Aadhaar Card New Rules: ଆଧାର କାର୍ଡକୁ ନେଇ ସରକାର କଲେ ସତର୍କ,ଏଥର ମାମଲା ବଡ ଗମ୍ଭୀର,ହାଲକାରେ ନେଲେ ଫସିଯିବେ !

ବର୍ତ୍ତମାନ ସମୟରେ ଆଧାର କାର୍ଡ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟରେ ପରିଣତ ହୋଇଛି । ଅନେକ ସରକାରୀ ଏବଂ ବେସରକାରୀ ବିଭାଗ ସହ ଜଡିତ କାର୍ଯ୍ୟରେ ଆଧାର କାର୍ଡ ଦେଖାଇବା ନିହାତି ଆବଶ୍ୟକ । ବ୍ୟାଙ୍କ ଆକାଉଣ୍ଟ ଖୋଲିବା କିମ୍ବା ହୋଟେଲରେ ରୁମ ବୁକ କରିବା ବେଳେ ମଧ୍ୟ ଆଧାର କାର୍ଡ ଆବଶ୍ୟକ ହୋଇଥାଏ । କିନ୍ତୁ ବର୍ତ୍ତମାନ ଆଧାର କାର୍ଡ ସମ୍ପର୍କରେ ସରକାର ଗୋଟିଏ ନୂତନ ପରାମର୍ଶ ଜାରି କରିଛନ୍ତି । କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ଵାରା ଜାରି ଗୋଟିଏ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରତ୍ୟେକ ସଂସ୍ଥାକୁ ଆପଣଙ୍କର ଆଧାର କାର୍ଡର ଫଟୋଗ୍ରାଫି ଦେବା ଉଚିତ ନୁହେଁ, କାରଣ ଏହାର ଅପବ୍ୟବହାର ମଧ୍ୟ ହୋଇପାରେ । ସରକାର ଏହା ବଦଳରେ ଗୋଟିଏ ମାସ୍କ ଆଧାର କାର୍ଡ ବ୍ୟବହାର ବିଷୟରେ ଆଲୋଚନା କରିଛନ୍ତି, ଯେଉଁଥିରେ ଆପଣଙ୍କର ଆଧାର ନମ୍ବରର ଶେଷ 4 ଟି ସଂଖ୍ୟା ଦେଖାଯିବ । ଏହି ମାସ୍କ ଆଧାର ଫଙ୍କସନ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (UIDAI) ର ଅଫିସିଆଲ ୱେବସାଇଟରୁ ଡାଉନଲୋଡ କରାଯାଇପାରିବ ।

ହୋଇପାରେ ଆଧାର କାର୍ଡର ମିସୟୂଜ :-

ଯଦି ଆପଣ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କର ଆଧାର କାର୍ଡର ଫଟୋଗ୍ରାଫି ବ୍ୟବହାର କରନ୍ତି, ତେବେ ସଚେତନ ହୋଇଯାନ୍ତୂ । ଆଧାର କାର୍ଡ ବିଷୟରେ ଅବହେଳା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଆଧାର କାର୍ଡର ଫଟୋଗ୍ରାଫି ବଦଳରେ ମାସ୍କ ଆଧାର କାର୍ଡ ବ୍ୟବହାର କରନ୍ତୁ । ହୋଟେଲରେ ଚେକ ଇନ କରିବା ସମୟରେ କିମ୍ବା ଅନ୍ୟାନ୍ୟ ଉଦ୍ଦେଶ୍ୟରେ ଯଦି ଆପଣ ଆଧାର କାର୍ଡ ବ୍ୟବହାର କରନ୍ତି, ତେବେ ସତର୍କ ରୁହନ୍ତୁ । ହୋଟେଲ ଏବଂ ସିନେମା ହଲ ପରି ଲାଇସେନ୍ସପ୍ରାପ୍ତ ବେସରକାରୀ ଅନୁଷ୍ଠାନଗୁଡିକ ଆଧାର କାର୍ଡର କପି ନେବାକୁ ଏବଂ ରଖିବାକୁ ଅନୁମତିପ୍ରାପ୍ତ ନୁହେଁ । ଏହା ଆଧାର କାର୍ଡ ଆକ୍ଟ 2016 ର ଉଲ୍ଲଂଘନ ଅଟେ ।

