ପୁଅ ପାଇଁ ମାଆ ଆଦରରେ ବନାଇଲେ ଚିପ୍ସ,କିନ୍ତୁ ପୁଅ ଶୋଇଲା ଯେ ଆଉ ଉଠିଲା ନାହିଁ

ଦୁନିଆରେ ସବୁଠାରୁ ଅମୂଲ୍ୟ ଭଲ ପାଇବା ଯଦି କଣ2 ହୋଇଥାଏ ତାହେଲେ ତାହା ମାଆଙ୍କ ପ୍ରେମ ହୋଇଥାଏ। ମାଆଙ୍କ ଭଳି ଆମକୁ କେହି ପ୍ରେମ କରି ପାରିବେନାହିଁ। କିନ୍ତୁ ଯଦି କୌଣସି ମାଆ ନିଜ ଆଖି ସାମ୍ନାରେ ପିଲାକୁ ହରାଇଦିଏ ତାହେଲେ ତାଙ୍କ ପାଇଁ ଏହା ଅଭିଶାପ ଭଳି ହୋଇଥାଏ। ରାଜଉରୀ ସହରର ଖଣ୍ଡାଲୀ ପୋଲିସ କ୍ଷେତ୍ରରେ ଗୁରୁବାର ରାତିରେ ଆତଙ୍କି ମାନେ ଭାଜପାର ସହରୀ ମଣ୍ଡଳ ଅଧ୍ୟକ୍ଷ ଜସ୍ଵୀର ସିଂହଙ୍କ ଘର ଉପରକୁ ଆକ୍ରମଣ କଲେ। ଏଥିରେ ଜସ୍ଵୀର ସିଂହଙ୍କ ଭଣଜାଙ୍କ ମୃତ୍ୟୁ ହୋଇଥିଲା ଓ ପରିବାରର ବହୁତ ସାରା ସଦସ୍ୟ ମଧ୍ୟ ଏଥିରେ ଘାୟଲ ହୋଇଥିଲେ।

ଜଣାଇଦେଉଛୁ କି, ବୀର ନାମକ ଏହି ପିଲାଟି ଚିପ୍ସ ଖାଇବା ପାଇଁ ଜିଦ କରି ଶୋଇପଡ଼ିଲା। ଏହାପରେ ପିଲାଟିର ମାଆ ଚିପ୍ସ ବନାଇବା ପାଇଁ ରୋଷେଇ ଘରକୁ ଯାଇଥିଲେ। ପରିବାର ଲୋକଙ୍କ କହିବାହେଲା ବୀରଙ୍କୁ ଚିପ୍ସ ବହୁତ ପସନ୍ଦ ଥିଲା। ମାଆ ବାହାରକୁ ଦେଖନ୍ତି ତ ସବୁ ଦୋକାନ ବନ୍ଦ ହୋଇଥିଲା ଓ ମାଆ ଜାଣନ୍ତି ଯେତେବେଳେ ପୁଅ ଉଠିବ ସେତେବେଳେ ଚିପ୍ସ ଖାଇବାକୁ ଜିଦ କରିବ। ଏହାସବୁ ଭାବି ବୀରଙ୍କ ମାଆ ରୋଷେଇ ଘରକୁ ଆଳୁ ଚିପ୍ସ ବନାଇବାକୁ ଚାଲିଗଲେ।

ରାତି ସମୟରେ ଯେତେବେଳେ ଘର ବାହାରୁ ଗୁଳି ଶବ୍ଦ ଶୁଣାଯାଇଥିଲା ସେତେବେଳେ ସବୁଲୋକେ ଅଗଣାରେ ବସିଥିଲେ ଓ ବୀର ସେଠାରେ ଶୋଇଥିଲା ଓ ଘର ଲୋକ ଖାଦ୍ୟ ଖାଇବାକୁ ମଧ୍ୟ ପ୍ରସ୍ତୁତ ହେଉଥିଲେ। ଏହାପରେ ଆତଙ୍କି ଅଧ୍ୟକ୍ଷଙ୍କ ଘର ଉପରକୁ ଚଢ଼ି ଅଗଣା ଭିତରକୁ ଏକ ଗ୍ରେନେଡ଼ ଫିଙ୍ଗିଥିଲେ ଓ ଏହା ବୀର ପାଖରେ ଯାଇ ଫାଟିଲା। ଏଥିରେ ଘରର 7 ଜଣ ଲୋକେ ମଧ୍ୟ ଘାୟଲ ହୋଇଥିଲେ। ଏମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ହସ୍ପିଟାଲରେ ବୀର ପ୍ରାଣତ୍ୟାଗ କରିଥିଲା।

ବୀର ର ମୃତ୍ୟୁ ପରେ ତାଙ୍କ ମାଆଙ୍କ ଅବସ୍ଥା କାନ୍ଦି କାନ୍ଦି ଶୋଚନୀୟ ହୋଇପଡ଼ିଛି। ସେ କେବଳ ଗୋଟିଏ କଥା କହୁଛନ୍ତି, “ମୋ ବୀର ପାଇଁ ଚିପ୍ସ ବନାଇଥିଲି ତା’କୁ କୁହ ଉଠିକି ଖାଇବ।” ଏତିକି କହି ବୀରଙ୍କ ମାଆଙ୍କର ହୋସ ଉଡ଼ିଗଲା ଓ ପରିବାର ଲୋକେ ତାଙ୍କ ମୁହଁକୁ ପାଣି ଛିଞ୍ଚିବା ଦ୍ୱାରା ତାଙ୍କର ହୋସ ଫେରିଥିଲା। ଏଥିରେ ବୀରଙ୍କ ପିଉସୀ କହିଥିଲେ, ଛୋଟ ପିଲାର କଣ ଦୋଷ ଥିଲା? ଆମ ପରିବାର ସବୁବେଳେ ଲୋକଙ୍କ ମଙ୍ଗଳ ଚାହିଁଥାଏ ତ ଆମ ସହିତ ଏହା କାହିଁକି ଘଟିଲା?

odia sambada
Comments (0)
Add Comment