IPL 2022 ଫାଇନାଲ : କ୍ଲୋଜିଙ୍ଗ ସେରେମନିରେ ଏହି ବଲିଉଡ ଷ୍ଟାରମାନେ ଖେଳାଇବେ ରଙ୍ଗ, ଏଠାରେ ଦେଖନ୍ତୁ ପୁରା Guest List

IPL 2022 Closing Ceremony: ଆଇପିଏଲ ସିଜନ 15 ର ଫାଇନାଲ ରାଜସ୍ଥାନ ରୟାଲ୍ସ (RR) ଏବଂ ଗୁଜୁରାଟ ଟାଇଟନ୍ସ (GT) ମଧ୍ୟରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ IPL 2022 ର କ୍ଲୋଜିଙ୍ଗ ସେରେମନି ଆୟୋଜିତ ହେବ । ଶେଷ ଥର ପାଇଁ 2019 ର ଆଇପିଏଲରେ କ୍ଲୋଜିଙ୍ଗ ସେରେମନି ଅନୁଷ୍ଠିତ ହୋଇଥିଲା । ତେବେ ଆସନ୍ତୁ ଜାଣିବା ଯେ ଏହି ସେରେମନି କେଉଁ ସମୟରେ ଆରମ୍ଭ ହେବ ଏବଂ କେଉଁ କେଉଁ ବଲିଉଡ ଷ୍ଟାରମାନେ ଏଥିରେ ଅଂଶଗ୍ରହଣ କରିବେ ।

3 ବର୍ଷ ପରେ ଆଇପିଏଲର କ୍ଲୋଜିଙ୍ଗ ସେରେମନି :-

ଫ୍ୟାନମାନେ ଫାଇନାଲ ମ୍ୟାଚର ଧମାଲ ସହିତ IPL ର କ୍ଲୋଜିଙ୍ଗ ସେରେମନିକୁ ମଧ୍ୟ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଆଇପିଏଲରେ 3 ଟି ସିଜିନ ପରେ କ୍ଲୋଜିଙ୍ଗ ସେରେମନି ଆୟୋଜିତ ହେବାକୁ ଯାଉଛି । କରୋନା ମହାମାରୀ ହେତୁ ଗତ 3ଟି ସିଜିନରେ ଏହା ସଂଗଠିତ ହୋଇପାରିଲା ନାହିଁ । ମିଡ଼ିଆର ରିପୋର୍ଟ ଅନୁଯାୟୀ, କ୍ଲୋଜିଙ୍ଗ ସେରେମନି 45 ମିନିଟ ପର୍ଯ୍ୟନ୍ତ ହେବ । ଏଥି ସହିତ, ଏହି ଫାଇନାଲ୍ ମ୍ୟାଚର ସମୟ 19:30 ରୁ ବଢାଇ 20:00 ପର୍ଯ୍ୟନ୍ତ କରାଯାଇଛି ଏବଂ ଟସ୍ 7.30 ରେ ଅନୁଷ୍ଠିତ ହେବ ।

ଏହି ବଲିଉଡ ଷ୍ଟାରମାନେ ଏଥିରେ ଭାଗ ନେବେ :-

ଏହି କ୍ଲୋଜିଙ୍ଗ ସେରେମନି (ଆଇପିଏଲ୍ 2022 କ୍ଲୋଜିଙ୍ଗ ସେରେମନି) ରେ ଅନେକ ବଲିଉଡ ଷ୍ଟାର ମଧ୍ୟ ଅଂଶଗ୍ରହଣ କରିବେ । ଏଥିରେ ଅଭିନେତା ରଣଭୀର ସିଂ ଏବଂ ସଂଗୀତକାର ଏଆର୍ ରହମାନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ । ଏହି ଦୁଇ ଷ୍ଟାର କ୍ଲୋଜିଙ୍ଗ ସେରେମନିରେ ନିଜର ଝଲବା ଦେଖାଇବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ମଧ୍ୟ ଏହି ସେରେମନିରେ ପରଫର୍ମ କରୁଥିବା ଦେଖିବାକୁ ମିଳିବ । ଖବର ଅନୁଯାୟୀ, ଆମୀର ଖାନ ମଧ୍ୟ ନିଜର ନୂଆ ଫିଲ୍ମର ଟ୍ରେଲରର ଶୁଭାରମ୍ଭ ପାଇଁ ଉତ୍ସବରେ ଉପସ୍ଥିତ ରହିବେ ।

କ୍ଲୋଜିଙ୍ଗ ସେରେମନି ଗେଷ୍ଟ ଲିଷ୍ଟ :-

ଆଇପିଏଲ୍ 2022 ର ଫାଇନାଲ ମ୍ୟାଚରେ ବିସିସିଆଇର ଉଚ୍ଚ ସ୍ତରୀୟ ଅଧିକାରୀମାନେ ଯୋଗଦେବେ, ଯେଉଁଥିରେ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଉପାଧ୍ୟକ୍ଷ ରାଜୀବ ଶୁକ୍ଲା, ସଚିବ ଜୟ ଶାହା, ଆଇପିଏଲର ସଭାପତି ବ୍ରିଜେଶ ପଟେଲଙ୍କ ସମେତ ଅନ୍ୟମାନେ ସାମିଲ ହେବେ । ଗୁଜୁରାଟ କ୍ରିକେଟ୍ ଆସୋସିଏସନର ଅଧିକାରୀ ତଥା ରାଜ୍ୟର କିଛି ରାଜନୈତିକ ବ୍ୟକ୍ତି ମଧ୍ୟ ଏହି ମ୍ୟାଚରେ ସାମିଲ ହୋଇପାରନ୍ତି ।

odia sambada
Comments (0)
Add Comment