ଲାଇସେନ୍ସପ୍ରାପ୍ତ ସଂସ୍ଥା ହିଁ ଦେଖିପାରିବେ ଆଧାର କାର୍ଡ :-

ମନ୍ତ୍ରଣାଳୟ ଦ୍ଵାରା ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ UIDAI ଦ୍ଵାରା କେବଳ ୟୁଜର୍ ଲାଇସେନ୍ସ ପାଇଥିବା ସଂସ୍ଥାଗୁଡ଼ିକ କେବଳ ଜଣେ ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ କରିବା ପାଇଁ ଆଧାର କାର୍ଡ ବ୍ୟବହାର କରିପାରିବେ । ଅଣ-ଲାଇସେନ୍ସପ୍ରାପ୍ତ ସଂସ୍ଥାଗୁଡ଼ିକର ଏଥିପ୍ରତି ଅନୁମତି ନାହିଁ । ପରାମର୍ଶରେ କୁହାଯାଇଛି ଯେ ଯଦି କୌଣସି ବେସରକାରୀ ସଙ୍ଗଠନ ଆପଣଙ୍କ ଆଧାର କାର୍ଡ ଦେଖିବା ପାଇଁ ଦାବି କରନ୍ତି କିମ୍ବା ଆପଣଙ୍କ ଆଧାର କାର୍ଡର ଫଟୋଗ୍ରାଫି ମାଗନ୍ତି, ତେବେ UIDAI ରୁ ସେମାନଙ୍କର ବୈଧ ୟୁଜର ଲାଇସେନ୍ସ ଅଛି କି ନାହିଁ ଚେକ୍ କରନ୍ତୁ ।

ପବ୍ଲିକ ୱାଇ-ଫାଇରୁ ସତର୍କ ରୁହନ୍ତୁ :-

ସରକାର ପରାମର୍ଶରେ କହିଛନ୍ତି ଯେ କାର୍ଡଧାରୀମାନେ ଯେକୌଣସି ଇଣ୍ଟରନେଟ୍ କାଫେ, କିଓସ୍କ ଇତ୍ୟାଦିରେ ପବ୍ଲିକ କମ୍ପ୍ୟୁଟର ମାଧ୍ୟମରେ ଇ-ଆଧାର ଡାଉନଲୋଡ୍ କରିବା ଠାରୁ ଦୂରେଇ ରହିବା ଉଚିତ । ଯଦି ଆପଣ ଏପରି କରନ୍ତି, ତେବେ ନିଶ୍ଚିତ କରନ୍ତୁ ଯେ ଆପଣ କମ୍ପ୍ୟୁଟରରୁ ଇ-ଆଧାରର ଡାଉନଲୋଡ୍ ହୋଇଥିବା କପିଗୁଡ଼ିକୁ ସ୍ଥାୟୀ ଭାବରେ ଡିଲିଟ କରିଛନ୍ତି ତ !

ଏହି ପରି ପାଆନ୍ତୁ ମାସ୍କ ଆଧାର କାର୍ଡ :-

ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆର ୱେବସାଇଟକୁ ଯାଇ ମାସ୍କ ଆଧାର କାର୍ଡ ଡାଉନଲୋଡ କରିପାରିବେ । ଏଥିପାଇଁ ଆପଣଙ୍କୁ https://myaadhaar.uidai.gov.in କୁ ଯିବାକୁ ପଡିବ । ଏଠାରେ ଆପଣଙ୍କୁ ‘Do you want a masked Aadhaar’ ଅପ୍ସନ୍ ଦେଖାଯିବ । ଏହାକୁ କ୍ଲିକ୍ କରନ୍ତୁ ଏବଂ ମଗାଯାଇଥିବା ସୂଚନା ଦିଅନ୍ତୁ । ଏହା ପରେ ମାସ୍କ ଆଧାର କାର୍ଡ ଡାଉନଲୋଡ କରନ୍ତୁ ।

odia sambada
Comments (0)
Add Comment