ବେଶ୍ୟାବୃତ୍ତି ଏକ ପେଶା : ସୁପ୍ରିମକୋର୍ଟ

ବେଶ୍ୟାବୃତ୍ତିକୁ ନେଇ ସୁପ୍ରିମକୋର୍ଟ ବହୁତ ବଡ଼ ଟିପ୍ପଣୀ ଦେଇଛି। ସୁପ୍ରିମକୋର୍ଟ ନିଜର ଟିପ୍ପଣୀ ଜରିଆରେ ଏହାକୁ ଏକ ପେଶା ମାନିଛି। ଜଣାଇଦେଉଛୁ ବହୁତ ସାରା ଦେଶରେ ବେଶ୍ୟାବୃତ୍ତିକୁ ଏକ ପେଶା ରୂପରେ ମାନ୍ୟତା ଦିଆଯାଇଛି ଓ ବେଶ୍ୟାକର୍ମୀ ସମାଜରେ ସେହି ସବୁ ଅଧିକାର ଓ ସୁବିଧା ସେଠାରେ ପାଉଛନ୍ତି ଯାହାକି ସାଧାରଣ ଜନତା ପାଉଛନ୍ତି।

ଏଠାରେ ବେଶ୍ୟାବୃତ୍ତିକୁ ଏକ ଅଲଗା ନଜରରେ ଦେଖାଯାଇଛି। କିନ୍ତୁ ଏବେଏବେ ସୁପ୍ରିମକୋର୍ଟ ଏହାକୁ ଏକ ପେଶା ବତାଇ ନିଜର ନିର୍ଣ୍ଣୟ ନେଇଛି ଓ ପୋଲିସକୁ ଏଥିରେ ହସ୍ତକ୍ଷେପ କରିବାକୁ ବାରଣ କରିଛି।

ସୁପ୍ରିମକୋର୍ଟ ର ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ପୁଣିଥରେ ଯୁକ୍ତି ଆରମ୍ଭ ହୋଇଯାଇଛି ଓ କୁହାଯାଉଛି ଏହା କେତେଦୂର ଠିକ ଓ ଭୁଲ। ଏହାସହ ଲୋକମାନଙ୍କ ମନରେ ସେକ୍ସ ୱାର୍କରକୁ ନେଇ ମଧ୍ୟ ବହୁତ ପ୍ରଶ୍ନ ଉଠିଲାଣି, ଏବେ ଆସନ୍ତୁ ଜାଣିବା ଭାରତରେ ଏହାର ସ୍ଥିତି କେମିତି ରହିଛି।

ବେଶ୍ୟାବୃତ୍ତିକୁ ନେଇ ଆଇନ କଣ ରହିଛି? :-

ଜଣାଇଦେଉଛୁ କି, ଆଇନଗତ ବେଶ୍ୟାବୃତ୍ତି କୌଣସି ଅପରାଧ ନୁହେଁ। ମାନେ ଆଇନଗତ ମଧ୍ୟ ଅପରାଧ ନୁହେଁ। କିନ୍ତୁ ସାର୍ଵଜନିକ ସ୍ତରରେ ବେଶ୍ୟାବୃତ୍ତି କରିବା ଆଇନଗତ ଉଚିତ ନୁହେଁ। ଯଦି କେଉଁଠି ବି ଏହା ହେଉଛି ତାହେଲେ ଏହା ବେଆଇନ ମାନାଯିବ।

– ଯଦି କେହି ହୋଟେଲ କିମ୍ବା ଏହିଭଳି ସ୍ଥାନରେ ବେଶ୍ୟାବୃତ୍ତି କରୁଥିବାର ନଜର ଆସେ ତାହେଲେ ଏହାକୁ ବେଆଇନ ମାନାଯିବ।

– କୌଣସି ସେକ୍ସ ୱାର୍କର ବ୍ୟବସ୍ଥା କରି ଏହାର ବିଜନେସ କରାଇବା ମଧ୍ୟ ବେଆଇନ।

– କୌଣସି ଗ୍ରାହକଙ୍କ ପାଇଁ ସେକ୍ସ ୱାର୍କର ଯୋଗାଡ଼ କରିବା ଓ ତାଙ୍କୁ ଏହି କାର୍ଯ୍ୟ ପାଇଁ ଉକ୍ସାଇବା ମଧ୍ୟ ବେଆଇନ ଅଟେ।

– ଯଦି କୌଣସି ସେକ୍ସ ୱାର୍କର ନିଜ କାମର ପ୍ରଚାର କରେ ଓ କାହାକୁ ବି ଏଥିପାଇଁ ଆକର୍ଷିତ କରେ ତାହେଲେ ତାଙ୍କୁ ଗିରଫ କରାଯିବ।

