର ନିଧନ ମଧ୍ୟ ହାର୍ଟ ଆଟାକ ଯୋଗୁଁ ହୋଇଛି। ସମସ୍ତେ ତାଙ୍କର ଯିବାରେ ବହୁତ ଦୁଃଖୀ ଅଛନ୍ତି ଓ ତାଙ୍କୁ ନିଜର ଅଭିଭାଦନ ଦେଉଛନ୍ତି। ତେବେ ଆସନ୍ତୁ ଜାଣିବା ହାର୍ଟ ଆଟାକ କାହିଁକି ଆସିଥାଏ ଓ ଏଥିରୁ ବଞ୍ଚିବାର ଉପାୟ କଣ। ଆସନ୍ତୁ ଜାଣିବା ଏହି ରୋଗ ବିଷୟରେ।

ହାର୍ଟ ଆଟାକ କାହିଁକି ଆସେ:-

ଯେତେବେଳେ ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଯାଏ ସେତେବେଳେ ହାର୍ଟ ଆଟାକ ହେବାର ଆଶଙ୍କା ବଢିଯାଏ। ଶରୀରରେ ଦୁଇ ପ୍ରକାର କୋଲେଷ୍ଟ୍ରୋଲ ଥାଏ। ପ୍ରଥମ ଭଲ ଓ ଦ୍ଵିତୀୟ ଖରାପ। ଯେତେବେଳେ ଆପଣଙ୍କ ଶରୀରରେ ଖରାପ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଯାଏ ସେତେବେଳେ ହାର୍ଟ ଆଟାକ ଆସିବାର ସମ୍ଭାବନା ଥାଏ। ଜଣାଇଦେଉଛୁକି ବିଗୁଡୁଥିବା ଲାଇଫଷ୍ଟାଇଲ ଓ ଖରାପ ଖାଇବା-ପିଇବା ଯୋଗୁଁ ଶରୀରରେ ହାଇ କୋଲେଷ୍ଟ୍ରୋଲ ହେବାକୁ ଲାଗେ।

ଏ ସବୁ ହେଉଛି ହାର୍ଟର ଲକ୍ଷଣ:-

– ମୁଣ୍ଡ ବ୍ୟଥା

– ମୁଣ୍ଡ ବୁଲାଇବା

– ନିଃଶ୍ୱାସ ନେବାରେ ଅସୁବିଧା ହେବା

– ଥକ୍କା ଲାଗିବା

– ଗ୍ୟାସ ହେବା

ଏମିତି କରନ୍ତୁ ନିଜକୁ ରକ୍ଷା:-

ଯଦି ଆପଣଙ୍କୁ ଏହିପରି ଲକ୍ଷଣ କେବେ ଅନୁଭବ ହୁଏ ତେବେ ଆଦୌ ବିଳମ୍ୱ ନ କରି ଡାକ୍ତରଙ୍କୁ ଦେଖାନ୍ତୁ, ଯାହାଫଳରେ ଶୀଘ୍ର ଏଥିରୁ ରକ୍ଷା ମିଳିଯିବ। ଅନେକ ଥର ରୋଗୀ ହାର୍ଟ ଆଟାକ ଲକ୍ଷଣକୁ ବୁଝିବାରେ ବିଳମ୍ୱ କରିଦିଏ, ଯାହାଫଳରେ ସେହି ରୋଗୀର ଜୀବନ ରକ୍ଷା କରିବା କଷ୍ଟ ହୋଇଯାଏ। ଏମିତିରେ ଆପଣ ଛୋଟ ଛୋଟ ଲକ୍ଷଣକୁ ଅବହେଳା କରନ୍ତୁ ନାହିଁ। ଯାହା ଫଳରେ ଗମ୍ଭୀର ସ୍ଥିତି ହେବା ପୂର୍ବରୁ ଏହାର ସମାଧାନ ହୋଇପାରିବ।

odia sambada
Comments (0)
Add Comment