ପଙ୍ଖା ଠାରୁ ବି ଶସ୍ତାରେ ମିଳୁଛି କୁଲର, ଏକ ଲିଟର ପାଣିରେ ମିଳିବ ସିମଳା ପରି ଥଣ୍ଡା; ବିଜୁଳୀର ବିଲ ମଧ୍ୟ ଆସିବ କମ

ପ୍ରଚଣ୍ଡ ଗରମ ଆରମ୍ଭ ହୋଇସାରିଛି। ଗରମ ବଢିବା ମାତ୍ରେ ଏସି-କୁଲରର ମୂଲ୍ୟ ବଢିଯାଏ। ଏମିତିରେ ଆମକୁ ଅପେକ୍ଷା କରିବାକୁ ପଡେକି କେବେ ଅନଲାଇନରେ ସେଲ ଆରମ୍ଭ ହେବ ଓ ମହଙ୍ଗା କୁଲର ଶସ୍ତା ହେବ। କିନ୍ତୁ ସେଲ ବିନା ଅନେକ କୁଲର ଏମିତି ଅଛି, ଯାହାକୁ ବହୁତ ଶସ୍ତାରେ ଆପଣ କିଣିପାରିବେ। ଫ୍ଲିପକାର୍ଟରେ ଉପଲବ୍ଧ ଏହି କୁଲର କମ ବିଜୁଳୀରେ ସାନଦାର ଥଣ୍ଡା ଦିଏ। ଏହି କୁଲର ଏକ ଲିଟର ପାଣିରେ ଆପଣଙ୍କୁ ସିମଳା ପରି ଥଣ୍ଡା ପବନ ଦେବ। ଆସନ୍ତୁ ଜାଣିବା ଏହା ବିଷୟରେ…

ଏହି ପୋର୍ଟେବଲ କୁଲରର ଖାସ କଥା ହେଉଛିକି ଏହା ବହୁତ ଲାଇଟ ଓ ଷ୍ଟାଇଲିସ ଡିଜାଇନର ଅଟେ। ଏହାକୁ କିଚେନ, ଅଫିସ ଡେସ୍କ କିମ୍ୱା ବେଡରୁମରେ ଶୋଇବା ସମୟରେ ଟେବୁଲ ଉପରେ ରଖିପାରିବେ। କମ ବିଜୁଳୀରେ ଏହା ଭଲ ପବନ ଦେଇଥାଏ। ଏହି ଛୋଟ ବାକ୍ସ ପରି ଦେଖାଯାଏ। କିନ୍ତୁ ପବନ ଦେବା ମାମଲାରେ ବଡ ବଡ କୁଲରକୁ ପଛରେ ପକାଇଦିଏ।

Dresszon 3.99 L Room/Personal Air Cooler ଅତିକମ ବିଜୁଳୀରେ ଭଲ ପବନ ଦିଏ। ଏହାକୁ ୟୁଏସବି ସାହଯ୍ୟରେ ମଧ୍ୟ ବ୍ୟବହାର କରିହେବ। ଏଥିରେ ତିନୋଟି ମୋଡ ଅଛି, ଗୋଟିଏ ଲୋ, ଦ୍ୱିତୀୟ ମିଡିୟମ ଓ ତୃତୀୟ ହାଇ ମୋଡ।

Dresszon 3.99 L Room/Personal Air Cooler ର ଲଞ୍ଚିଂ ପ୍ରାଇସ ୨,୩୦୦ ଟଙ୍କା ଅଟେ। କିନ୍ତୁ ଫ୍ଲିପକାର୍ଟ ସେଲରେ ଏହାକୁ ୧୫୪୯ ଟଙ୍କାରେ କିଣିପାରିବେ। ଏଥିରେ ପାଖାପାଖି ୪ ଲିଟରର ଷ୍ଟୋରେଜ ଅଛି। ଏହି କୁଲରର ଉଚ୍ଚତା ୧୬ ସେଣ୍ଟିମିଟର ଅଟେ। ଓ ଓଜନ ବହୁତ ହାଲୁକା ଅଟେ।

odia sambada
Comments (0)
Add Comment