ମାର୍କେଟରେ ଲଞ୍ଚ ହେଲା ଇଲେକ୍ଟ୍ରିକ ସାଇକେଲ, ଏଥିରେ ଥିବା ସୁବିଧା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦାମ ମଧ୍ୟ ବହୁତ କମ !

କରୋନା ଭାଇରସ ସଂକ୍ରମଣ ମହାମାରୀ ସାଧାରଣ ଲୋକଙ୍କ ଜୀବନ ସହିତ କାରବାର ଜଗତକୁ ମଧ୍ୟ କ୍ଷତି ପହଞ୍ଚାଇଛି। ଯାହାକୁ ଭରଣା କରିବା ପାଇଁ ବହୁତ ଚେଷ୍ଟା ମଧ୍ୟ କରାଯାଉଛି। ଉଦ୍ୟୋଗ ଜଗତରେ ମଧ୍ୟ ଅଟୋମୋବାଇଲ ଇଣ୍ଡଷ୍ଟ୍ରି ଗୁଡ଼ିକୁ ବହୁତ କ୍ଷତି ସହିବାକୁ ପଡ଼ିଛି। ଯେଉଁଥିରେ ଦେଶର ବଜେଟ ଖରାପ ହୋଇଯାଇଛି।

କ୍ଷତିର ଭରଣା କରିବାପାଇଁ ଦେଶର ଅଟୋମୋବାଇଲ କମ୍ପାନୀ ଗୁଡ଼ିକ ନୂଆ ନୂଆ ଯାନ ବାହାର କରିବାରେ ଲାଗିଛନ୍ତି। ଯେଉଁଥିରେ ଲୋକଙ୍କ ରେସ୍ପନ୍ସ ମଧ୍ୟ ଭଲ ଆସୁଛି। ଏବେ ବଡ଼ ଅଟୋମୋବାଇଲ କମ୍ପାନୀରେ ନାମ ରଖିଥିବା ଡୁକାଟି ଏକ ଧାସୁ ସାଇକେଲ ଲଞ୍ଚ କରିସାରିଛି। ଯେଉଁଥିରେ ଲୋକଙ୍କ ସପୋର୍ଟ ମଧ୍ୟ ଦେଖିବାକୁ ମିଳିଛି।

ଡୁକାଟି ର ଏକ ଇଲେକ୍ଟ୍ରିକ ସାଇକେଲ ଆସିଛି। ଏହାର ନାମ MG20 ବ୍ରାଣ୍ଡର ପ୍ରଥମ ଫୋଲ୍ଡିଂ ଇଲେକ୍ଟ୍ରିକ ସାଇକେଲ ଅଟେ। ଟୁ ହ୍ବିଲର ଅଭିଜ୍ଞଙ୍କ ଦାବି ଏହାକି ଯେ, ଏହି ଇଲେକ୍ଟ୍ରିକ ସାଇକେଲକୁ ସିଟି ରାଇଡିଂ ପାଇଁ ପ୍ରସ୍ତୁତ କରାଯାଇଛି ଓ ଏହାର ଦର 1,663 ଡ଼ଲାର ଅଟେ।

ଏହାର ଡିଜାଇନ କଥା କହିବାକୁ ଗଲେ ଏହା ସିଳ୍କ ଓ ଏରଡାଇନାମିକ ଭଳି ନଜର ଆସୁଛି। ସାଇକେଲରେ ମଜବୁତ ରିମ୍ସ ଲାଗିଛି। ବାଇକ ଭଳି ଏହାର ମୋଟା ଚକା ରହିଛି। ଯାହାଦ୍ୱାରା ଏହାକୁ ହ୍ୟାଣ୍ଡଲ କରିବା ବହୁତ ସହଜ ହୋଇଯାଏ।

ସେହିପରି ଡୁକାଟି MG20 ରେ ମ୍ୟାଗ୍ନେସିୟମ ଜରିଆରେ ଫ୍ରେମ, ଫୋର୍କ ଓ ରିମ୍ସ ଲାଗିଥିବାରୁ ଏହା ସାଇକେଲକୁ ବହୁତ ହାଲୁକା ବନାଇଥାଏ। ଏହାସହ ହ୍ୟାଣ୍ଡଲ ବାର ପାଖରେ ର୍କ ୱାଟର ପ୍ରୁଫ LCD ପ୍ୟାନେଲ ଲଗାଯାଇଛି, ଯିଏକି ରାଇଡ଼ରକୁ ସାଇକେଲ ନିୟନ୍ତ୍ରିତ କରିବାର ଅନୁମତି ଦେଇଥାଏ।

ଡୁକାଟି ମୁତାବିକ, ସାଇକେଲରେ ଲାଗିଥିବା ଫ୍ରଣ୍ଟ ଏଲଇଡ଼ି ଓ ପ୍ୟାଡ଼ଲରେ ରିଫ୍ଲେକ୍ଟିଭ ଷ୍ଟ୍ରିପ୍ସ ଅପ୍ଟିମାଲ ଭିଜିବିଲିଟି ସୁରକ୍ଷା ପ୍ରଦାନ କରିଥାଏ। ସାଇକେଲରେ 2.125 ଇଞ୍ଚ କ୍ରସ ସେକ୍ସନ ଟାୟାର୍ସ ସହିତ 20 ଇଞ୍ଚର ଚକା ମିଳିଥାଏ। ଡୁକାଟିର ଦାବି ଏହାକି ଯେ, ଚକା ଏକ ଫୋଲ୍ଡିଂ ସିଷ୍ଟମ ସହିତ ଆସିଥାଏ।

ସେହିପରି ପାୱାର ପାଇଁ ଏହା ସହିତ 36C 10.5 Ah 378 wh ସାମସଙ୍ଗର ବ୍ୟାଟେରୀ ପ୍ୟାକ ମିଳିଥାଏ। ଯାହାକୁ ଏକ ଫ୍ରେମ ଜରିଆରେ ବନାଯାଇଛି। ଏଥିରେ ସାଇକେଲର ପଛ ଭାଗରେ ଉପସ୍ଥିତ ଥିବା 250 ୱାଟ ଇଲେକ୍ଟ୍ରିକ ମୋଟର ସହିତ ଯୋଡ଼ା ଯାଇଛି। ଏହା ରାଇଡ଼ର କୁ ପ୍ୟାଡ଼ଲ ମାରିବାରେ ସାହାର୍ଯ୍ୟ କରିଥାଏ।

odia sambada
Comments (0)
Add Comment