ଆସିଲା ଚାଞ୍ଚଲ୍ୟକର ଖବର : ଦାଉଦ୍ ନିଜ ଭାଇ ଏବଂ ଭଉଣୀଙ୍କୁ ପ୍ରତି ମାସରେ ପଠାନ୍ତି ୧୦ ଲକ୍ଷ ଟଙ୍କା !

ବରିଷ୍ଠ ଜାତୀୟତାବାଦୀ କଂଗ୍ରେସ ପାର୍ଟି ନେତା ନବାବ ମଲିକ ଅର୍ଥ/ଟଙ୍କା ହେରଫେର ମାମ-ଲାର ତ-ଦ-ନ୍ତ ଜା-ରି ରହିଛି ।ଏହି ମାମ-ଲାର ଯାଞ୍ଚ ବେଳେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମଙ୍କ ବିଷୟରେ ଅନେକ ଚାଞ୍ଚଲ୍ୟକର ଘଟ-ଣାର ଖୁଲାସା ହୋଇଛି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ପଚ-ରାଉଚରା ବେଳେ ଜଣେ ସାକ୍ଷୀ ଖୁଲାସା କରିଛନ୍ତି ଯେ ଦାଉଦ ପ୍ରତି ମାସରେ ନିଜ ଭାଇ ଭଉଣୀ ମାନଙ୍କୁ ୧୦ ଲକ୍ଷ ଟଙ୍କା ପଠାନ୍ତି ।

ଟାଇମ୍ସ ଅଫ୍ ଇଣ୍ଡିଆର ରି-ପୋ-ର୍ଟ ଅନୁସାରେ ଖାଲିଦ ଉସମାନ ଶେଖ ଇଡିଙ୍କୁ କହିଛନ୍ତି, ଇକବାଲ କାସକର ମୋତେ କହିଥିଲେ ଯେ ଦାଉଦ ନିଜ ଲୋକଙ୍କ ମାଧ୍ୟମରେ ଟଙ୍କା ପଠାଉଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କୁ ମଧ୍ୟ ପ୍ରତି ମାସରେ ୧୦ ଲକ୍ଷ ଟଙ୍କା ମିଳିବ । କିଛି ଥର ସେ ମୋତେ ବିପୁଳ ନଗଦ ଟଙ୍କା ଦେଖାଇ କହିଥିଲେ ଯେ ସେ ଦାଉଦ ଭାଇଙ୍କଠାରୁ ଟଙ୍କା ପାଇଛନ୍ତି ।

କାସକରଙ୍କ ପିଲାଦିନର ବନ୍ଧୁ ଖାଲିଦ୍ ଙ୍କ ଭାଇ ଥିଲେ ଏବଂ ସେ ଦାଉଦର ଭଉଣୀ ହସିନା ପାରକର ଡ୍ରାଇଭର ଓ ବଡିଗାର୍ଡ ସଲିମ ପଟେଲଙ୍କୁ ଜାଣିଥିଲେ । ଗ୍ୟାଙ୍ଗ ୱାରରେ ଖାଲିଦଙ୍କ ଭାଇଙ୍କର ମୃ-ତ୍ୟୁ ହୋଇଥିଲା । ଖାଲିଦ ଇଡିଙ୍କୁ କହିଛନ୍ତି ଯେ ପଟେଲ ତାଙ୍କୁ ଥରେ କହିଥଲେ ଯେ ସେ ହସିନାଙ୍କ ସହ ଦାଉଦଙ୍କ ନାମରେ ଟଙ୍କା ବସୁଲି କରୁଛନ୍ତି ।

ଇଡି ଅଭିଯୋଗ କରିଛି ଯେ ହାସିନାଙ୍କ ସହ ପଟେଲ ମଧ୍ୟ ମୁମ୍ବାଇର କୁର୍ଲାସ୍ଥିତ ଗୋଆୱାଲା ପରିସରକୁ ବେଆ-ଇନ ଭାବେ ଜ-ବତ କରିଛନ୍ତି, ଯାହା ପରେ ସେମାନେ ମଲିକ ପରିବାରକୁ ବିକ୍ରି କରିଥିଲେ ।ରି-ପୋ-ର୍ଟ ଅନୁସାରେ, କାସକର ଏବଂ ହସିନାଙ୍କ ପୁଅ ଆଲିଶାଙ୍କ ସମେତ ଅନେକ ସାକ୍ଷୀ କହିଛନ୍ତି ଯେ ଦାଉଦ ପାକିସ୍ତାନ ରେ ଅଛନ୍ତି । କାସକର କହିଥିଲେ, ‘ତାଙ୍କ ପତ୍ନୀଙ୍କ ନାମ ମେହଜାବିନ । ତାଙ୍କର ପାଞ୍ଚଟି ସନ୍ତାନ ଅଛନ୍ତି ।

ଗୋଟିଏ ପୁଅର ନାମ ମୋଇନ୍ । ତାଙ୍କର ସମସ୍ତ ଝିଅ ବିବାହିତ । ତାଙ୍କ ପୁଅ ମଧ୍ୟ ବିବାହିତ । କାସକର ଏହା କହିଥିଲେ ଯେ ୧୯୯୩ ବମ୍ବେ ବିସ୍ଫୋ-ରଣରେ ଅଭି-ଯୁକ୍ତ ଆନିସ୍ ମଧ୍ୟ ପାକିସ୍ତାନରେ ରହୁଛନ୍ତି ।ଅଲିସାହ ଇଡିଙ୍କୁ କହିଥିଲେ, ମୁଁ ପରିବାର ସଦସ୍ୟଙ୍କଠାରୁ ଏବଂ ଉତ୍ସ ଙ୍କ ଠାରୁ ଶୁଣିଛି ଯେ ଦାଉଦ କରାଚିରେ ଅଛନ୍ତି ଇଦ୍, ଦିୱାଲୀ ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀରେ ମେହଜାବିନ ମୋ ପତ୍ନୀ ଏବଂ ମୋ ଭଉଣୀମାନଙ୍କ ସହ ଯୋଗାଯୋଗ କରୁଥିଲେ ।

odia sambada
Comments (0)
Add Comment