– କଲ ଗାର୍ଲସଙ୍କୁ ମଧ୍ୟ ନିଜ ନମ୍ବର ସାର୍ବଜନିକ କରିବାର ଆଦେଶ ନାହିଁ, ଯଦି ଏମିତି ହୁଏ ତାହେଲେ ଏହାକୁ ବେଆଇନ ମାନାଯାଇ 6 ମାସର ଜେଲଦଣ୍ଡ ଦିଆଯିବ।

କେନ୍ଦ୍ର ଓ ରାଜ୍ୟରୁ ମାଗିଲେ ଜବାବ:-

ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ସହିତ ସେକ୍ସ ୱାର୍କରକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛି। SC ଆଠ ସପ୍ତାହ ଭିତରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜବାବ ପାଇବାପାଇଁ କହିଛି।

ସୁପ୍ରିମକୋର୍ଟ କୋର୍ଟ ଏହାକୁ ଗ୍ରହଣ କରିସାରିଛି କିନ୍ତୁ କିଛି ରାଜ୍ୟ ଏବେବି ମତଭେଦ ଦେଖିବାକୁ ମିଳିଛି। ଏଥିପାଇଁ ସୁପ୍ରିମକୋର୍ଟ ରାଜ୍ୟରେ ମଧ୍ୟ ଏହାକୁ ଲାଗୁ କରିବାକୁ କହିଛନ୍ତି। ଯଦି ସାରା ଦେଶରେ ଏହାକୁ ଗ୍ରହଣ କରାଯିବ ତାହେଲେ ସେକ୍ସ ୱାର୍କରଙ୍କ ପାଇଁ ଦେଶରେ ବହୁତ ସାରା ଆଇନ କାର୍ଯ୍ୟକାରୀ ହେବା ସହିତ ସମାଜରେ ସେମାନଙ୍କୁ ସମ୍ମାନର ସହିତ ବଞ୍ଚିବା ପାଇଁ ସୁଯୋଗ ମିଳିବ। ଆସନ୍ତୁ ଜାଣିବା କଣ ସବୁ କରାଯିବ।

– ସାଧାରଣ ଲୋକଟି ଯେଉଁସବୁ ଅଧିକାର ପାଉଛି ଜଣେ ସେକ୍ସ ୱାର୍କର ମଧ୍ୟ ସେହି ସବୁ ସୁବିଧା ପାଇବ।

– ଯଦି ସେକ୍ସ ୱାର୍କର 18 ବର୍ଷରୁ ଉର୍ଦ୍ଧ୍ବ ଓ ସେ ନିଜ ଇଚ୍ଛାରେ ଏହିକାମ କରିବାକୁ ଚାହୁଁଛନ୍ତି ତାହେଲେ ପୋଲିସ କୌଣସି ହସ୍ତକ୍ଷେପ କରି ପାରିବନାହିଁ।

– ଯେତେବେଳେ କୌଣସି ସେକ୍ସ ୱାର୍କର ଅପରାଧକୁ ନେଇ ପୋଲିସ ପାଖରେ ଅଭିଯୋଗ କରୁଛି ସେଥିରେ ପୋଲିସ ଗମ୍ଭୀରତାର ସହିତ ଏହାକୁ ଡ଼ିଲ କରିବାକୁ ବାଧ୍ୟ ହେବା ଉଚିତ।

– ଯଦି ବେଶ୍ୟାଳୟରେ ପୋଲିସ ରେଡ଼ ପଡ଼ିଥାଏ ତାହେଲେ ଧ୍ୟାନ ରଖାଯିବ ନିଜ ଇଚ୍ଛାରେ ବେଶ୍ୟାବୃତ୍ତି କରିବା ଅପରାଧ ନୁହେଁ ଓ ଯଦି ଏହାର ବିଜନେସ କରାଯାଏ ତାହେଲେ ଏହା ଅପରାଧ ମାନାଯିବ। ସେଥିପାଇଁ କୌଣସି ସେକ୍ସ ୱାର୍କରଙ୍କୁ ଗିରଫ କରାଯିବ ନାହିଁ କିମ୍ବା ଦଣ୍ଡ ଦିଆଯିବ ନାହିଁ।

– କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ କୌଣସି ପଲିସି ପ୍ରସ୍ତୁତ କରିବା ସମୟରେ ସେକ୍ସ ୱାର୍କର କିମ୍ବା ତାଙ୍କର କୌଣସି ପ୍ରତିନିଧିକୁ ଏହି ପ୍ରକ୍ରିୟାରେ ସାମିଲ କରିବାକୁ ହେବ।

– ଯଦି କୌଣସି ସେକ୍ସ ୱାର୍କର କୌଣସି ଯୌନ ଉତ୍ପୀଡ଼ନର ଶିକାର ହେଉଛନ୍ତି ତାହେଲେ ତୁରନ୍ତ ଚିକିତ୍ସା ଦିଆଯିବ। ଏହାସହ ତାଙ୍କୁ ଅନ୍ୟ ରୋଗୀଙ୍କ ଭଳି ସଠିକ ଦେଖାଶୁଣା କରାଯିବ।

odia sambada
Comments (0)
Add Comment