ସ୍ମାର୍ଟଫୋନ ଚଳାଉଥିବା ବ୍ୟକ୍ତିମାନେ ହୋଇ ଯାଆନ୍ତୁ ସାବଧାନ ! ଏହି ୭ ଆପ୍ଲିକେସନ ଚୁପ କରି ଚୋରେଇ ନେବ ଆପଣଙ୍କ ସବୁ ଟଙ୍କା, ଦେଖନ୍ତୁ ପୂରା ଲିଷ୍ଟ ଓ ତୁରନ୍ତ କରନ୍ତୁ ଡିଲିଟ୍

ସ୍ମାର୍ଟଫୋନ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ|ଫୋନରେ ଆପ୍ସ ମଧ୍ୟ ଜରୁରୀ ଅଟେ|ପ୍ରତି କାମ ପାଇଁ ଅଲଗା ଅଲଗା ଆପ୍ସ ରହିଛି, ଯାହାକୁ ଲୋକମାନେ ସ୍ମାର୍ଟଫୋନରେ ରଖନ୍ତି|ଏଵେ ଏଭଳି ରିପୋର୍ଟ ଆସିଛି ଯାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି|ଖତରନାକ ସ୍ପାଏଓୟାର ସମୟ ସମୟରେ ଗୁଗଲ ପ୍ଲେ ଷ୍ଟୋରରେ ନିଜ ରାସ୍ତା ବନାଇଥାନ୍ତି|ସାଇବର ସୁରକ୍ଷା କମ୍ପାନୀ ଟ୍ରେଣ୍ଡ ମାଇକ୍ରୋର ଲାଟେଷ୍ଟ ରିପୋର୍ଟ ବତାଇଥାଏ ଯେ ପ୍ଲେ ଷ୍ଟୋରରେ ୨୦୦ରୁ ଉର୍ଦ୍ଧ୍ବ ଆଣ୍ଡ୍ରଏଡ ଆପରେ ଫେସଷ୍ଟିଲର ନାମକ ଏକ ଜଖିମଭରା ସ୍ପାଏଓୟାର ହୋଇଥାଏ ଯାହା କେବଳ ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ,ଏହାସହ ଫେସବୁକ ପାସୱର୍ଡ ଓ ଅନ୍ୟ ଡିଟେଲ ଚୋରାଇ ନେଇପାରେ|

ଫେସଷ୍ଟିଲର ସ୍ପାଏଓୟାର ସହ ୨୦୦ରୁ ଉର୍ଦ୍ଧ୍ବ ଆପ୍ ବ୍ୟତୀତ ଟ୍ରେଣ୍ଡ ମାଇକ୍ରୋର ୪୦ରୁ ଉର୍ଦ୍ଧ୍ବ ନକଲି କ୍ରିପ୍ଟୋକରେନ୍ସି ମାଇନର ଆପ ମିଳେ ଯାହା କ୍ରିପ୍ଟୋ ଟଙ୍କା ଚୋରୀ କରିବାରେ ଓ ୟୁଜର୍ସକୁ ବିନା ଅନୁମତିରେ ସମ୍ବେଦନଶୀଳ ତଥ୍ୟ ଏକତ୍ରିତ କରିବାକୁ ଚେଷ୍ଟା କରୁଥିଲେ|ରିପୋର୍ଟରେ କୁହାଯାଇଛି ଏମାନଙ୍କ ମଧ୍ୟରୁ କିଛି ଆପରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଇନଷ୍ଟଲ ଥିଲା|କିଛି ଆପ ଅଜାଣତରେ ସମ୍ବେଦନଶୀଳ ୟୁଜର ଇନଫରମେସନ ଏକତ୍ରିତ କରୁଥିଲେ|

ଏହି ୭ଟି ଆପ ଖତରନାକ:

୧:ଡେଲି ଫିଟେନେସ ଓଏଲ୍

୨:ପେନେରୋମା କ୍ୟାମେରା

୩:ବିଜନେସ ମେଟା ମ୍ୟାନେଜର

୪:ସ୍ୱମ ଫଟୋ

୫:ଏନ୍ଜୟ ଫଟୋ ଏଡିଟର

୬:କ୍ରିପ୍ଟୋମାଇନିଙ୍ଗ ଫାର୍ମ ୟୋର ଓନ କଏନ୍

୭:ଫଟୋ ଗେମିଙ୍ଗ ପଜଲ

ଏହି ସବୁ ଆପ୍ସରେ ହଜାର ହଜାର ଲୋକ ଇନଷ୍ଟଲ କରିଛନ୍ତି|ରିପୋର୍ଟ ଅନୁସାରେ ଗୁଗଲ ସ୍ପାଏଓୟାର ଉପରେ ଧ୍ୟାନ ଦେଇଛି ଓ ଫେସଷ୍ଟିଲରେ ସଂକ୍ରମିତ ଆପ୍ସକୁ ତୁରନ୍ତ ହଟାଇ ଦେଇଛି|ଯଦିଓ କୈାଣସି ୟୁଜର ପାଖରେ ଏମାନଙ୍କ ମଧ୍ୟରୁ କୈାଣସି ଆପ ଇନଷ୍ଟଲ ରହିଛି ତାକୁ ତୁରନ୍ତ ହଟାଇଦେବା ଆବଶ୍ୟକ ଫଳରେ ସେ କୈାଣସି ବ୍ୟକ୍ତିଗତ ବିବରଣୀ ଏକତ୍ରିତ କରି ପାରିବେ ନାହିଁ|

odia sambada
Comments (0)
Add Comment