ମଙ୍କିପକ୍ସ ରୁ ରକ୍ଷା ପାଇବା ପାଇଁ ଯୌନ ସମ୍ବନ୍ଧ ସୁରକ୍ଷିତ ଜରୁରୀ, ଏମିତି ଟୀକାକରଣ କୁ ନେଇ ଜାରୀ କଲା WHO

ବିଶ୍ବର ଅନେକ ସ୍ଥାନରେ ମଙ୍କିପକ୍ସ ର ମାମଲା ସାମନାକୁ ଆସିବା ପରେ ତତ୍ପର ହୋଇଉଠିଛି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ତରଫରୁ ସୂଚନା ମିଳିଛି ଯେ ମଙ୍କିପକ୍ସକୁ ରୋକିବା ପାଇଁ ହେଲେ ସେମିତି କୋରୋନା ଭଳିଆ କିଛି ବି ଟୀକାକରଣ ର ଦରକାର ନାହିଁ, ବରଂ ତା ପାଇଁ ସୁରକ୍ଷିତ ଯୌନ ସମ୍ବନ୍ଧ ରଖିବା ସୋହୋ ନିଜକୁ ଯଦି ସଫା ସୁତୁରା ରଖିବା ତାହାଲେ ଏହି ରୋଗ ଉପରେ ଲଗାମ ଲଗାଇବାରେ ଆମେ ସକ୍ଷମ ହେବା । WHO କହିଛି ଯେ ମଙ୍କିପକ୍ସ ରୁ ରକ୍ଷା ପଇବା ପାଇଁ କୌଣସି ତତକାଳ ଟୀକାକରଣ ର ଦରକାର ନାହିଁ,କି ଆଣ୍ଟି ଭାଇରାଲ ଟ୍ରିଟ୍‌ମେଣ୍ଟର କୌଣସି ଆବଶ୍ୟକ ନାହିଁ । ୧୯୫୮ ରେ ମଙ୍କିପକ୍ସ ପ୍ରଥମେ ଆଫ୍ରିକା ରେ ଚିହ୍ନଟ ହୋଇଥିଲା, ଆଉ ଏହାକୁ ଏଣ୍ଡାମିକ୍‌ ଘୋଷିତ କରାଯାଇଥିଲା ।

ସୂଚନାଯୋଗ୍ୟ ଆମେରିକାରେ ମେ’୧୮ ରେ ମଙ୍କିପକ୍ସ ର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ପୀଡିତ ବ୍ୟକ୍ତି ମୈସାଚୁସେଟ୍ସର ବାସିନ୍ଦା ହୋଇଥିବାବେଳେ କିଛି ଦିନ ହେବ ସେ କାନାଡା ଯାଇଥିଲେ । ଏବେ ଆମେରିକାରେ ମଙ୍କୀପକ୍ସ ରୋଗକୁ ରୋକିବା ପାଇଁ ୧୮ ରୁ ଅଧିକ ବର୍ଷର ଲୋକ ଙ୍କୁ ଟୀକାକରଣ କରାଯାଉଛି ।ଏଥି ସହିତ ଦୁର୍ବଳ ଇମ୍ମୁନି ସିଷ୍ଟମ୍ ଲୋକଙ୍କୁ ମଧ୍ୟ ଟୀକାକରଣ କରାଯାଉଛି, H I V ସଂକ୍ରମିତ ରୋଗୀ ଙ୍କୁ ମଧ୍ୟ ଟୀକାକରଣ କରାଯାଉଛି। ଆମେରିକା ଓ ଇଉରୋପରେ ଅନେକ ମଙ୍କିପକ୍ସ ର ମାମଲା ସାମ୍ନାକୁ ଆସିଛି,ଆଉ ମୁଖ୍ୟ କଥା ଏହା ଯେ ଏମାନଙ୍କ ମଧ୍ୟରୁ କେହି ବି ଆଫ୍ରିକା ଯାତ୍ରା କରିନାହାନ୍ତି ।

WHO କହିଛି କି, ଏ ପର୍ଯ୍ୟନ୍ତ ଭାଇରସ୍‌ ବ୍ୟାପିବାର ପ୍ରକୃତ କାରଣ କଣ ଜଣାପଡ଼ି ନାହିଁ। କିନ୍ତୁ ଆଶ୍ୱସ୍ତିକର କଥା ହେଉଛି, ବର୍ତ୍ତମାନ ଭାଇରସ୍‌ ଦ୍ରୁତ ଗତିରେ ମାଡ଼ିବାର କୌଣସି ଚାନ୍ସ ନାହିଁ।ୟୁରୋପରେ WHO ପ୍ୟାଥୋଗେନ୍‌ ଥ୍ରେଟ୍‌ ଟିମ୍‌ର ସଦସ୍ୟ ରିଚାର୍ଡ ପେବୋଜି କହିଛନ୍ତି ଯେ ଭାଇରସ୍‌ରୁ ରକ୍ଷା ପାଇବା ପାଇଁ କନ୍‌ଟାକ୍ଟ ଟ୍ରେସିଙ୍ଗ୍‌ ଏବଂ ଆଇସୋଲେସନ ଜରୁରୀ। ଏଥି ସହିତ ମଙ୍କିପକ୍ସ ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟା ପୂର୍ବରୁ ହଁ ସାମ୍ନାକୁ ଆସି ସାରିଛି। ସେ କହିଛନ୍ତି, ଏହି ଭାଇରସ୍‌ ସମସ୍ତଙ୍କୁ ନୁହେଁ, କିନ୍ତୁ ଅଧିକାଂଶ ମାମଲାରେ ପୁରୁଷ, ପୁରୁଷଙ୍କ ସହିତ ସମ୍ବନ୍ଧ ରଖିବା ଦ୍ୱାରା ବ୍ୟାପିଥାଏ

ଏହାପରେ ସଙ୍ଗଠନ କହିଛି ଯେ ରୋଗର ବିସ୍ତାରକୁ କମ୍‌ କରିବା ପାଇଁ ଲଗାତାର ସେକ୍ସୁଆଲ ସ୍କ୍ରିନିଙ୍ଗ୍‌ ଏବଂ ମେଡିକାଲ ପରାମର୍ଶ ନେବାର ଆବଶ୍ୟକତା ରହିଛି। ମଙ୍କିପକ୍ସ ଏକ ଦୁର୍ଲ୍ଲଭ ରୋଗ, ଯାହା କି ସାଧାରଣ ଫ୍ଲୁ ଭଳି ହୋଇଥାଏ। ଏହା ମୁହଁ ଏବଂ ଶରୀରରେ ବଡ଼ ବଡ଼ ଫୋଟକା ଭଳି ବାହାରିଥାଏ। ଅଧିକାଂଶ ମାମଲାରେ ସଂକ୍ରମଣ ୨ ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହିଥାଏ। ତାହାଲେ WHO କହିବା ଅନୁସାରେ ଯଦି ଜଣେ ସୁରକ୍ଷିତ ଯୌନ ସମ୍ବନ୍ଧ ରଖୁଛି ତାହାଲେ ମଙ୍କିପକ୍ସ ରୋଗ ହେବାର ଆଶଙ୍କା ବହୁତ୍ କମ୍।

odiasambada
Comments (0)
Add Comment