ହାଇୱେ ମଝାମଝିରେ କାର ଡ଼୍ରାଇଭର କଲା ଏମିତି କିଛି, ଦେଖୁ ଦେଖୁ ଓଲଟି ଗଲା ଜିନିଷ ଲଦା ହୋଇଥିବା ଟ୍ରକ, ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଆଜିକାଲି ଦେଖିବାକୁ ମିଳୁଛି ଯେ ହାଇୱେରେ ଲୋକମାନେ ଗାଡ଼ିକୁ ବହୁତ୍ ସ୍ପିଡରେ ଚଳାନ୍ତି ଏବଂ ଦୁର୍ଘଟଣାକୁ ନିମନ୍ତ୍ରଣ ଦିଅନ୍ତି । ସୋସିଆଲ ମିଡିଆରେ ପ୍ରାୟତଃ ସଡ଼କ ଦୁର୍ଘଟଣା ସହ ଜଡ଼ିତ ଭିଡିଓ ଦେଖିବାକୁ ମିଳିଯାଏ । ଏପରି ଗୋଟିଏ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣଙ୍କ ଲୋମ ଟାଙ୍କୁରୀ ହୋଇଯିବ ।

ରାସ୍ତାରେ ଚାଲିବା ବେଳେ ବହୁତ୍ ଜିନିଷକୁ ଧ୍ୟାନ ଦେବାକୁ ପଡେ, ନଚେତ୍ ଆଖି ପିଛୁଳାକେ ଭୟଙ୍କର ଦୁର୍ଘଟଣା ହୋଇପାରେ । ସଡ଼କ ଦୁର୍ଘଟଣା କାରଣରୁ ଜଣାନାହିଁ କେତେ ପରିବାର ଉଜୁଡ଼ି ଯାଉଛି । ଅନେକ ଥର ହାଇୱେରେ କରାଯିବା ଟିକେ ଭୁଲ୍ ମଧ୍ୟ ଜୀବନ ପାଇଁ ବଡ ବିପଦ ସୃଷ୍ଟି କରିପାରେ । ଆପଣ ଏପରି ଅନେକ ଘଟଣା ସୁଣିଥିବେ, ଯେଉଁଥିରେ କାର ଡ୍ରାଇଭରର ଗୋଟିଏ ଛୋଟ ଭୁଲ କାରଣରୁ ବଡ ଦୁର୍ଘଟଣା ମଧ୍ୟ ହୋଇପାରେ । ଆଜିକାଲି ମଧ୍ୟ ଗୋଟିଏ ଆକ୍ସିଡେଣ୍ଟର ଭିଡିଓ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ଦେଖିବାପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଭିଡ଼ିଓରେ ଆପଣ ଦେଖିପାରିବେ ଯେ ଗୋଟିଏ ଧଳା ରଙ୍ଗର କାର ହାଇୱେରେ ଚାଲୁଥିବା ଦେଖାଯାଉଛି । କିନ୍ତୁ କିଛି ସେକେଣ୍ଡ ମଧ୍ୟରେ ଡ଼୍ରାଇଭର କାରକୁ ବୁଲାଇଦିଏ । ଅଚାନକ ହୋଇଥିବା ଏହି ଟର୍ନ କାରଣରୁ ପଛରୁ ଆସୁଥିବା ଟ୍ରକର ବାଲାନ୍ସ ବିଗିଡ଼ିଯାଏ । ଅଚାନକ ଟ୍ରକ୍ ଡ୍ରାଇଭର ବ୍ରେକ ଲଗାଇ କାରକୁ ବଞ୍ଚାଇବା ପାଇଁ ଚେଷ୍ଟା କରେ । ଏହା ମଧ୍ୟରେ ତାର ବାଲାନ୍ସ ବିଗିଡ଼ିଯାଏ ଏବଂ ଓଲଟି ପଡେ । ଏତେ ବଡ ଭୁଲ ସତ୍ତ୍ବେ କାର ଡ଼୍ରାଇଭର ନିଜ କାମକୁ ସୁଧାରିଲା ନାହିଁ ଏବଂ ସାମ୍ନାରୁ ଆସୁଥିବା ଟ୍ରକ୍ ସହ ଧକ୍କା ହେବାରୁ ଅଳ୍ପକେ ବଞ୍ଚିଯାଏ । ସେ ଆରାମରେ କାର ନେଇ ଚାଲିଯାଏ । ଯେପରିକି ତାକୁ କୌଣସି ଫରକ୍ ପଡୁନାହିଁ ।

ଏଠାରେ ଦେଖନ୍ତୁ ଭିଡିଓ :-

ଏହି ଭିଡିଓକୁ ଟୁଇଟରରେ @javroar ନାମକ ଆକାଉଣ୍ଟ୍ ଦ୍ଵାରା ସେୟାର କରାଯାଇଛି । ଯାହା ସହିତ ସେ ମଜାଳିଆ କ୍ୟାପସନ୍ ମଧ୍ୟ ଲେଖିଛନ୍ତି । ଖବର ଲେଖାଯିବା ବେଳକୁ ଏହି ଭିଡିଓକୁ 72 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଏବଂ କମେଣ୍ଟ ମାଧ୍ୟମରେ ନିଜ ପ୍ରତିକ୍ରିୟା ଦେଉଛନ୍ତି ।

odia sambada
Comments (0)
Add Comment