ନବମ ଶ୍ରେଣୀର ଛାତ୍ରୀଙ୍କୁ କିଡନାପ କରି ପହଞ୍ଚାଇ ଦେଲେ ରେଡଲାଇଟ ଏରିୟାରେ, ଛାତରୁ ଡେଇଁ ପଳାଇବାରୁ ପୁଣି ଦଲାଲ ମାନେ ଧରିନେଲେ

ରେଡଲାଇଟ ଏରିୟାରେ କିଡନାପ କରି ନିଆଯାଇଥିବା ନବମ ଶ୍ରେଣୀର ଛାତ୍ରୀ ଛାତରୁ ଡେଇଁ ଏହି କବଳରୁ ବାହାରକୁ ପଳାଉଥିଲେ, କିନ୍ତୁ ଦଲାଲ ମାନେ ଏ ବିଷୟରେ ଜାଣିଦେଲେ ଏବଂ ସେମାନେ ବାଇକ୍ ମାଧ୍ୟମରେ ତାଙ୍କୁ ପିଛା କରି ଧରିନେଲେ । ତାପରେ କଣ ହେଲା ଚାଲନ୍ତୁ ଆଗକୁ ଜାଣିବା ।

ଘଟଣାଟି ବିହାରର ବେଗସୁରାୟର ଅଟେ । ଏଠିକାର ବଖରିର ନଦେଇଲ ଘାଟ ରେଡଲାଇଟ ଏରିୟା କାରଣରୁ ବଦନାମ ରହିଛି । ରୋହତାସର ଜଣେ ନାବାଳିକା ଝିଅକୁ ବିକ୍ରି କରିବାପାଇଁ ଏଠାକୁ ଅଣାଯାଇଥିଲା । ଯୁବତୀ ପଳାଇ ଯାଇ ଯେକୌଣସି ପ୍ରକାରରେ ଗ୍ରାମବାସୀଙ୍କ ସାହାଯ୍ୟରେ ପୋଲିସ ପର୍ଯ୍ୟନ୍ତ ପହଞ୍ଚିଗଲା । ଏହି ମାମଲାରେ ଯାଞ୍ଚ କରିବାପାଇଁ ରବିବାର ଦିନ ଡିଏସପି ଚନ୍ଦନ କୁମାର ବଦନାମ ରେଡଲାଇଟ ଏରିୟାରେ ଚଢ଼ାଉ କଲେ । କୁହାଯାଉଛି ଯେ ଚଢ଼ାଉ ସମୟରେ ଗୋଟିଏ ଘରୁ ଆପତ୍ତିଜନକ ଜିନିଷ ମିଳିଛି ।

ଦୁଇ ମାସ ପୁର୍ବରୁ ହୋଇଥିଲେ କିଡନାପ :-

ରେଡଲାଇଟ ଏରିୟାରୁ ପଳାଇ ପୋଲିସ ହାତକୁ ଆସିଥିବା ଝିଅ କହିବା ଅନୁଯାୟୀ ସେ ନବମ ଶ୍ରେଣୀର ଛାତ୍ରୀ ଅଟେ । ଯାହାକୁ ପ୍ରାୟ ଦୁଇମାସ ପୂର୍ବରୁ ସ୍କୁଲରୁ ଯିବା ସମୟରେ ଏକୁଟିଆ ପାଇ କିଡନାପ କରାଯାଇଥିଲା । ମଣିଷ ଦେହର ସୌଦାଗର ତାଙ୍କୁ କିଶନଗଞ୍ଜରେ ରଖିଥିଲେ । ପାଞ୍ଚଦିନ ପୂର୍ବରୁ ସେଠାକାର ଦଲାଲ ତାଙ୍କୁ ବଖରି ପଠାଇ ଦେଇଥିଲେ ଏବଂ ବର୍ତ୍ତମାନ ତାଙ୍କୁ ସୀତାମଢି ପଠାଇବା ପାଇଁ ପ୍ରସ୍ତୁତି ଚାଲିଥିଲା ।

ଛାତ ଉପରୁ ଡେଇଁଲେ ଛାତ୍ରୀ :-

ଶନିବାର ଦିନ ସକାଳେ ସେ ଘରର ସବୁ ଲୋକଙ୍କୁ ଶୋଇଥିବା ଦେଖି ଛାତରୁ ଡେଇଁ ପଳାଇ ଯିବାରେ ସଫଳ ହେଲେ । ରାସ୍ତାରେ ସେହି ବଦମାସ ମାନେ ମୋଟରସାଇକେଲ ଦ୍ଵାରା ତାଙ୍କୁ ପିଛା କଲେ ଏବଂ ଧରି ନେଇଥିଲେ । କିନ୍ତୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତାଙ୍କୁ ବଦମାସ ମାନଙ୍କ ଠାରୁ ରକ୍ଷା କରାଗଲା ଏବଂ ପୋଲିସକୁ ସୂଚନା ଦେଇ ଥାନାକୁ ଅଣାଗଲା ।

ଏହି ମାମଲାରେ ଏସଡିପିଓ କହିଛନ୍ତି ଯେ ଝିଅକୁ ଯେଉଁଠାରେ ରଖାଯାଇଥିଲା, ସେ ସେହି ଘର ଏବଂ ବ୍ୟକ୍ତିଙ୍କୁ ଚିହ୍ନଟ କରିଛନ୍ତି । ଘରର ମାଲିକ ହେଉଛନ୍ତି ସଞ୍ଜୟ ଖଳିଫା । ସଞ୍ଜୟ ଚଢ଼ାଉ ସମୟରେ ନିଜ ଘରୁ ପଳାଇ ଯିବାରେ ସଫଳ ହେଲା । ଝିଅର ବାପାମାଆଙ୍କୁ ସୂଚନା ଦେଇ ଡକାଯାଇଛି । ମାମଲାର ପଞ୍ଜିକରଣ କରାଇ ମାନବ ଚୋରାଚାଲାଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆପଣଙ୍କୁ କହିରଖୁଛୁ ଯେ ଆରମ୍ଭରେ ଝିଅଟି ଘରକୁ ଯିବାକୁ ଏହା କହି ମନା କରି ଦେଇଥିଲା ଯେ ତାଙ୍କ ଘର ଲୋକେ ତାଙ୍କୁ ସ୍ବୀକାର କରିବେନାହିଁ ।

odiasambada
Comments (0)
Add Comment