ଇଏ DM ସାର ନୁହଁନ୍ତି ବରଂ ଜଣେ ସେବକ ଅଟନ୍ତି, ସାଇକେଲରେ ଯାଉଛନ୍ତି ଅଫିସ ଓ ଖାଉଛନ୍ତି ମିଡ଼ ଡେ ମିଲ,ଜାଣନ୍ତୁ ସାରଙ୍କ ବିଷୟରେ କିଛି

ସରକାରୀ ସେବାରେ ଲାଗିଥିବା ଅଫିସର ଓ କର୍ମଚାରୀଙ୍କୁ ଲୋକ ସେବକ କୁହନ୍ତି। କିନ୍ତୁ ଅଧିକତର ଦେଖାଯାଉଛି କି, ଏହିସବୁ ଉଚ୍ଚ ପଦସ୍ଥ କର୍ମଚାରୀ ଲୋକସେବା କମ ବରଂ ନିଜ ପଦକୁ ନେଇ ଅହଂକାର କରୁଛନ୍ତି। କିନ୍ତୁ କିଛି ଅଫିସର ଏମିତି ଅଟନ୍ତି ଯିଏକି ନିଜର ଲୋକସେବା ଧର୍ମ ପାଳନ କରିଥାଆନ୍ତି ଓ ଜନତା ଙ୍କ ସେବା ପାଇଁ ସରକାରୀ ସେବାରେ ଆସୁଥିବା ନିଜର ସଂକଳ୍ପ ପୁରା କରିଥାଆନ୍ତି।

ଏମିତି ହିଁ ଏକ ଅଫିସର ଅଛନ୍ତି ବିହାରର କଟିଆର ଜିଲ୍ଲା ଅଧିକାରୀ ଉଦୟନ ମିଶ୍ର। ଯାହାର ଏକମାତ୍ର ଲକ୍ଷ୍ୟ ଏହାକି ଯେ, ଗରିବ ଲୋକଙ୍କ ସେବା କରିବା ଓ ସେମାନଙ୍କୁ ଉପରକୁ ଉଠାଇବା ଅଟେ।

କେବେ ସାଇକେଲରେ ଅଫିସ ତ କେବେ ଚୁପଚାପ ବ୍ୟାକ ବେଞ୍ଚର ହୋଇ ଛାତ୍ରଙ୍କ ମଧ୍ୟରେ କ୍ଲାସ ନେବାକୁ ପହଁଚି ଯାଉଥିବା ଉଦୟନ ମିଶ୍ରଙ୍କ ଆଉ ଏକ ଫୋଟ ସାମ୍ନାକୁ ଆସିଛି। ଜିଲ୍ଲାଧିକାରୀ ଉଦୟନ ମିଶ୍ର ଗୁରୁବାର ଦିନ ବିଦ୍ୟାଳୟର ନିରୀକ୍ଷଣ କଲେ। ଏହାପରେ ସେ ରୋଉତରାର ମାଧ୍ୟମିକ ବିଦ୍ୟାଳୟରେ ପହଁଚିଥିଲେ। ଏଠାରେ ପିଲାଙ୍କୁ ଖାଇବାକୁ ଦିଆଯାଉଥିଲା ଓ ଡିଏମ ସାର ପିଲାଙ୍କ ସହିତ ବସି ଖାଦ୍ୟ ଖାଇଲେ ଓ ପିଲାଙ୍କୁ କେମିତି ରୋଷେଇ ହେଉଛି ଏହା ସମ୍ପର୍କରେ ମଧ୍ୟ ପଚାରିଲେ।

ସେ ବିଦ୍ୟାଳୟର ପ୍ରଧାନ ଅଧ୍ୟାପିକା ଉର୍ମିଳାଙ୍କୁ ବିଦ୍ୟାଳୟର ପାଠପଢ଼ା, ମଧ୍ୟାହ୍ନ ଭୋଜନ ଓ ବିଦ୍ୟାଳୟର ରକ୍ଷଣାବେକ୍ଷଣ ବିଷୟରେ ସୂଚନା ନେଇଥିଲେ। ଜିଲ୍ଲାଧିକାରୀ କୁହନ୍ତି କି, ଏହା ସ୍କୁଲ ନୁହେଁ ବରଂ ପଞ୍ଚାୟତର ନିରୀକ୍ଷଣ ଥିଲା। ପୁରା ରାଜ୍ୟରେ ଏହା ପ୍ରତ୍ୟେକ ବୁଧବାର ଓ ଗୁରୁବାର ଦିନ କରାଯାଏ। ଡିଏମ ସାର ସ୍କୁଲରେ ଥିବା ସମୟରେ ମିଡ ଡେ ସମୟ ମଧ୍ୟ ହୋଇଯାଇଥିଲା ଓ ସାରା ପିଲାଙ୍କ ସହିତ ମିଶି ଭୋଜନ କଲେ ଓ ଖାଦ୍ୟ ଭଲ ହୋଇଛି ବୋଲି କହିଲେ।

ଡିଏମ କହିଲେ କି, ସେ ମୋଟ 24 ଟି ବିନ୍ଦୁ ଉପରେ ନିରୀକ୍ଷଣ କରିଛନ୍ତି। ପ୍ରତ୍ୟେକ ବୁଧବାର ଓ ଗୁରୁବାର ଦିନ ଏହାର ରିପୋର୍ଟ ଅନଲାଇନ ସବମିଟ କରାଯାଇଥାଏ। ସେ କହିଥିଲେ, ପିଲାଙ୍କ ସ୍ଥିତି ବହୁତ ଭଲ ରହିଛି କିନ୍ତୁ ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା କମ ରହିଛି। ଭ୍ୟାକ୍ସିନେସନ ସୂଚନା ନିଆଗଲା ଓ ଛୋଟ ପିଲାଙ୍କୁ କଳାପଟାକୁ ଡ଼କାଇ ଲେଖିବାକୁ ମଧ୍ୟ କୁହାଗଲା।

odiasambada
Comments (0)
Add Comment