ଆଇପିଏଲ 2022 କ୍ୱାଲିଫାୟର: ପ୍ରଥମେ କ୍ୟାଚ ଛାଡ଼ିଲେ,ଆଉ ତାପରେ ଆଟିଟ୍ୟୁଡ଼ ଦେଖାଇଲେ ଏହି ଖେଳାଳି,ଦେଖନ୍ତୁ ଭିଡିଓ

ଗତକାଲି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ରାଜସ୍ଥାନ ରୟାଲସ ବିପକ୍ଷରେ ଦ୍ଵିତୀୟ କ୍ୱାଲିଫାୟର ମ୍ୟାଚ ଖେଳୁଥିଲା। ଏହି ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଂ କରି 20 ଓଭରରେ 8 ଉଇକେଟ ହରାଇ 157 ରନ ହିଁ କରିପାରିଥିଲା। ରାଜସ୍ଥାନର ବୋଲର ମାନେ ଏହି ମ୍ୟାଚରେ କମାଲ ବୋଲିଂ କଲେ କିନ୍ତୁ ଏହିସବୁ ପରେ ମଧ୍ୟ ରାଜସ୍ଥାନର ଜଣେ ଖେଳାଳି ଟ୍ରୋଲ ହେବାରେ ଲାଗିଛି।

ରାଜସ୍ଥାନର ଏକ ଖେଳାଳି ଆରସିବି ମ୍ୟାଚ ସମୟରେ ଟ୍ରୋଲ ହେବାରେ ଲାଗିଛି। ଏହି ଖେଳାଳି ଆଉ କେହି ନୁହେଁ ବରଂ ଯୁବା ତାରକା ରିଆନ ପରାଗ ଅଟନ୍ତି। ରିଆନ ପରାଗ ଏହି ମ୍ୟାଚରେ ଆରସିବି ବ୍ୟାଟ୍ସମ୍ୟାନ ରଜତ ପାଟିଦାରଙ୍କ ଏକ ସହଜ କ୍ୟାଚ ଛାଡ଼ିଥିଲେ। କ୍ୟାଚ ଛାଡ଼ି ରିଆନ ଟ୍ରୋଲ ହେଉଛନ୍ତି। ଲୋକମାନେ କହୁଛନ୍ତି, କ୍ୟାଚ ଛାଡ଼ିବାପରେ ମଧ୍ୟ ଆଟିଟ୍ୟୁଡ଼ ଦେଖାଉଛନ୍ତି ଓ ସେମାନେ ଏହା ଉପରେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

ରାଜସ୍ଥାନର ବୋଲର ମାନେ କଲେ କମାଲ:-

ଏହି ମ୍ୟାଚରେ ଆରସିବି ରାଜସ୍ଥାନ ସାମ୍ନାରେ 158 ରନର ବିଜୟ ଲକ୍ଷ୍ୟ ରଖିଥିଲା। ଆରସିବି ପାଇଁ ରଜତ ପାଟିଦାର ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ସେ 58 ରନ ପାଳି ଖେଳିଥିଲେ। ତାଙ୍କ ବ୍ୟତୀତ ଗ୍ଲେନ ମାକ୍ସୱେଲ 24 ଓ ଅଧିନାୟକ ଫାଫ ଡୁ ପ୍ଲେସିସ 25 ରନ ବନାଇଥିଲେ। ଏହାସହ ଦଳ 157 ରନରେ ପହଞ୍ଚିଥିଲା।

ଏହା ଥିଲା ଦୁଇଟି ଟିମର ପ୍ଲେଇଂ ଇଲେଭେନ:-

ଆରସିବି:- ବିରାଟ କୋହଲି, ଫାଫ ଡୁ ପ୍ଲେସିସ, ରଜତ ପାଟିଦାର, ଗ୍ଲେନ ମାକ୍ସୱେଲ, ମାହିପାଳ ଲମରୋର, ଶାବାଜ ଅହମ୍ମଦ, ଦୀନେଶ କାର୍ତ୍ତିକ, ହାସରଙ୍ଗା, ହର୍ଷଲ ପଟେଲ, ଜୋଶ ହେଜଲଉଡ଼, ମହମ୍ମଦ ସିରାଜ।

ଆରଆର:- ଜସ ବଟଲର, ଯଶସ୍ଵୀ ଜୟଶ୍ବାଳ, ସଞ୍ଜୁ ସାମସନ, ଦେବଦତ ପାଡ଼ିକଲ, ରିଆନ ପରାଗ, ହେଟମାୟର, ଆର ଅଶ୍ୱିନ, ୟୁଜି ଚହଲ, ପ୍ରସିଧ କୃଷ୍ନା, ମକାଏ, ଟ୍ରେଣ୍ଟ ବୋଲଟ।

odia sambada
Comments (0)
Add Comment