୧୮ ବର୍ଷର ଯୁବତୀ ଗୋଟିଏ ମାସରେ କେମିତି କମାଇଲେ ୪୦ ଲକ୍ଷ ଟଙ୍କା, ଆସନ୍ତୁ ଏହା ବିଷୟରେ ଜାଣିବା

୧୮ ବର୍ଷୀୟ ଯୁବତୀ ଯିଏକି ପ୍ରଥମେ McDonald ରେ କାମ କରୁଥିଲେ ଓ ପରେ ସେ ebay ରେ ଟେଡ଼ି ପ୍ରଡକ୍ଟ ବିକ୍ରି କରି ବହୁତ ଲାଭ କମାଉଛନ୍ତି। ଆସନ୍ତୁ ଜାଣିବା ସେ କେମିତି ବିଜନେସ କରନ୍ତି।

ଅଷ୍ଟ୍ରେଲିଆର ମେଲବର୍ଣ ରେ ରହୁଥିବା ଓଲିଭିଆ ପେର୍କକୋ 2020 ମସିହାରେ କୋଭିଡ଼ ଆସିବା ପୂର୍ବରୁ ହିଁ eBay Store ଲଞ୍ଚ କରିଥିଲେ। କିନ୍ତୁ ମିଡ଼ 2021 ରେ ତାଙ୍କର ଅନଲାଇନ ବିଜନେସ ଗତି ହାସଲ କରିଥିଲା

ଡେଲି ମେଲ ଓଲିଭିଆ ସହିତ ଆଲୋଚନା କରିଥିଲେ ଓ ଓଲିଭିଆ କହିଥିଲେ କି, ସେ ଡ୍ରପସିପିଂ ବିଜନେସ ମଡେଲ ଆପଣାଇଛନ୍ତି। ଏଥିରେ ପ୍ରଡକ୍ଟକୁ ଆରମ୍ଭ କରିବାଠାରୁ ଗ୍ରାହକ ପାଖରେ ପହଞ୍ଚାଇବା ଯାଏଁ କାମ ହୋଇଥାଏ ଓ ଏଥିରେ କୌଣସି ପ୍ରକାରର ରିଟେଲର ଉପସ୍ଥିତ ନଥାନ୍ତି।

ଓଲିଭିଆ ଦାବି କରିଛନ୍ତି କି, ଏହି ବିଜନେସ ଜରିଆରେ ସେ ଦୁଇବର୍ଷ ଭିତରେ ପାଖାପାଖି 4 କୋଟି ଟଙ୍କା କମାଇଛନ୍ତି। ଏପରିକି ଗୋଟିଏ ମାସ ଏମିତି ଥିଲା ଯେଉଁ ମାସରେ ସେ ପ୍ରାୟ 40 ଲକ୍ଷ ଟଙ୍କା କମାଇଥିଲେ। ସେତେବେଳେ ସେ ସୋସିଆଲ ମିଡ଼ିଆରେ ସେହି ଜିନିଷକୁ ଟ୍ରାକ କରିଥିଲେ ଯେଉଁ ଗୁଡ଼ିକ ବହୁତ ବିକ୍ରି ହେଉଛି।

ପ୍ରଥମେ McDonald ରେ କାମ କରୁଥିଲେ:-

କୋଭିଡ଼ ଲକଡାଉନ ସମୟରେ ଓଲିଭିଆ ଫ୍ରି ଟାଇମରେ ଡ୍ରପସିପିଂ ବିଷୟରେ ୟୁଟ୍ୟୁବ ଭିଡ଼ିଓରୁ ଜାଣିବାକୁ ପାଇଥିଲେ। ଅନଲାଇନ ଷ୍ଟୋର ଆରମ୍ଭ କରିବା ପୂର୍ବରୁ ସେ McDonald ରେ କାମ କରୁଥିଲେ।

ଓଲିଭିଆ କହିଥିଲେ, McDonald ରେ କାମ କରିବା ମୋତେ ପସନ୍ଦ ନଥିଲା ଓ ମୁଁ ମଜା ଅନୁଭବ କରି ପାରୁନଥିଲି। ଏଥିପାଇଁ ମୁଁ ଅନଲାଇନ କେମିତି ଟଙ୍କା କମାଯାଏ ତାହାକୁ ଗୁଗଲ ରେ ସର୍ଚ୍ଚ କରିଥିଲି ଓ ମୋତେ ଡ୍ରପସିପିଂ ବିଷୟରେ ଜଣାପଡ଼ିଲା।

ପ୍ରଥମେ ଓଲିଭିଆ Shopify କୁ ଟ୍ରାଏ କରିଥିଲେ କିନ୍ତୁ ଏଥିରେ ଭଲ ସେଲସ ଦେଖିବାକୁ ମିଳିଲାନାହିଁ। ପରେ ଓଲିଭିଆ eBay କୁ ଟ୍ରାଏ କଲେ ଓ ଏଥିରେ ସେ ବିଭିନ୍ନ ପ୍ରକାର କ୍ୟାଟେଗୋରୀର ଜିନିଷ ବିକ୍ରି କରିବା ଆରମ୍ଭ କରିଥିଲେ।

ଓଲିଭିଆ eBay କୁ ଏଥିପାଇଁ ଚୟନ କରିଥିଲେ କାରଣ ସେ ଏହା ଉପରେ ଭରସା କରୁଥିଲେ ଓ ସାରା ଦୁନିଆର ଲୋକେ eBay ଉପରେ ହିଁ ଭରସା କରୁଛନ୍ତି।

ଏହି ବିଜନେସ ଜରିଆରେ ଓଲିଭିଆ ଉପଭୋଗ ଜୀବନ ଜିଉଁଛନ୍ତି ଓ ଦାମୀ ଟିକଟ ଜରିଆରେ ସେ ବିଦେଶ ଯାତ୍ରା ମଧ୍ୟ କରୁଛନ୍ତି। ବଡ଼ ବଡ଼ ହୋଟେଲ ମଧ୍ୟ ସେ ଭିଜିଟ କରୁଛନ୍ତି।

ଭବିଷ୍ୟତରେ ଓଲିଭିଆ ଏକ ଲାଭଦାୟକ ବିଜନେସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ୟୁନିଭରସିଟିରେ ମାର୍କେଟିଂ ପଢ଼ିବାକୁ ଚାହୁଁଛନ୍ତି।

odia sambada
Comments (0)
Add Comment