ଆଇପିଏଲ 2022: ଆଇପିଏଲ ବିଜେତା ଗୁଜୁରାଟ ଟାଇଟାନ୍ସ ଓ ଉପବିଜେତା ରାଜସ୍ଥାନ ରୟାଲସକୁ ମିଳିଲା କେତେ ଟଙ୍କା ? ଆଉ କେଉଁ ଖେଳାଳିଙ୍କୁ ମିଳିଲା କେତେ ଟଙ୍କା?

ଆଇପିଏଲ 2022 ନିଜ ଅନ୍ତିମ ଚରଣରେ ପହଞ୍ଚିଗଲା ଓ ରବିବାର ଦିନ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଗୁଜୁରାଟ 7 ଉଇକେଟରେ ରାଜସ୍ଥାନକୁ ହରାଇ ଚାମ୍ପିୟାନ ହୋଇଗଲା। ଖେଳ ସମାପ୍ତ ହେବାପରେ ଆୱାର୍ଡ଼ ସେରିମନୀ ଜାରି ହୋଇଥିଲା ଯେଉଁଥିରେ ବିଜେତା ଦଳ ଓ ଉପବିଜେତା ଦଳକୁ ପୁରସ୍କାର ରାଶି ଦିଆଗଲା।

ବିଗତ ବର୍ଷ ଭଳି ଏବର୍ଷ ମଧ୍ୟ ଆଇପିଏଲ ଜିତିଥିବା ଦଳକୁ 20 କୋଟି ଦିଆଗଲା ଓ ଉପବିଜେତାକୁ ମଧ୍ୟ 12.5 କୋଟି ଦିଆଗଲା।

ଦୁନିଆର ସବୁଠାରୁ ବଡ଼ ଲିଗ ଆଇପିଏଲର 15ତମ ସଂସ୍କରଣରେ ବହୁତ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା। ଏଥିରେ କେତେକ ନୂଆ ଖେଳାଳି ସାମ୍ନାକୁ ଆସିଲେ ଓ ତାଙ୍କର ଜୀବନ ବଦଳି ଯାଇଥିଲା। ଆଇପିଏଲରେ ଖର୍ଚ୍ଚ ହେଉଥିବା ରାଶିକୁ ନେଇ ସର୍ବଦା ଚର୍ଚ୍ଚା ଜାରି ରହିଥାଏ। ଟିମ ବିଜେତାକୁ ପୁରସ୍କାର ରାଶି ସହିତ ଆଉ କେତେକ ଆୱାର୍ଡ଼ ମଧ୍ୟ ଦିଆଯାଇଥାଏ। ଯେମିତିକି ଅରେଞ୍ଜ କ୍ୟାପ, ପର୍ପଲ କ୍ୟାପ, ଫେୟାର ପ୍ଲେ ଆୱାର୍ଡ଼ ଭଳି କେତେକ ଆୱାର୍ଡ଼ ସାମିଲ ରହିଛି। ଆସନ୍ତୁ ଜାଣିବା ଏହି ପୁରସ୍କାର ରାଶି ବିଷୟରେ।

