କେକେ ଲଭ ଷ୍ଟୋରୀ: ପିଲାବେଳର ସାଙ୍ଗକୁ କରିଥିଲେ ବିବାହ, ଷଷ୍ଠ ଶ୍ରେଣୀରେ ହୋଇଥିଲା ପ୍ରଥମ ସାକ୍ଷାତ,ଏବେ ସ୍ତ୍ରୀକୁ ସବୁଦିନ ପାଇଁ ସାତପର କରି ଚାଲିଗଲେ …

ବଲିଉଡର ପ୍ରସିଦ୍ଧ ଗାୟକ କେକେଙ୍କ ନିଧନ ପରେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। କେକେଙ୍କର ଅଚାନକ ଯିବା ତାଙ୍କର ପ୍ରସଂଶକ ଓ ସେଲିବ୍ରିଟିମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଖବର ଅନୁସାରେ କୋଲକାତାରେ ନିଜର ଏକ କଂସର୍ଟ ପରେ କେକେଙ୍କର ସ୍ଵାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଏହାପରେ ସେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଗଲେ, ଯେଉଁଠି ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଲେ। ତାଙ୍କର ବୟସ ମାତ୍ର ୫୩ ବର୍ଷ।

କେକେ ଉର୍ଫ କୃଷ୍ଣା କୁମାର କୁନ୍ନଥ ବଲିଉଡ ମ୍ୟୁଜିକ ଇଣ୍ଡଷ୍ଟ୍ରିର ବଡ ନାମ ଅଟେ। ସେ ନିଜର କ୍ୟାରିୟରରେ ବହୁତ ଗୀତ ଗାଇଛନ୍ତି ଓ ପ୍ରସିଦ୍ଧି ମଧ୍ୟ କମାଇଛନ୍ତି। କିନ୍ତୁ ନିଜର ବ୍ୟକ୍ତିଗତ ଜୀବନକୁ ସେ ମିଡ଼ିଆ ଠାରୁ ଦୂରରେ ରଖିଛନ୍ତି। ବହୁତ କମ ଲୋକ ଜାଣିଛନ୍ତିକି କେକେ ତାଙ୍କର ପିଲା ବେଳର ପ୍ରେମକୁ ବିବାହ କରିଥିଲେ। ତାଙ୍କର ସ୍ତ୍ରୀଙ୍କ ନାମ ଜ୍ୟୋତି ଅଟେ। ଜ୍ୟୋତିଙ୍କର ଦୁଇଟି ପିଲା, ଗୋଟିଏ ପୁଅ ଓ ଗୋଟିଏ ଝିଅ।

କେମିତି ଆରମ୍ଭ ହୋଇଥିଲା କେକେ ଓ ଜ୍ୟୋତିଙ୍କ ପ୍ରେମ କାହାଣୀ?:-

କେକେ କପିଲ ଶର୍ମା ଶୋରେ କହିଥିଲେକି ଜ୍ୟୋତିଙ୍କ ସହିତ ତାଙ୍କର ପ୍ରଥମ ସାକ୍ଷାତ ଷଷ୍ଠ ଶ୍ରେଣୀରେ ହୋଇଥିଲା। ତେବେଠାରୁ ଆଜି ପର୍ଯ୍ୟନ୍ତ ଉଭୟ ସାଥିରେ ଅଛନ୍ତି। ସେ ସତରେ ୱାନ ୱିମେନ ମେନ ଥିଲେ। ସେ କହିଲେକି,’ମୁଁ ଏକ ଝିଅକୁ ମୋ ଜୀବନରେ ଡେଟ କରିଲି ଓ ସେ ହେଉଛି ମୋ ସ୍ତ୍ରୀ ଜ୍ୟୋତି। ମୁଁ ବହୁତ ଲାଜ କରୁଥିଲି ଓ ଢଙ୍ଗରେ ଡେଟ କରିପାରୁନଥିଲି। କେବେ କେବେ ମୋର ପିଲାମାନେ ଏହି କଥା ଉପରେ ଚିଡ଼ିଯାନ୍ତି।

ବିବାହ ପାଇଁ ଚାକିରୀ କରିଥିଲି:-

କେକେ ଓ ଜ୍ୟୋତି ପିଲାବେଳୁ ସାଥିରେ ଥିଲେ। ଦୁଇଜଣ ୧୯୯୧ ମସିହାରେ ବିବାହ କରିଥିଲେ। କିନ୍ତୁ ବିବାହ ପୁର୍ବରୁ କେକେଙ୍କୁ ନିଜ ପାଇଁ ଚାକିରୀ ଖୋଜିବାକୁ ପଡ଼ିଥିଲ। ସେ ସମୟରେ ତାଙ୍କୁ କିଛି ନ ମିଳିବାରୁ ସେ ସେଲସମ୍ୟାନ ଚାକିରୀ କରିଥିଲେ। ଏହାପରେ ତାଙ୍କର ବିବାହ ହୋଇଥିଲା। କିନ୍ତୁ ୬ ମାସ ପରେ ସେ ତାଙ୍କ ଚାକିରୀରୁ ବିରକ୍ତ ହୋଇଗଲେ। ନିଜ ସ୍ତ୍ରୀ ଓ ପିତାଙ୍କର ସହଯୋଗରେ ସେ ଏହି ଚାକିରୀକୁ ଛାଡିଦେଲେ ଓ ସେହି ରାସ୍ତାରେ ଚାଲିବାକୁ ଲାଗିଲେ ଯେଉଁ ରାସ୍ତାରେ ତାଙ୍କୁ ଯିବାର ଥିଲା, ଓ ସେ ରାସ୍ତା ହେଉଛି ମ୍ୟୁଜିକ।

ଏହାପରେ କେକେ ନିଜ ପାଇଁ ଏକ କିବୋର୍ଡ଼ କିଣିଲେ ଓ ନିଜ ସାଙ୍ଗ ଶିବାନୀ କଶ୍ୟପ ଓ ସେବଲ ବସୁଙ୍କ ସହିତ ମିଶି ଜୀଙ୍ଗଲସ ତିଆରି କରିବାକୁ ଲାଗିଲେ। ତିନିଜଣ ମିଶି ଏହି କାମରେ ପଇସା କମାଇବାକୁ ଲାଗିଲେ। କିନ୍ତୁ କେକେ ଏଥିରେ ଖୁସି ନଥିଲେ। ଯେଉଁ ଜିନିଷ ତାଙ୍କ ଜୀବନରେ ଅଭାବ ଥିଲା ତାହା ଦିଲ୍ଲୀରେ ନଥିଲା। ସେଥିପାଇଁ ସେ ମୁମ୍ବାଇ ଆସିଲେ। ମୁମ୍ବାଇରେ ଆସି ସେ ମ୍ୟୁଜିକକୁ ଆପଣାଇଲେ ଓ ବଲିଉଡ ଇଣ୍ଡଷ୍ଟ୍ରିର ବଡ ନାମ କରିଲେ।

odiasambada
Comments (0)
Add Comment