LIC ଏଜେଣ୍ଟ ସ୍ତ୍ରୀ ବୀମାର 15 ଲକ୍ଷ ଟଙ୍କା ହଡ଼ପ କରିବାପାଇଁ ସ୍ବାମୀଙ୍କୁ ମାରିଦେଲା, ଏହିପରି ହେଲା ଘଟଣାର ଖୁଲାସା

ପଞ୍ଜାବର ଅମୃତସରରୁ ସମ୍ପର୍କକୁ କଳଙ୍କିତ କରିଦେବାର ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସ୍ତ୍ରୀ ଇନ୍ସ୍ୟୁରାନ୍ସ ପଲିସିର ପଇସା ହଡ଼ପ କରିବାପାଇଁ ସ୍ୱାମୀର ହତ୍ୟା କରିଦେଲା । ପୋଲିସ ଗିରଫ କରିବାପରେ ମହିଳା କହିଛନ୍ତି ଯେ ତାଙ୍କ ସ୍ଵାମୀ ବହୁତ୍ ଦିନ ଧରି ରୋଗରେ ପଡ଼ିଥିଲେ, ଯେଉଁ କାରଣରୁ ଘର ଚଳାଇବା ପାଇଁ ବହୁତ୍ ଅସୁବିଧା ହେଉଥିଲା । ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ଉଠାଇବା ମଧ୍ୟ କଷ୍ଟକର ହୋଇପଡୁଥିଲା ।

ଡିଏସପି ସୁଖବିନ୍ଦରପାଲ ସିଂହ କହିଛନ୍ତି ଯେ ମେ 5 ତାରିଖ ସକାଳେ ମଞ୍ଜିତ୍ ସିଂହ ନିଜ ସ୍ତ୍ରୀ ନରିନ୍ଦର୍ କୌରଙ୍କ ସହିତ ଔଷଧ ଆଣିବାପାଇଁ ବ୍ୟାସ ହସ୍ପିଟାଲ୍ ଯିବାକୁ ବାହାରିଥିଲେ । ଏହାପରେ ତାଙ୍କର ରକ୍ତ ଯୁଡୁବୁଡୁ ଶବ ଡେହରିବାଲ୍ ରାସ୍ତା ଉପରେ ପଡିଥିବାର ମିଳିଲା । ତାଙ୍କ ସ୍ତ୍ରୀ ମଧ୍ୟ ଆହତ ଅବସ୍ଥାରେ ଥିଲେ । ଶବକୁ ପୋଷ୍ଟମର୍ଟମ ପାଇଁ ପଠାଗଲା । ଆହତ ସ୍ତ୍ରୀକୁ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଇଲା । ଏହାପରେ ମାମଲାର ଯାଞ୍ଚ ଆରମ୍ଭ କରାଗଲା ।

ଯାଞ୍ଚରେ ପୋଲିସ ଜାଣିପାରିଲା ଯେ ମଞ୍ଜିତ ସିଂହ ଗତ 20 ବର୍ଷ ଧରି ବହୁତ୍ ରୋଗରେ ପୀଡିତ ରହିଥିଲେ । ତାଙ୍କର ବ୍ୟାସର ଗୋଟିଏ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ଯେଉଁ କାରଣରୁ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ଏବଂ ଘର ଖର୍ଚ୍ଚ ବହୁତ୍ କଷ୍ଟରେ ଉଠାଇବାକୁ ପଡୁଥିଲା । ଏହି କାରଣରୁ ସ୍ବାମୀ – ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟତଃ ଝଗଡା ହେଉଥିଲା ।

ମୃତକଙ୍କ ସ୍ତ୍ରୀ ଏଲଆଇସି ଏଯେଣ୍ଟ ଥିଲେ । ସେ ନିଜ ସ୍ୱାମୀର 15 ଲକ୍ଷ ଟଙ୍କାର ବୀମା କରିଥିଲେ । ସେ ନିଜେ ନୋମିନୀ ମଧ୍ୟ ଥିଲେ । ଏପରି ପରିସ୍ଥିତିରେ ତାଙ୍କ ମୁଣ୍ଡକୁ ଆଇଡିଆ ଆସିଲା ଯେ ଯଦି ସ୍ଵାମୀଙ୍କର ହତ୍ୟା ହୋଇଯାଏ, ତେବେ ବୀମା ଟଙ୍କା ତାଙ୍କୁ ମିଳିଯିବ । ଏହାପରେ ସେ ନିଜ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ପ୍ଲାନ୍ ଆରମ୍ଭ କରିଦେଲେ । ଦିନେ ସେ ନିଜ ସ୍ବାମୀଙ୍କୁ ଔଷଧ ପାଇଁ ହସପିଟାଲକୁ ନେଇଗଲେ ଏବଂ ରାସ୍ତାରେ ନିଜ ପ୍ଲାନ୍ ଅନୁଯାୟୀ ଘଟଣା ଘଟାଇଲେ ।

ଡିଏସପି ସୁଖବିନ୍ଦରପାଲ ସିଂହ କହିଛନ୍ତି ଯେ ସ୍ଵାମୀଙ୍କ ହତ୍ୟା ଆରୋପରେ ମହିଳାଙ୍କୁ ଗିରଫ କରିନେଇଛି । ମାମଲାର ପରବର୍ତ୍ତୀ ଯାଞ୍ଚ ଜାରି ରହିଛି । ପୋଲିସକୁ ବାଟବଣା କରିବାପାଇଁ ହତ୍ୟାର ଘଟଣାକୁ ଲୁଟ ଘଟଣା ବୋଲି କୁହାଯାଇଥିଲା ।

odia sambada
Comments (0)
Add Comment