ପର୍ପଲ କ୍ୟାପ:-

ଯୁଜବେନ୍ଦ୍ର ଚହଲ- 27 ଉଇକେଟ, ପୁରସ୍କାର ରାଶି- 10 ଲକ୍ଷ ଟଙ୍କା

ଅରେଞ୍ଜ କ୍ୟାପ:-

ଜୋଶ ବଟଲର- 863 ରନ, ପୁରସ୍କାର ରାଶି- 10 ଲକ୍ଷ ଟଙ୍କା

ସୁପର ଷ୍ଟ୍ରାଇକର ଅଫ ଦ ସିଜିନ:-

ଦୀନେଶ କାର୍ତ୍ତିକ- 183.33 ଷ୍ଟ୍ରାଇକ ରେଟ, ପୁରସ୍କାର ରାଶି- ଟାଟା ପଞ୍ଚ କାର

କ୍ରାକ ଇଟ ସିକ୍ସେସ ଅଫ ଦ ସିଜିନ:-

ଜୋଶ ବଟଲର- 45 ଟି ଛକା, ପୁରସ୍କାର ରାଶି- 10 ଲକ୍ଷ ଟଙ୍କା

ପାୱାର ପ୍ଲେୟାର ଅଫ ଦ ସିଜିନ:-

ଜୋଶ ବଟଲର, ପୁରସ୍କାର ରାଶି- 10 ଲକ୍ଷ ଟଙ୍କା

ମୋଷ୍ଟ ଭାଲୁଏବୁଲ ପ୍ଲେୟାର ଅଫ ଦ ସିଜିନ:-

ଜୋଶ ବଟଲର, ପୁରସ୍କାର ରାଶି-10 ଲକ୍ଷ ଟଙ୍କା

ଗେମ ଚେଞ୍ଜର ଅଫ ଦ ସିଜିନ:-

ଜୋଶ ବଟଲର, ପୁରସ୍କାର ରାଶି- 10 ଲକ୍ଷ ଟଙ୍କା

ଏମର୍ଜୀଂ ପ୍ଲେୟାର ଅଫ ଦ ସିଜିନ:-

ଉମରାନ ମଲ୍ଲିକ- 22 ଉଇକେଟ, ପୁରସ୍କାର ରାଶି- 10 ଲକ୍ଷ ଟଙ୍କା

ଫଷ୍ଟେଷ୍ଟ ଡିଲିଭରୀ ଅଫ ଦ ସିଜିନ:-

ଲକି ଫର୍ଗୁସନ- 157.30km/hr, ପୁରସ୍କାର ରାଶି- 10 ଲକ୍ଷ ଟଙ୍କା

ଅନ ଦ ଗୋ ଫୋର ଅଫ ଦ ସିଜିନ:-

ଜୋଶ ବଟଲର- 83 ଚୌକା, ପୁରକାର ରାଶି-10 ଲକ୍ଷ ଟଙ୍କା

ଫେୟାର ପ୍ଲେ ଆୱାର୍ଡ଼:-

ଗୁଜୁରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲସ

କ୍ୟାଚ ଅଫ ଦ ସିଜିନ:-

ଏଭିନ ଲୁଇସ, ପୁରସ୍କାର ରାଶି- 10 ଲକ୍ଷ ଟଙ୍କା

ଅରେଞ୍ଜ କ୍ୟାପ:-

ଆଇପିଏଲ ସିଜିନରେ ସର୍ବାଧିକ ରନ ବନାଉଥିବା ବ୍ୟାଟ୍ସମ୍ୟାନଙ୍କୁ ଦିଆଯାଇଥାଏ।

ଫେୟାର ପ୍ଲେ ଆୱାର୍ଡ଼:-

ଏହି ଆୱାର୍ଡ଼ ସେହି ଟିମକୁ ଦିଆଯାଇଥାଏ ଯେଉଁ ଟିମ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅନୁଶାସନ ସହିତ ଖେଳିଛି ଓ କୌଣସି ଖରାପ ବ୍ୟବହାର କରିନାହିଁ।

ସିଜିନର ସୁପର ଷ୍ଟ୍ରାଇକର:-

ସମ୍ପୂର୍ଣ ଆଇପିଏଲ ସର୍ବାଧିକ ଷ୍ଟ୍ରାଇକ ରେଟ ସହିତ ଯେ ବ୍ୟାଟିଂ କରିଥାଏ।

ମୋଷ୍ଟ ଭାଲୁଏବୁଲ ପ୍ଲେୟାର:-

ବ୍ୟାଟିଂ ଓ କିମ୍ବା ବୋଲିଂରେ ଯେଉଁ ଖେଳାଳି ସବୁଠାରୁ ଆଗରେ ଥିବ।

ପର୍ପଲ କ୍ୟାପ:-

ସେହି ଖେଳାଳିକୁ ଦିଆଯାଏ ଯିଏକି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅଧିକ ଉଇକେଟ ନେଇଥାଏ।

ଏମର୍ଜୀଂ ପ୍ଲେୟାର ଆୱାର୍ଡ଼:-

ଏହି ପୁରସ୍କାର କେବଳ ଯୁବା ଓ ନୂଆ ତାରକାଙ୍କୁ ଦିଆଯାଇଥାଏ।

ଫାଇନାଲ ମ୍ୟାଚ ପରେ କେଉଁସବୁ ଆୱାର୍ଡ଼ ମିଳିଲା:-

ଗେମ ଚେଞ୍ଜର ଅଫ ଦ ମ୍ୟାଚ- ହାର୍ଦିକ ପାଣ୍ଡ୍ୟା- ଏକଲକ୍ଷ ଟଙ୍କା

ଲେଟସ କ୍ରାକ ଇଟ ସିକ୍ସ ଆୱାର୍ଡ଼- ଯଶସ୍ଵୀ ଜୟଶ୍ବାଳ- ଏକ ଲଲକ୍ଷ ଟଙ୍କା

ପାୱାର ପ୍ଲେ ଅଫ ଦ ମ୍ୟାଚ ଆୱାର୍ଡ଼- ଟ୍ରେଣ୍ଟ ବୋଲଟ- ଏକଲକ୍ଷ ଟଙ୍କା

ମୋଷ୍ଟ ଭାଲୁଏବୁଲ ଆସେଟ ଅଫ ଦ ମ୍ୟାଚ- ହାର୍ଦିକ ପାଣ୍ଡ୍ୟା- ଏକଲକ୍ଷ ଟଙ୍କା

ଫାଷ୍ଟେଷ୍ଟ ଡିଲିଭରୀ ଅଫ ଦ ମ୍ୟାଚ- ଲକି ଫର୍ଗୁସନ- ଏକଲକ୍ଷ ଟଙ୍କା

ଅନ ଦ ଗୋ ଫୋର ଅଫ ଦ ମ୍ୟାଚ- ଜୋଶ ବଟଲର. ଏକଲକ୍ଷ ଟଙ୍କା

ପ୍ଲେୟାର ଅଫ ଦ ମ୍ୟାଚ- ହାର୍ଦିକ ପାଣ୍ଡ୍ୟା- ପାଞ୍ଚଲକ୍ଷ ଟଙ୍କା

odia sambada
Comments (0)
Add Comment