ଦେଶବାସୀଙ୍କୁ ମିଳିଲା ଆଶ୍ବସ୍ତି : ପେଟ୍ରୋଲ ଓ ଡିଜେଲ୍ ପରେ ଏବେ ତଳକୁ ଖସିଲା ଖାଇବା ତେଲ,୪୦ ଟଙ୍କା କମିଲା ସୋରିଷ ତେଲ ଦର

ପେଟ୍ରୋଲ ପରେ ଏବେ କମିଲା ଖାଇବା ତେଲ । ଖାଇବା ତେଲ ଉପରୁ ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର । ପାମୋଲିନ, ସୋୟାବିନ, ସୂର୍ଯ୍ୟମୁଖୀ ତେଲ ଆଦିରୁ ଶୁଳ୍କ କମାଯାଇଥିବା ନେଇ ସୂଚନା ମିଳିଛି । ସୂଚନା ଦେବା ଯୋଗ୍ୟଯେ ପୂର୍ବରୁ କେନ୍ଦ୍ର ସରକାର ଶୁଳ୍କ ହ୍ରାସ କରିବା ପରେ ରାଜ୍ୟ ସରକାର ବି ଶୁଳ୍କ କମାଇଥିଲେ ।

ତିନି ଖାଇବା ତେଲରୁ ଆମଦାନୀ ଶୁଳ୍କକୁ ୨.୫ ପ୍ରତିଶତରୁ ହ୍ରାସ କରାଯାଇ ଶୂନକୁ ଅଣାଯାଇଛି ।ପେଟ୍ରୋଲ୍ ଲିଟର ପିଛା ୮ ଟଙ୍କା ଏକ୍ସସାଇଜ୍ ଡ୍ୟୁଟି ହ୍ରାସ ହୋଇଥିବାବେଳେ ଡିଜେଲ୍ ଲିଟର ପିଛା ୬ ଟଙ୍କା ଏକ୍ସସାଇଜ୍ ଡ୍ୟୁଟି ହ୍ରାସ ହୋଇଛି। ଅଶୋଧିତ ସନ୍‌ଫ୍ଲାୱାର ଅଏଲ୍‌ ମୁଖ୍ୟତଃ ୟୁକ୍ରେନ ଓ ରୁଷିଆରୁ ଆମଦାନି କରାଯିବା ପରେ ତାହାକୁ କଂପାନିର କାକିନାଡା ଓ କ୍ରିଷ୍ଣାପଟ୍‌ନମ୍‌ରେ ଥିବା କାରଖାନାରେ ବିଶୋଧନ କରାଯାଏ। ବିଶ୍ବ ବଜାରରେ ଦାମ୍‌, ବୈଦେଶିକ ମୁଦ୍ରା ଦର, ଆମଦାନି ଶୁଳ୍କ, ପରିବହନ ଏବଂ ମାନୁଫାକ୍‌ଚରିଂ ଖର୍ଚ୍ଚ ଆଦି ହିସାବକୁ ନେଇ କଂପାନି ଏହାର ବିକ୍ରି ମୂଲ୍ୟ ନିର୍ଧାରଣ କରିଥାଏ।

ଏବେ ଘଣା ସୋରିଷ ତେଲ ଦର ତଳକୁ ଖସିଛି। ଇଣ୍ଡୋନେସିଆ ରପ୍ତାନି ଆରମ୍ଭ କରିବାରୁ ଘଣା ସୋରିଷ ତେଲ ଦର ପ୍ରାୟ ୪୦ ଟଙ୍କା କମ ହୋଇଛି।ବିଶ୍ବ ବଜାରରେ ଦାମ୍‌, ବୈଦେଶିକ ମୁଦ୍ରା ଦର, ଆମଦାନି ଶୁଳ୍କ, ପରିବହନ ଏବଂ ମାନୁଫାକ୍‌ଚରିଂ ଖର୍ଚ୍ଚ ଆଦି ହିସାବକୁ ନେଇ କଂପାନି ଏହାର ବିକ୍ରି ମୂଲ୍ୟ ନିର୍ଧାରଣ କରିଥାଏ। ଚଳିତ ବର୍ଷ ପ୍ରାରମ୍ଭିକ ମାସଗୁଡ଼ିକରେ ବିଭିନ୍ନ କାରଣ ଯୋଗୁଁ ସନ୍‌ଫ୍ଲାୱାର ଅଏଲ୍‌ର ଲିଟର ପିଛା ଦାମ୍ ୧୮୦ ଟଙ୍କାକୁ ବୃଦ୍ଧି ପାଇଥିଲା।

ଭାରତ ସରକାର ଟିକସ ହ୍ରାସ ଭଳି ପଦକ୍ଷେପ ଗ୍ରହଣ କରିବାରୁ ତାହା ଫ୍ରିଡମ୍‌ ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲ୍‌ର ମୂଲ୍ୟ ହ୍ରାସ କରିବାରେ ସହାୟକ ହୋଇଥିଲା। ଏବେ ଏହି ତେଲ ଲିଟର ପିଛା ୧୪୦ ଟଙ୍କା କିମ୍ବା ତା’ଠାରୁ କମ୍ ଦାମ୍‌ରେ ଉପଲବ୍ଧ ହେଉଛି।ଏହା ସହ ସୋରିଷ ଦାଦ୍ରି ତେଲ କ୍ୱିଣ୍ଟାଲ ପିଛା ୨୫୦ ଟଙ୍କା କମ ହୋଇ ୧୫,୦୫୦ଟଙ୍କାକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ, ଘଣା ସୋରିଷ ତେଲ ଦର ୪୦ ଟଙ୍କା ହ୍ରାସ ପାଇ ଟିଣ ପିଛା ୨,୪୦୫-୨,୫୧୫ ଟଙ୍କାରେ ପହଞ୍ଚିଛି। ଆଗକୁ ମଧ୍ୟ ଦର ଆହୁରି କମ ହେବ ବ‌ୋଲି କୁହାଯାଉଛି।

odiasambada
Comments (0)
Add Comment