କୋଚିଂରେ ଏକାଠି ପଢ଼ୁଥିଲେ ମାଇଁ ଓ ଭଣଜା, ଉଭୟଙ୍କ ମଧ୍ୟରେ ପ୍ରେମ ହେବାପରେ କରିଦେଲେ ଏମିତି କାରନାମା

ବିହାରର ମୁଜାଫରପୁର ଜିଲ୍ଲାରେ ଏକ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ମାଇଁ ଓ ଭଣଜା ଗୋଟିଏ କୋଚିଂ ସେଣ୍ଟରକୁ ପଢିବାପାଇଁ ଯାଆନ୍ତି। ସେହିଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ଥାନାରେ ପରସ୍ପରକୁ ବିବାହ କଲେ। ଝିଅ ଘର ପକ୍ଷ ଏଥିରେ ନାରାଜ ହୋଇ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ କହିଥିଲେ। ସେପଟେ ପରିଜନଙ୍କ ସହିତ ସାଧାରଣ ଲୋକ ମଧ୍ୟ ଏହି ବାହାଘର ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ବିହାରରେ ଏକ ଅଭୁତ ପ୍ରେମ ମାମଲା ସାମ୍ନାକୁ ଆସିଛି। କଥା ଏହାକି ଯେ, ଓରାଇ ଥାନାର ଏକ ଯୁବକ ନିଜ ମାଇଁଙ୍କୁ ହିଁ ପ୍ରେମ କରି ବସିଲା। ଦୁହେଁ କୋଚିଂରେ ଏକାଠି ପଢ଼ୁଥିଲେ ଓ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଗଲା। ଏହାପରେ ଉଭୟ ବିବାହ କରିବାକୁ ଭାବିଥିଲେ ଓ ଫେରାର ହୋଇଥିଲେ। ଝିଅର ପିତା ଅପହରଣ ମାମଲା ଥାନାରେ ରୁଜୁ କରିଥିଲେ କିନ୍ତୁ କିଛିଦିନ ପରେ ଯୁବକ-ଯୁବତୀ ଥାନାକୁ ଆସି ପ୍ରେମ ସମ୍ପର୍କ ଜାହିର କଲେ ଓ ମ୍ୟାରେଜ ମଧ୍ୟ କରିଥିଲେ।

ପ୍ରେମୀ ଯୁଗଳ ଅଚାନକ ଥାନାରେ ପହଞ୍ଚିବା ପରେ ପୋଲିସ ସେମାନଙ୍କ ପରିଜନଙ୍କୁ ଡ଼କାଇଥିଲେ ଓ ଏହାପରେ ଉଭୟ ସାବାଳକ ଥିବାରୁ ପୋଲିସ ସେମାନଙ୍କ ପରିଜନଙ୍କୁ ମଧ୍ୟ ବୁଝାଇଥିଲେ କିନ୍ତୁ ଝିଅ ଘର ମାନିବାକୁ ନାରାଜ ଥିଲେ। ଝିଅଟିର ପିତା ଝିଅ ସହ ସବୁ ସମ୍ପର୍କ ଛିନ୍ନ କରିଥିଲେ ଓ ସେମାନଙ୍କର ବିବାହ ବିଧିବଦ୍ଧ ଭାବରେ ଥାନାରେ ହୋଇଥିଲା ଓ ପୁଅ ଘର ଲୋକେ ସେମାନଙ୍କୁ ଘରକୁ ନେଇଥିଲେ।

କୁହାଯାଉଛି ଝିଅ ସରିତା କୁମାରୀ ସମ୍ପର୍କରେ ଯୁବକ ଆଖିଲେଶ ର ମାଇଁ ହେବ। କିନ୍ତୁ ପ୍ରେମରେ ସେମାନେ ଏହି ସମ୍ପର୍କକୁ ଅଣଦେଖା କରି ବିବାହ କଲେ। ସାତଦିନ ପୂର୍ବରୁ ଝିଅର ପିତା ଅପହରଣ କେସ ରୁଜୁ କରିଥିଲେ କିନ୍ତୁ ଝିଅ ନିଜେ ଆସି କହିଥିଲା କି, ସେ ସାବାଳିକା ଅଟେ ଓ ନିଜ ଇଛା ଅନୁସାରେ ବିବାହ କରିପାରିବ।

odiasambada
Comments (0)
Add Comment