ନିଜର ଇଚ୍ଛା ପୁରା କରିବାକୁ ଯାଇ ଋଣରେ ବୁଡି ଯାଇଥିଲେ ଯୁବତୀ, ପଇସା ପାଇଁ ଏମିତି ଷଡ଼ଯନ୍ତ୍ର କଲେ ଯେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ

ମେ 25 ତାରିଖରେ ମହରୌଲି ଥାନାରେ ଜଣେ ଯୁବକ ନିଜ ମା ଏବଂ ଭଉଣୀ ସହିତ ପହଞ୍ଚିଲା । ସେ ଅଭିଯୋଗ କଲା ଯେ ତାର ସାନ ଭଉଣୀର କିଡନାପ ହୋଇଯାଇଛି । ପୀଡିତ ପରିବାର କହିଛନ୍ତି ଯେ ଯିଏ କିଡନାପ କରିଛି ସେ ତାଙ୍କ ଭଉଣୀ ଫୋନରୁ ହିଁ ହ୍ଵାଟସଆପ କଲ୍ କରୁଛି ଏବଂ ପଇସା ମାଗୁଛି । ଅପହରଣକାରୀ ଗୋଟିଏ ଫଟୋ ମଧ୍ୟ ପଠାଇଛି, ଯେଉଁଥିରେ ଝିଅର ହାତ ବନ୍ଧା ଯାଇଛି ଏବଂ ପାଟିକୁ କପଡ଼ାରେ ବାନ୍ଧି ଦିଆଯାଇଥିଲା । ଅଭିଯୋଗ ପରେ ଦିଲ୍ଲୀ ପୋଲିସ ତୁରନ୍ତ ଆକ୍ଟିଭ ହୋଇଗଲା ଏବଂ ଜଡିତ ଧାରା ଅନୁଯାୟୀ ମାମଲା ରୁଜ୍ଜୁ କରି ଯାଞ୍ଚ୍ କରିବାରେ ଲାଗିପଡ଼ିଛି ।

ପୋଲିସ କଲା ଯାଞ୍ଚ :-

କେସକୁ ଯାଞ୍ଚ କରିବାପାଇଁ ମହରୌଲି ଥାନାର ଏସଏଚଓ ପିଶି ଯାଦବ ସର୍ବପ୍ରଥମେ ପୀଡ଼ିତ ପରିବାରଙ୍କ ଘରେ ପହଞ୍ଚିଲେ । ଏଠାକୁ ଆସି ପୋଲିସ ଜାଣିବାକୁ ଚାହିଁଲା ଯେ ଯୁବତୀ ଘରୁ କେତେଟା ସମୟରେ ବାହାରିଥିଲେ ? ଆଖପାଖ ସିସିଟିଭି ଫୁଟେଜ ଯାଞ୍ଚ କରିବାପରେ ଜଣାପଡ଼ିଲା ଯେ ମେ 24 ତାରିଖ ସନ୍ଧ୍ୟା 4ଟା 15 ରେ ଯୁବତୀ ନିଜ ଘରୁ ବାହାରିଥିଲେ । ଏହାପରେ ପୋଲିସ ଆଖପାଖ ଅନେକ ସିସିଟିଭି ଫୁଟେଜ ଚେକ୍ କଲା, କିନ୍ତୁ ଆଉ କୌଣସି ସୁରାଗ ହାତରେ ଲାଗୁନାହିଁ ।

ଫୋନର ଲୋକେସନ୍ ମିଳିଲା ଆଗ୍ରାରେ :-

ଅପହରଣକାରୀ ମୋବାଇଲ ତ ବନ୍ଦ କରି ଦେଇଥିଲା, କିନ୍ତୁ ପୋଲିସ ହ୍ଵାଟସଆପ କଲ୍ ମାଧ୍ୟମରେ ଲଗାତାର ପଇସା ମାଗୁଥିଲା । ପୋଲିସ ଅଧିକ ଯାଞ୍ଚ କରିବାରୁ ଜଣାପଡ଼ିଲା ଯେ ଫୋନର ଲୋକେସନ୍ ଆଗ୍ରାରେ ଦେଖାଇଲା । 24 ଏବଂ 25 ତାରିଖ ରାତି 1 ଟାରେ ପୋଲିସକୁ ଆଗ୍ରା ଲୋକେସନ୍ ମିଳିବା ପରେ ତୁରନ୍ତ ଆଗ୍ରା ବାହାରିଲା । ପୋଲିସ ଆଗ୍ରାର ସେହି ଲୋକେସନରେ ପହଞ୍ଚିଲା, ଯେଉଁଠାରୁ ସେହି କଲର ଲୋକେସନ୍ ଆସୁଥିଲା ।

ଦିଲ୍ଲୀ ପୋଲିସ ସେହି ଅଞ୍ଚଳର ପ୍ରାୟ 50 ଟି ହୋଟେଲକୁ ଖୋଜାଖୋଜି କରିଥିଲା, ଯେଉଁ ସମୟରେ 24 ତାରିଖ ରାତିରେ ସେହି ଝିଅ ଗୋଟିଏ ହୋଟେଲରେ ଚେକ୍ ଇନ କରିଥିବାର ଜଣାପଡ଼ିଲା । ପୋଲିସ ଯେତେବେଳେ ହୋଟେଲର ରିସେପ୍ସନ ର ସିସିଟିଭି ଫୁଟେଜ ଚେକ୍ କଲା, ସେତେବେଳେ ପୋଲିସ ଦେଖିଲା ଯେ ଯୁବତୀ ଏକୁଟିଆ ସେଠାରେ ପହଂଚିଥିଲେ । ଏହାପରେ ପୋଲିସ ହୋଟେଲ ରୁମରେ ପହଞ୍ଚି ପୋଲିସ ଯୁବତୀଙ୍କୁ ହେପାଜତକୁ ନେଇ ପଚରାଉଚରା କଲା ।

ପଚରାଉଚରା ସମୟରେ ଯୁବତୀ କହିଲେ ଯେ ତାଙ୍କର ନିଜ ଇଚ୍ଛା ପୂରଣ କରିବାପାଇଁ ବହୁତ୍ ପଇସା ଦରକାର୍ ଥିଲା । ଅନେକ ଲୋକଙ୍କ ଠାରୁ ସେ ଋଣ ମଧ୍ୟ ନେଇଥିଲେ, ଯାହା ସୁଝିବାର ଥିଲା । ତେଣୁ ସେ ନିଜର ଅପହରଣର ମିଛ କାହାଣୀ ତିଆରି କଲେ । ନିଜେ ଆଗ୍ରାରେ ପହଞ୍ଚିଲେ ଏବଂ ଘରଲୋକଙ୍କୁ ନିଜ ଫଟୋ ପଠାଇଲେ । କେବଳ ଏତିକି ନୁହେଁ, ଭଏସ କଲିଙ୍ଗ ଆପ ମାଧ୍ୟମରେ ନିଜ ସ୍ୱର ବଦଳାଇ ସେ ଘର ଲୋକଙ୍କ ସହିତ ନିଜେ କଥା ହୋଇଥିଲେ । ଏହାପରେ ପୋଲିସ ସେହି ଯୁବତୀଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ଏବଂ ଜବରଦସ୍ତି କିଡନାପ କେସ କରି ଯୁବତୀଙ୍କୁ ଗିରଫ କଲା ।

odia sambada
Comments (0)
Add Comment