ପୁଅର ଛୋଟ ଭୁଲ ପାଇଁ ବାପାଙ୍କୁ ମିଳିଲା ଆର୍ଥିକ ଦଣ୍ଡ । ଆଉ ଅର୍ଥର ପରିମାଣ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋଶ୍

ତେବେ ବନ୍ଧୁଗଣ ନିକଟରେ ଦେଖିବାକୁ ମିଳିଛି ଯେ ପୁଅ ଅଜାଣତରେ କରି ଦେଇଥିବା ଏକ ଭୁଲ୍ ପାଇଁ ବାପାକୁ ମିଳିଲା ଦଣ୍ଡ ଆଉ ଦେବାକୁ ପଡ଼ିଲା ଆର୍ଥିକ କ୍ଷତିପୂରଣ । ତେବେ ବହୁତ ଥର ଦେଖାଯାଇଛି କି ଏପରି ଦୁର୍ଘଟଣା ବହୁତ ଲୋକଙ୍କ ସହ ହୋଇ ଆସିଛି । ଏବଂ ଏପରି ହେବା ଟା ସ୍ଵାଭାବିକ କଥା ମଧ୍ୟ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କିନ୍ତୁ ପୁଅ ପାଇଁ ତାର ବାପାର ଯାହା କ୍ଷତି ହେଲା ତାହା ହେଉଛି ଚକିତ ହେବା କଥା ।

ପୁଅ ଭୁଲରେ ଭାଙ୍ଗି ଦେଇଥିବା ଜିନିଷର ଦାମ୍ ଜାଣିବା ପରେ ଯୁବକ ଜଣଙ୍କର ହୋସ ଉଡିଯାଇଥିଲା ହେଲେ ସେ କିନ୍ତୁ ମୂର୍ଚ୍ଛିତ ହେବାରୁ ବଞ୍ଚି ଯାଇଥିଲେ । ତେବେ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ହଂକଂ ସହରର ମୋଙ୍ଗ କୋକ୍ ସ୍ଥିତ ଲାଙ୍ଗହମ୍ ଖେଳନା ଦୋକାନରେ । ଯାହାର ଭିଡ଼ିଓ ଓ ଫୋଟ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ସୂଚନା ମୁତାବକ ଛୋଟ ପିଲାଟି ନିଜ ବାପା ମା ସହିତ ଲାଙ୍ଗହମ୍ ଖେଳନା ଦୋକାନରେ ବୁଲୁଥିଲା । ଆଉ ହଠାତ୍ ଦୋକାନର ଭିଡ଼ରୁ ରକ୍ଷା ପାଇବା ପାଇଁ ଭୁଲବଶତଃ ପିଲାଟିର ପିଠି ସେଠାରେ ଥିବା ଏକ ବିଶାଳ ଟେଲିଟୁବି ପ୍ରତିମୂର୍ତ୍ତିରେ ବାଜି ଯାଇଥିଲା ଫଳରେ ତଳେ ଖସିପଡି ମୂର୍ତ୍ତିଟି ଭାଙ୍ଗି ଯାଇଥିଲା ।

ସିସିଟିଭି ଫୁଟେଜ ରେ ଯାହା ଦେଖିବାକୁ ମିଳିଛି ସେଥିରୁ ଜଣା ପଡୁଛି ଯେ ପିଲାଟି ସେ ମୂର୍ତ୍ତିକୁ ଭାଙ୍ଗିବାରୁ ବଞ୍ଚାଇବା ପାଇଁ ଧରିବାକୁ ବହୁତ ଚେଷ୍ଟା କରିଥିଲା ହେଲେ ବିଫଳ ହୋଇଥିଲା । ତେବେ ଖେଳନା ଦୋକାନର କର୍ମଚାରୀମାନେ ମୂର୍ତ୍ତି ଭାଙ୍ଗିବାର ଅଭିଯୋଗ ଛୋଟ ପିଲାଟି ଉପରେ ଲଗାଇଲେ । ଫଳରେ ପିଲାଟିର ବାପା ମା ସହିତ ଦୋକାନୀ ମାଲିକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଗଲା ଆଉ ଶେଷରେ କ୍ଷତିପୂରଣ ବାବଦକୁ ପିଲାଟିର ବାପାକୁ ଚୀନ୍ ମୁଦ୍ରାରେ ୩୦,୦୦୦ ଡଲାର ଅର୍ଥାତ୍ ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କାର କ୍ଷତପୂରଣ ଦେବାକୁ ପଡ଼ିଥିଲା ।

ପରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପିଲାଟି ଉଦ୍ଦେଶ୍ୟ ମୂଳକ ଭାବରେ କରିନଥିବାରୁ ଲୋକମାନେ ଆଉ ପିଲାର ବାପା ଏହାକୁ ନିନ୍ଦା କରିଛନ୍ତି । ସେମିତି ସାଧାରଣତଃ ଦେଖାଗଲେ ଏପରି ଘଟଣା ଘଟିବା ଟା କୌଣସି ବଡ଼ କଥା ନୁହେଁ, ଜିନିଷ ଭାଙ୍ଗିଯିବାର ଘଟଣା ମଧ୍ୟ ଏହା ପ୍ରଥମଥର ହୋଇନାହିଁ । ତେବେ ଏହିପରି ଛୋଟ ପିଲାଟିକୁ ଦୋଷ ଦେଇ ଟଙ୍କା ନେବାଟା ଗ୍ରହଣୀୟ ନୁହେଁ ।

odia sambada
Comments (0)
Add Comment