PM Kisan Yojana: କୃଷକଙ୍କ ଖାତାକୁ ଆଜି ଠାରୁ ଆସିବାକୁ ଯାଉଛି 2000 ଟଙ୍କାର କିସ୍ତି, ଫାଇଦା ଉଠାଇବାକୁ ଚାହୁଁଛନ୍ତି ଯଦି ଜଲଦି କରନ୍ତୁ ଏହି କାମ !

ପିଏମ କିଷାନ ଯୋଜନାରେ ରେଜିଷ୍ଟର୍ଡ଼ କୃଷକଙ୍କ ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି। କୃଷକଙ୍କୁ ଏହି ଯୋଜନାର 11ତମ କିସ୍ତି ଆଜି ମେ31 ତାରିଖରେ ଜାରି ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଏହି 21,000 କୋଟି ଟଙ୍କାର କିସ୍ତି ଜାରି କରିବେ। ଏଥିରେ 10 କୋଟିରୁ ଅଧିକ କୃଷି ଭାଇ ଲାଭାନ୍ବିତ। କୃଷି ମନ୍ତ୍ରାଳୟ ଦ୍ୱାରା ଖବର ଆସିଛି କି, ପିଏମ ଶିମଳା ଠାରେ ଏହି କିସ୍ତି ଜାରି କରିବେ। ଯଦି ଆପଣ ଲାଭାର୍ଥୀ ଅଟନ୍ତି ତାହେଲେ ଏହି ଯୋଜନାର ଫାଇଦା ଉଠାଇବା ପାଇଁ ଆପଣଙ୍କ KYC ହୋଇଥିବା ଅନିବାର୍ଯ୍ୟ ଅଟେ। KYC ଅପଡ଼େଟ କରିବାର ଶେଷ ତାରିଖ ହେଉଛି ମେ 31 ତାରିଖ। ଯଦି ଶେଷ ତାରିଖ ସୁଦ୍ଧା ଆପଣଙ୍କ KYC ଅପଡ଼େଟ ନହୁଏ ତାହେଲେ ଆପଣଙ୍କ ଖାତାକୁ ଟଙ୍କା ଆସିବନାହିଁ। ପିଏମ କିଷାନ ନିଧି ଯୋଜନାରେ କୃଷକଙ୍କ ଖାତାକୁ ବାର୍ଷିକ 6000 ଟଙ୍କା ଆସିଥାଏ ଓ ଏହି କିସ୍ତି 2000 ଟଙ୍କା ହିସାବରେ ତିନିଥର ଆସିଥାଏ।

ଏହିପରି ଅନଲାଇନ ଅପଡ଼େଟ କରନ୍ତୁ KYC:-

1. ଏହାର ଅଧିକାରୀ ୱେବସାଇଟକୁ ଯାଆନ୍ତୁ।

2. ଡାହାଣ ପାର୍ଶ୍ଵରେ ଥିବା eKYC ବିକଳ୍ପରେ କ୍ଲିକ କରନ୍ତୁ।

3. ଆଧାରକାର୍ଡ ନମ୍ବର ଓ କ୍ୟାପଚା କୋଡ଼ ଭରି ସର୍ଚ୍ଚ କରନ୍ତୁ।

4. ଆଧାରକାର୍ଡରେ ଲିଙ୍କ ଥିବା ମୋବାଇଲ ନମ୍ବର ଭରନ୍ତୁ।

5. ଏବେ ଗେଟ ଓଟିପିରେ କ୍ଲିକ କରନ୍ତୁ ଓ ପ୍ରାପ୍ତ ହୋଇଥିବା ଓଟିପି ଦର୍ଜ କରନ୍ତୁ। ଏହାସହ ଆପଣଙ୍କ KYC ଅପଡ଼େଟ ହୋଇଯିବ।

ପିଏମ କିଷାନରେ ଲାଭାର୍ଥୀ ମାନଙ୍କ ସ୍ଥିତି ଏଠାରେ ଦେଖନ୍ତୁ:-

1. pmkisan.gov.in ଏହି ୱେବସାଇଟକୁ ପ୍ରଥମେ ଯାଆନ୍ତୁ।

2. ବେନିଫିସିଆରୀ ଷ୍ଟେଟସ ବିକଳ୍ପରେ କ୍ଲିକ କରନ୍ତୁ।

3. ଆଧାରକାର୍ଡ ନମ୍ବର, ଖାତା ନମ୍ବର କିମ୍ବା ମୋବାଇଲ ନମ୍ବର ଚୟନ କରନ୍ତୁ।

4. Get Status ଉପରେ କ୍ଲିକ କରି ଏହାର ଡ଼ିଟେଲସ ଦେଖିପାରିବେ।

odia sambada
Comments (0)
Add Comment